ଭାରୀ ଅଳଙ୍କାର, ପୋଟଳି ବ୍ୟାଗ୍, ଗାଢ ଲିପଷ୍ଟିକ୍… ଏଭରଗ୍ରୀନ୍ ବିୟୁଟି ରେଖା
ଫ୍ୟାଶନ୍ ଟିପ୍ସ ନେବାକୁ ଭୁଲନ୍ତୁ ନାହିଁ ନବବଧୂ
ଯେବେ ବି ସୌନ୍ଦର୍ଯ୍ୟ, ଫ୍ୟାଶନ୍ ଏବଂ ଷ୍ଟାଇଲ୍ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ବଲିଉଡ ଅଭିନେତ୍ରୀ ରେଖା ନିଶ୍ଚିତ ଭାବରେ ମନକୁ ଆସନ୍ତି। ବୟସର ଛାପ ଏବେ ବି ଛୁଇଁ ପାରିନି ତାଙ୍କୁ । କୁହାଯାଏ ସେ ସବୁଦିନିଆ ସୁନ୍ଦରୀ ରହିବାର ବରପ୍ରାପ୍ତ କରିଛନ୍ତି। ବଲିଉଡର ଏଭରଗ୍ରୀନ୍ ବିୟୁଟି ରେଖା ଆଜି ନିଜର ୬୮ ତମ ଜନ୍ମଦିବସ ପାଳନ କରୁଛନ୍ତି, ତେବେ ଆସନ୍ତୁ ଏହି ଅବସରରେ ତାଙ୍କର କିଛି ଫ୍ୟାଶନ ଟିପ୍ସ ଉପରେ ଆଖି ବୁଲାଇବା..…
କଞ୍ଜୀବରମ କୁଇନ୍
ତାଙ୍କୁ କଞ୍ଜୀବରମ କୁଇନ୍ ବୋଲି କୁହାଯାଏ। ସେ ସବୁବେଳେ କଞ୍ଜୀବରମ ସାଢୀ, ପାରମ୍ପାରିକ ଅଳଙ୍କାର, ଗାଢ ଲିପଷ୍ଟିକ୍ ରେ ନଜର ଆସନ୍ତି। ଯେକୌଣସି ଇଭେଣ୍ଟ କିମ୍ବା ପାର୍ଟି ହେଉ, ସେ ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଡିଜାଇନର କଞ୍ଜୀବରମ ସାଢୀରେ ଆକର୍ଷିତ ଲାଗନ୍ତି।
ଟ୍ରେଡିସନ୍ ଲୁକ୍
ଗାଢ ହେଉ ଅବା ହାଲୁକା ରଙ୍ଗ, ସମସ୍ତ ପ୍ରକାରର ସାଢୀରେ ସେ ଚମତ୍କାର ଲାଗନ୍ତି। ତେଣୁ ଯଦି ଆପଣ ବିବାହ କିମ୍ବା କରଭା ଚୌଥ ରେ ପାରମ୍ପାରିକ ଲୁକ୍ ଚାହାଁନ୍ତି, ତେବେ ରେଖାଙ୍କ ଟିପ୍ସ ନେବାକୁ ଆଦୌ ଭୁଲନ୍ତୁ ନାହିଁ।
ଅଳଙ୍କାର
କେବଳ ସାଢୀ ନୁହେଁ, ରେଖା ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି । ସେ ସୁନ୍ଦର ସାଢୀ ସହିତ ଭାରି ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତତି। ପ୍ରାୟତଃ ଭାରୀ ଅଳଙ୍କାର ଏବଂ ସିନ୍ଥି ବା ମଥାମଣିରେ ଏକ ନବବଧୂ ଭଳି ଦେଖାଯାଆନ୍ତି।
ପୋଟଳି ବ୍ୟାଗ
ଯଦି ଆପଣ ରେଖା ପରି ଏକ କ୍ଲାସୀ ଲୁକ୍ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ସାଢୀ ସହିତ ମେଳ ଖାଉଥିବା ପୋଟଳି ବ୍ୟାଗ୍ ନେବାକୁ ଭୁଲନ୍ତୁ ନାହିଁ। ହେଭି ମେକଅପ୍, ଲାଲ୍ ଓଠ ଏବଂ ଗଜ୍ରା ସହିତ ଏକ ପୋଟଳି ବ୍ୟାଗ୍ ସେ ନିଶ୍ଚିତ ଭାବରେ ଧରିଥାନ୍ତି।
ଗାଢ ଲାଲ୍ ଲିପଷ୍ଟିକ୍
ରେଖା ଗାଢ ଲାଲ୍ ଲିପଷ୍ଟିକ୍କୁ ମଧ୍ୟ କିଛି କମ୍ ପସନ୍ଦ କରନ୍ତିନି। ଗାଢ ଲାଲ୍ ଲିପଷ୍ଟିକ୍ ବିନା ସେ କେବେବି ନଜର ଆସନ୍ତି ନାହିଁ। ସେ ଯେପରି ଲିପଷ୍ଟିକ୍ ର ଏହି ଧାରା ଆରମ୍ଭ କରିଛନ୍ତି, ଅନ୍ୟ କୌଣସି ଅଭିନେତ୍ରୀ ଏପରି କରି ପାରିନଥିଲେ। ସେ ପ୍ରାୟତଃ ଗାଢ ଲାଲ୍ ଲିପଷ୍ଟିକ୍ ରେ ନଜର ଆସନ୍ତି।
ମୁକୁଳା କେଶ ବା ଖୋଲା କେଶ
ବଲିଉଡର ଏଭରଗ୍ରୀନ୍ ବିୟୁଟି କେବଳ ସୁନ୍ଦର ତ୍ବଚା କିମ୍ବା ଫ୍ୟାଶନ୍ ପାଇଁ ଜଣାଶୁଣା ନୁହେଁ, ବରଂ ତାଙ୍କ ଘନ, ମୋଟା ଏବଂ ଲମ୍ବା କେଶ ମଧ୍ୟ ବେଶ୍ ପ୍ରସିଦ୍ଧ। ରେଖା ନିଜର ଲମ୍ବା କେଶ ଖୋଲା କରି ବାହାରକୁ ଯିବାକୁ ଖୁବ୍ ପସନ୍ଦ କରନ୍ତି।
ଗଜ୍ରା
ରେଖା ଗଜ୍ରା ଲଗାଇବାକୁ ବହୁତ ଭଲ ପାଆନ୍ତି। ଯଦି ଆପଣ ନବବଧୂ ଭଳି ସଜେଇ ହୋଇ କୌଣିସ ପାର୍ଟି ବା ଫଙ୍କ୍ସନକୁ ଯିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ରେଖାଙ୍କ ପରି ଗଜ୍ରା ଲଗାଇ ପାରିବେ। ଆଜି ବି ସେ ନୂଆ ନୂଆ ହିରୋଇନ୍ ମାନଙ୍କୁ ଟକ୍କର ଦିଅନ୍ତି।