ଶ୍ରୀ ଜଗନ୍ନାଥଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ..

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ସମ୍ପତ୍ତି ଓ ଓଡ଼ିଶାର ଭବିଷ୍ୟତ।
ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେଵତା।ବିଶ୍ୱ ପ୍ରସିଦ୍ଧ। ସେହି ମହାମହାପ୍ରଭୁଙ୍କୁ ଆଶ୍ରା କରି ଗଢି ଉଠିଥିଲା ଅନେକ ମଠ ଓ ଆଶ୍ରମ।କାଳକ୍ରମେ ଅନେକ ଧର୍ମପ୍ରାଣ ଵଦାନ୍ୟ ବ୍ୟକ୍ତି ଙ୍କର ଵଦାନ୍ୟତାରେ ମନ୍ଦିର ,ମଠ ଓ ଆଶ୍ରମ ଭଣ୍ଡାର ପରିପୁଷ୍ଟ ହୋଇଥିଲା।ଏପରିକି କାଞ୍ଚି ଵିଜୟ ରେ ଗଜପତି ମହାରାଜା ଯେଉଁ ସବୁ ଧନରତ୍ନ ଆଣିଥିଲେ ତାହା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ପାଦ ତଳେ ଅର୍ପଣ କରିଥିଲେ।
       କାଳଚକ୍ରର ଗତି ଅନୁସାରେ ଅନେକ ମଠାଧୀଶ ଧନରତ୍ନ ର ମାଲିକ ହୋଇଥିଲେ।ଉଦାହରଣ ସ୍ୱରୂପ( ଏମାର ମଠର ସୁନା ଓ ରୂପା ଇଟା)।ଆମ ବାପା ଅଜାଙ୍କ ପାଖରୁ ଆମେ ଶୁଣିଛୁସମଗ୍ର ଓଡଶାରେ କାହିଁକି ଓଡିଶା ଵାହାରେ ଯଥା ଉତରପ୍ରଦେଶ ,ମଧ୍ୟ ପ୍ରଦେଶ,ବିହାର ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଭୁଙ୍କର ସ୍ଥାବର ସମ୍ପତ୍ତି ଅଛି।ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଓଡିଶା ଆସେମ୍ଲି ଅଧିଵେଶନ ରେ ସ୍ବୀକାର କରିଛନ୍ତି କି ଓଡିଶା ରେ ପ୍ରଭୁଙ୍କର୬୦,୪୧୬ଏକର ଜମି ଓଡିଶା ବାହାରେ୩୯୫ଏକରଜମି ଅଛି। ଆଉ ମଧ୍ୟ ୯୬,୨୬୯ଏକର ଜମି ଜବରଦଖଲ ହୋଇ ରହିଛି। ୩୪୩,୩୦୮ଏକରଜମି ୧୦,୬୪ କୋଟି ରେଵିକ୍ରି ହୋଇ ଜଗନ୍ନାଥ ମହାପ୍ରଭୁ ଙ୍କ ନାମରେ ଜମା ହୋଇଛି। ଏତଦବ୍ୟତୀତ ୧୨,୮୩୮ଭରି ସୁନା ୧୮,୮୧୫ଭରି ରୂପା ସହ  ଅନେକ ଅମୂଲ୍ୟ ମଣି ର ମଧ୍ୟ  ପ୍ରଭୁ ଅଧିକାରୀ।


ଲକ୍ଷ୍ମୀ ସର୍ବଦା ଚଞ୍ଚଳା।ମାଆ ଗୋଟିଏ ଜାଗାରେ ରହିବା ପାଇଁ ଭଲ ପାଆନ୍ତି ନାହିଁ। ଆଉ ମଧ୍ୟ କଥାରେ ଅଛି ଅର୍ଥ ର ସଦୁପୋଯୋଗ ହେଲେ ଅର୍ଥ ର ଆଗମନ ହୁଏ।ପ୍ରଭୁ ଜଗନ୍ନାଥ ଏତେ ସମ୍ପତ୍ତି ର ମାଲିକ ହୋଇ ତାଙ୍କର ପିଲାମାନେ ଭୋକ ଉପାସରେ ପେଟ ବିକଳରେ ଦାଦନ ଖଟିବାକୁ ଯିବେ!ଏକଥା ସେ ପସନ୍ଦ କରୁଥିବେ? ଵିଶ୍ଵାସ ହେଉନି।
        ତେଣୁ ପ୍ରଶାସନ ତାଙ୍କର ସମସ୍ତ ସମ୍ପତ୍ତି ର ସଠିକ  ହିସାବ କରି ଏବଂ ବ୍ୟାଙ୍କ ରେ ଥିବା ସମସ୍ତ ସୁନା ରୂପାକୁଗଛିତ  ନରଖି ଓଡିଆ ପୁଅମାନଙ୍କ ପାଇଁ କିଛି କର୍ମ ସଂସ୍ଥାନ କଲେ ପ୍ରଭୁ ନିଶ୍ଚୟ ଆନନ୍ଦିତ ହେଵେ।
            ଓଡିଶା ଖଣିଜ ସଂପଦ ରେ ଆତ୍ମ ନିର୍ଭରଶୀଳ।ତେଣୁ ପ୍ରଭୁଙ୍କର ସ୍ଥାବର ସମ୍ପତ୍ତି ରେ ଶିଳ୍ପାନୁଷ୍ଠାନ ଗଢି ପାରିଲେ ଜଙ୍ଗଲ ଓ ତାଙ୍କର ଆଦିବାସୀ ସନ୍ତାନ ଗୁଡିକ ରକ୍ଷା ପାଇ ଯାଆନ୍ତେ। ଶିଳ୍ପ ସଂସ୍ଥା ରେ ଓଡ଼ିଆ ପୁଅ ନିଯୁକ୍ତି ପାଇ ଆଉ ଦାଦନ ଖଟିଵାକୁ ଯାଆନ୍ତା ନାହିଁ।ସମସ୍ତ ଙ୍କର ମନ ଓ ହୃଦୟରେ ଜଗନ୍ନାଥ ଚେତନାଜାଗି ଉଠିବ।ଶିଳ୍ପ ମଧ୍ୟ ଉନ୍ନତି କରିବ।
ଓଡ଼ିଶାର ଅନେକ ସ୍ଥାନରେ ଥିବା ଠାକୁରଙ୍କ ଚାଷ ଜମିକୁ ଯଦି ସୁବନ୍ଦୋବସ୍ତ କରି ଉନ୍ନତ ଧରଣର ଚାଷ ଯଥା ଶାରଦ,ଵିଆଳୀ,ରବିଫସଲଠାରୁ ଆରମ୍ଭକରି ପନିପରିବା ଓ ମାଛଚାଷ ଆଦି ହୋଇପାରନ୍ତା।ଆଧୁନିକ ପ୍ରଣାଳୀ ର ଚାଷ ରେ ମଧ୍ୟ କିଛି କୁଶଳୀ ଓ ଅଣ କୁଶଳୀ ଓଡିଆ ପୁଅ ନିଯୁକ୍ତି ପାଇ ପାରନ୍ତେ। ଲାଭାଂଶ ଠାକୁରଙ୍କ ହୁଣ୍ଡିକୁ ଯାଆନ୍ତା।ଫାର୍ମ ଗୁଡିକୁ ଲିଜ୍ ସୂତ୍ରରେ ୫/୧୦ବର୍ଷ ପାଇଁ ଯଦି ଦିଆଯାଆନ୍ତା ତେଵେ କେହି ଆଉ ମନ ମାନି କରିପାରନ୍ତେ ନାହିଁ।
        ସର୍ବଶେଷରେ କହିବାକୁ ଗଲେ କେବେ ପ୍ରଭୁ ଜଗନ୍ନାଥ ସରକାର ଓ ପ୍ରଶାସନ କୁ ସଦବୁଦ୍ଧି ଦେଵେ ଯଦ୍ଵାରା ଓଡିଆ ନିଜର ସ୍ବଭିମାନ କୁ ନେଇ ଗର୍ବିତ ହେଵ।