ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ପରିଚିତ ମନୋଜ୍ କୁମାର

ରୋଜି କପଡା ଅର୍ ମକାନ୍ , ଆଦମୀ, ଉପକାର୍, ବେଇମାନ୍ , ମେରା ନାମ୍ ଜୋକର, ଅମାନତ୍ , କ୍ରାନ୍ତି , ଦଶନମ୍ବରୀ , ମୈଦାନୀ ଜଙ୍ଗ ଆଦି ଚଳଚିତ୍ରରେ ସେ ନିଜର ନିଖୁଜ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଦେଶାତ୍ମକ ଚଳଚିତ୍ର ପାଇଁ ବେଶ୍ ଲୋକପ୍ରିୟ ଥିଲେ ମନୋଜ। ଆରପାରିରେ ମନୋଜ କୁମାର ତଥା ଭାରତ କୁମାର । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ଭାରତୀୟ ଅଭିନେତା ଏବଂ ଫିଲ୍ମ ନିର୍ଦ୍ଦେଶକ ମନୋଜ୍ କୁମାର ଯିଏ କି ବିଶେଷ ଭାବରେ ନିଜର ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ଖୁବ୍ ଜଣାଶୁଣା ଥିଲେ । ଏଥି ସହ ମନୋଜ କୁମାର ଭାରତ କୁମାରଙ୍କ ନାମରେ ମଧ୍ୟ ପରିଚିତ । ବର୍ତ୍ତମାନ ଏହି ଦେଶପ୍ରେମୀ ଅଭିନେତା ମନୋଜ କୁମାରଙ୍କ ନାମରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ମନୋଜ କୁମାରଙ୍କର ୮୭ ବର୍ଷ ବୟସରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ଘଟିଛି ।ତାଙ୍କ ବଳିଷ୍ଠ ଅଭିନୟ ପାଇଁ ୧୯୯୨ ପଦ୍ମଶ୍ରୀ ଓ ୨୦୧୫ରେ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ୭ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ମନୋଜ କୁମାର । ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୬୫ରେ ‘ସହିଦ’ ଫିଲ୍ମ ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ ।

ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ଦୁଃଖିତ। ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା, ସର୍ବଦା ପ୍ରେରଣା ଦେବ।’ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।