ଇତିହାସ ଚରିଲେ ଭାରତର ଡି ଗୁକେଶ। ବିଶ୍ବର ସବୁଠୁ ସାନ ଖେଳାଳୀ ଭାବେ ହେଲେ ବିଶ୍ବ ଚେସ୍ ଚାମ୍ପିୟନ । ୧୪ତମ ବିଶ୍ବ ଚାମ୍ପିୟନସିପରେ ଗତଥର ଚାମ୍ପିୟନ ସିଙ୍ଗାପୁର ଡିଙ୍ଗ ଲିରେନଙ୍କୁ ହରାଇଲେ ୧୮ବର୍ଷିୟ ଖେଳାଳୀ । ବିଶ୍ବନାଥନଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସଫଳତାର ହେଲେ ଅଧିକାରୀ। ଗୁକେଶ ଋଷର ଲିଜେଣ୍ଡ ଗେରି କାସପାରୋଭଙ୍କ ରେକର୍ଡ ଭାଙ୍ଗି ସବୁଠୁ ସାନ ଖେଳାଳି ଭାବେ ଏହି ସଫଳତା ପାଇଁଛନ୍ତି। ଏହା ସହିତ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଗୁକେଶ। ୧୯୮୫ ମସିହାରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ଗୁକେଶ। ଗୁକେଶ ୭.୫ -୬.୫ରେ ଡିଙ୍ଗ ଲିରେନଙ୍କୁ ହରାଇଛନ୍ତି।ମ୍ୟାଚ୍ ଜିତିବା ପରେ ଏହାକୁ ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ଦିନ ବୋଲି କହିଛନ୍ତି ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଏହି ଅବିଶ୍ୱସନୀୟ ସଫଳତା ହାସଲ କରିବାରେ ଗୁକେଶ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ଏହାପୂର୍ବରୁ ଭାରତର କିମ୍ବଦନ୍ତୀ ଚେସ୍ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ ଏହି ବିଶିଷ୍ଟ ତାଲିକାର ଅଂଶ ଭାବରେ ଏକମାତ୍ର ଭାରତୀୟ ଥିଲେ। ଆନନ୍ଦ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନସିପର ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି। ସେ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ରେ ଚେସରେ ବିଶ୍ୱ ବିଜୟୀ ହୋଇଥିଲେ।’
https://x.com/narendramodi/status/1867204810308506097