ଦୀପାବଳି ପୂର୍ବଦିନ ପଡିଥାଏ ଧମତେରାସ । କୁହାଯାଏ ରେ ସୁନା କିମ୍ବା ରୂପା କିଣିଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ । ଆଗରୁ ଓଡିଶା ପରମ୍ପରାରେ ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିଲେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏବେ କିନ୍ତୁ ଗତ କିଛି ବର୍ଷ ହେଲା ଧନତେରାସକୁ ବି ଶୁଭଦିନ ବୋଲି ବିବେଚନା କରାଯାଉଛି । ଲୋକେ ଅଧିକ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଧନତେରାସ ଓ ଅକ୍ଷୟତୃତୀୟା ଭଳି ପର୍ବରୁ ଲୋକଙ୍କ ସୁନା ଓ ରୂପା କିଣିବା ପ୍ରତି ଆଗ୍ରହ ବଢୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନାଗହଣା ଦୋକାନ ବି ଖୋଲୁଛି । ତେବେ ଲୋକେ କାହିଁକି ସୁନା କିିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଲୋକମାନଙ୍କ ବିଶ୍ୱାସ ରହିଛି, ଧନତେରସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି । ଏହି ଦିନ ଲୋକମାନେ ସୁନା ଗହଣା ଦୋକାନରୁ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଏପଟେ ସାଧାରଣ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟ କିଛି ଜ୍ୱେଲର୍ସ ବିଭିନ୍ନ ଅଫର ସହ ଗହଣା ବିକ୍ରି କରୁଛନ୍ତି । ସୌଭାଗ୍ୟ ଓ ଧନର ଦିବସ ଭାବେ ଏହାକୁ ପାଳନ କରିଥାନ୍ତି ସମସ୍ତେ ।ହିନ୍ଦୁ ର୍ଧଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ୱନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବତାମାନେ ଅମର ହୋଇଯାଇଥିଲେ। ଆଉ ଏହାର ୨ ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ। ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଧନ୍ୱନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ। ତେଣୁ ଧନ୍ୱନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ। ଏହି ଦିନ କିଣାକିଣି କଲେ ୧୩ ଗୁଣ ଅଧିକ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଏହି ଦିନ ବଜାରରେ ଦୋକାନମାନଙ୍କରେ ଲୋକଙ୍କ ଭିଡ ଜମିଥାଏ।
ଧନତେରସ ଦିନ ଘରକୁ କେଉଁ କେଉଁ ସବୁ ଜିନିଷ ଆଣିଲେ ଶୁଭ ହୋଇଥାଏ !