ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ସିଇଓଙ୍କ କଡା ଚେତାବନୀ

ଭୁବନେଶ୍ବର: କେନ୍ଦୁଝର ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ ) ନିକୁଞ୍ଜ ଧଳ କଡା ଚେତାବନୀ ଦେଇଛନ୍ତି । କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ଘସିପୁରା ଗୁଣ୍ଡାଗର୍ଦ୍ଦିକୁ ନେଇ ପୋଲିସ ଡିଜିଙ୍କ ସହ ସେ କଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ ଆଣିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ କହିଛନ୍ତି । ଆସ୍କା ନିର୍ବାଚନମଣ୍ଡଳୀରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ ସୂଚନା ପ୍ରଦାନ କରିଛନ୍ତି।