ଭୁବନେଶ୍ୱର: ଯାତ୍ରୀ ହୋଇ ବସରେ ଆସୁଥିଲେ, ମୌକା ଦେଖି ଚୋରି କରୁଥିଲେ। ଏନେଇ ଆଜି ଏକ ଚାରିଜଣିଆ ମହିଳା ଗ୍ୟାଙ୍ଗ ଉପରୁ ପର୍ଦ୍ଦାଫାଶ କରିଛି ଚନ୍ଦ୍ରଶେଖରପୁର ପୁଲିସ। ଏହି ଗ୍ୟାଙ୍ଗରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ। ଅଭିଯୁକ୍ତ ଜଣକ ହେଲେ ଲାଜବତି ସିଂ। ତାଙ୍କ ଘର ପଶ୍ଚିମବଙ୍ଗ। ଏହି ଗ୍ୟାଙ୍ଗ ପଶ୍ଚିମବଙ୍ଗ ହୋଇ ଓଏମପି ଛକ ଦେଇ ବରମୁଣ୍ଡା ବସଷ୍ଟାଣ୍ଡ ଆସନ୍ତି।
ବରମୁଣ୍ଡାରୁ ଜଣେ ଯାତ୍ରୀ ଭାବେ ବିଭିନ୍ନ ଅଞ୍ଚଳକୁ ଯାଆନ୍ତି। ବସରେ ସମୟ ଦେଖି ମୋବାଇଲ ଓ ପର୍ଶ ଚୋରି କରନ୍ତି। ଗତକାଲି ୧୮ ନମ୍ୱର୍ ବସରେ ଆସୁଥିବା ପାର୍ବତୀ ସାହୁ ଏକ ଅଭିଯୋଗ ଆଣିଥିଲେ ଯେ ଗତକାଲି ୪ଟା ୧୫ ସମୟରେ ଓମ୍ଫେଡ ଛକରେ ପହଞ୍ଚିବା ପରେ ତାଙ୍କର ଫୋନ ଚୋରି ହେଇଥିଲା।
ମୋ ବସର ସିସିଟିଭି ଆଧାରରେ ଲାଜବତିଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଧରି ପଚରାଉଚରା କରିବା ପରେ ଚାରିଜଣିଆ ମହିଳା ଗ୍ୟାଙ୍ଗ ଉପରୁ ପରଦା ଉଠିଥିଲା। ଜଣେ ଧରା ପଡ଼ିବା ପରେ ଆଉ ୩ ଜଣଙ୍କୁ ଖୋଜୁଛି ପୁଲିସ। ଆଜି ଲାଜବତିଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ତାଙ୍କଠାରୁ ଗୋଟେ ଫୋନ ଜବତ ହୋଇଛି। ଆଉ ୩ ଜଣଙ୍କୁ ଖୋଜୁଛି ପୁଲିସ।