ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ପ୍ରାୟ ୧୦୦ଟି ସ୍କୁଲକୁ ଆଜି ବୋମାମାଡ଼ ଧମକ ଦିଆଯାଇଛି। ଇମେଲ ମାଧ୍ୟମରେ ପଠାଯାଇଥିବା ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ। ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୁଲିସ। ଏଥି ସହିତ, ସୂଚନା ସାମ୍ନାକୁ ଆସୁଛି ଯେ ଇମେଲର ସର୍ଭର ଯାହା ମାଧ୍ୟମରେ ଏହି ଇମେଲ ପଠାଯାଇଛି ତାହା ବିଦେଶରେ ରହିଛି।