ଆମେ ଘୃଣ୍ୟ ନୁହେଁ…. ମଣିଷ ସମାଜ ପାଇଁ ଉପକାରୀ

ଘୁଷୁରୀ । ଯାହା ନାଁ ଶୁଣିଲେ ଲୋକେ ଡରନ୍ତି। ଭୟବୀତ ହୁଅନ୍ତି ଏବଂ ଘୃଣା ମଧ୍ୟ କରନ୍ତି। କଥା କଥାରେ ଅବା କୌଣସି କଥା ଛଳରେ ଆମେ ସାମ୍ନା ଲୋକଟିକୁ ଘୁଷୁରୀ ବୋଲି କହି ତାଚ୍ଛଲ୍ୟ କରୁ। ଏହାର କାରଣ ହେଉଛି ଘୁଷୁରୀ ଅପରିଷ୍କାର ସ୍ଥାନରେ ରୁହେ। ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରେ ଏବଂ ପଙ୍କରେ ଗଡେ। ସେଥିପାଇଁ ତ ଆମ ଗାଁ ଗହଳିରେ ଏକ ଲୋକକଥା ବା ଢଗ ରହିଛି ଯେ, ‘ ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ ଏବଂ ମଣିଷ ପ୍ରକୃତି ମଲେ ତୁଟେ’। ଏହାର ଅର୍ଥ ପଙ୍କ ଦେଖିଲା ମାତ୍ରେ ଘୁଷୁରୀ ପଲ ସେଥିରେ ଲଟପଟ ହୁଅନ୍ତି ଏବଂ ନିଜ ପ୍ରକୃତି ମଲା ଯାଏଁ ବି ଛାଡେ ନାହିଁ।

ଏହା ଛଡା ଘୁଷୁରୀ ନାଁ ଶୁଣିଲେ ଡରିବା ବା ଭୟବୀତ ହେବା ପଛର କାରଣ ହେଉଛି ସ୍ବାଇନ୍ ଫ୍ଲୁ..। ଏକ ସମୟ ଥିଲା, ଘୁଷୁରୀ ଛିଙ୍କିଲେ ସ୍ବାଇନ୍ ଫ୍ଲୁ ରୋଗ ହେଉଛି ବୋଲି ଅନେକ ମାତ୍ରାରେ ପ୍ରଚାର ହୋଇଥିଲା। ସେବେଠାରୁ ଘୁଷୁରୀକୁ ଦେଖିଲା ମାତ୍ରେ ଲୋକେ ଚିଡି ଉଠନ୍ତି। ସେମାନଙ୍କୁ ଭଗେଇ ଦିଅନ୍ତି। ଅଳିଆ ଗଦାରେ ଘୁଷୁରୀ ପଲ ଦେଖିଲେ ନକ ଟେକି ଯଥା ସମ୍ଭବ ସେଠାରୁ ପଳାନ୍ତି। କିନ୍ତୁ ଏବେ ସମୟ ବଦଳିଛି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି । ସେହି ଘୁଷୁରୀ ପଲ ଏବେ ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି। ଆମେ ଘୃଣ୍ୟ ନୁହେଁ, ମଣିଷ ସମାଜ ପାଇଁ ଉପକାରୀ ଏବଂ ଗୃହ ପାଳିତ ପଶୁ ମଧ୍ୟ…।

Knowledge News: interesting facts about pigs 10 things you must know |  Knowledge News: कीचड़ में ही क्यों घूमते हैं सूअर? इसके पीछे हैं वैज्ञानिक  कारण; जानें 5 मजेदार Facts | Hindi News

ଏକଥା ଆମେ କହୁନାହୁଁ । ଏହା କହୁଛି ମେଡିକାଲ ସାଇନ୍ସ ଏବଂ ବିଜନେସ୍ ଷ୍ଟାଟେଜି। ଯଦି ଆପଣ ଏହା ଉପରେ ଅଳ୍ପବହୁତ ଗବେଶଣା କରିବେ ତେବେ ନିଶ୍ଚିତ ଭାବରେ ଜାଣିବାକୁ ପାଇବେ ଯେ, ଘୁଷୁରୀ ପଲ ଏବେ ମଣିଷ ପାଇଁ ହାନିକାରକ ନୁହେଁ, ବରଂ ଲାଭବାନ୍ । ଘୁଷୁରୀ ପଲ ଏବେ ଲୋକଙ୍କୁ କୋଟିପତି କରାଉଛନ୍ତି। ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଢା, କୁକୁଡା ଓ କୁକୁର ଭଳି ଘୁଷୁରୀ ମଧ୍ୟ ବ୍ୟବସାୟର ମାଧ୍ୟମ ପାଲଟିଛି। ରୋଜଗାରର ପନ୍ଥା ପାଲଟିଛି। ଏସବୁ ଗୃହପାଳିତ ପଶୁ ଚାଷୀକୁ ଲକ୍ଷପତି କରୁଥିବା ବେଳେ ଘୁଷୁରୀ ଚାଷୀକୁ କୋଟିପତି କରୁଛି। ଅନେକ ଚାଷୀ ଘୁଷୁରୀ ପଲ ରଖି କୋଟି କୋଟି ଟଙ୍କା ରୋଜଗାର କରି ଲାଭବାନ୍ ହେଉଛନ୍ତି। ଏହାର ଅନେକ ଉଦାହରଣ ଆମକୁ ବିଭିନ୍ନ ଗଣମାଧ୍ୟମ ଏବଂ ୟୁ ଟ୍ୟୁବ ରୁ ଦେଖିବାକୁ ମିଳୁଛି।

PunjabKesari

ଏବେ ଆସନ୍ତୁ ଜାଣିବା ଡେିକାଲ ସାଇନ୍ସ କ’ଣ କହୁଛି?

ନିକଟରେ ଏକ ଖବର ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ଗଣମାଧମରେ ଚହଳ ସୃଷ୍ଟି କରିଥିଲା। ଘୁଷୁରୀ ମଣିଷକୁ ଜୀବଦାନ କରିଛି। ନିଜ କୀଡିନ ଦାନ କରି ଏକ ଘୁଷୁରୀ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛି। ଘୁଷୁରୀ କୀଡିନକୁ ମଣିଷ ଶରୀରରେ ସଫଳ ପ୍ରତିରୋପଣ କରାଯାଇଛି। ଏହି ଖବର ଆଶ୍ଚର୍ଯ୍ୟଜନକ ଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଶ୍ରେୟ ଡାକ୍ତରୀଦଳକୁ ଯାଇଥିଲା।

ସୂଚନା ଅନୁଯାୟୀ, ଆମେରିକାର ନ୍ୟୁଜର୍ସିରେ ଜଣେ ମହିଳାଙ୍କର ହୃଦରୋଗ ସହ କୀଡିନ ମଧ୍ୟ ଖରାପ ଥିଲା। ୫୪ ବର୍ଷୀୟ ଏହି ପୀଡିତା ଲିସା ପିସାନୋଙ୍କୁ ନିୟମିତ ଭାବରେ ଡାଏଲିସିସ ଆବଶ୍ୟକତା ପଡୁଥିଲା। ସେ ହାର୍ଟ ଏବଂ କୀଡିନ ଉଭୟ ପ୍ରତିରୋପଣ ପାଇଁ ଯୋଜନା କରୁଥିଲେ। କିନ୍ତୁ ତାଙ୍କୁ କେହି ଦାତା ମିଳୁନଥିଲେ। ଶେଷରେ ବାଧ୍ୟ ହୋଇ ଘୁଷୁରୀ କୀଡିନ ଲଗାଇବାକୁ ଡାକ୍ତରମାନେ ନିଷ୍ପତ୍ତି ନେଲେ । ଏହି ବିରଳ ଅସ୍ତେ୍ରାପ୍ରଚାର ସଫଳ ହେଲା। ଯାହା ବିଶ୍ବରେ ପ୍ରଥମ ବୋଲି କୁହାଯାଉଛି। ଘୁଷୁରୀ ପାଇଁ ମହିଳା ଜଣଙ୍କ ନୂଆ ଜୀବନ ପାଇଲେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। କିଛି ଦିନର ବିଶ୍ରାମ ପରେ ମହିଳା ଜଣଙ୍କ ସାଧାରଣ ମଣିଷଙ୍କ ପରି ଜୀବନଯାପନ କରିପାରିବେ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି।

PunjabKesari