କିଛି ଦିନ ମଧ୍ୟରେ ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି। ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ ଏହି ପର୍ବକୁ ଉପଭୋଗ କରନ୍ତି, କିନ୍ତୁ ଆଖିରେ ରଙ୍ଗ ପଡିଯିବା ମାତ୍ରେ ରଙ୍ଗର ପର୍ବ ବେରଙ୍ଗ ହୋଇଯାଏ। ଆଖିରେ ରଙ୍ଗ ପଡିବା ହେତୁ ପୋଡା ଜଳା ଅନୁଭବ ହୁଏ। ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହା ଦ୍ବାରା ଆପଣ ଆଖିକୁ ହୋଲି ରଙ୍ଗରୁ ରକ୍ଷା କରିପାରିବେ। ଆସନ୍ତୁ ଜାଣିବା….
ଆଇ ଡ୍ରପ୍
ରଙ୍ଗରୁ ରକ୍ଷା କରିବା ପାଇଁ ଆଖିକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ହୋଲି ସରିଯିବା ପରେ ଆଖିକୁ ଥଣ୍ଡା ପାଣିରେ ସଫା କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ୍ ବ୍ୟବହାର କରିପାରିବେ। ଆଇଡ୍ରପ୍ ବ୍ୟବହାର କରି ଆପଣ ଆଖିର କୁଞ୍ଚନ ଏବଂ ପୋଡାଜଳାରୁ ମୁକ୍ତି ପାଇ ପାରିବେ। ହୋଲି ଖେଳିବା ପୂର୍ବରୁ ଏବଂ ପରେ ଆଇଡ୍ରପ୍ ବ୍ୟବହାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ।
ମଶ୍ଚରାଇଜର କିମ୍ବା ନଡିଆ ତେଲ
ଆଖି ଚାରିପାଖରେ ଏକ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ ଯାହା ଦ୍ବାରା ଆଖିରେ କୌଣସି ରଙ୍ଗ ଜମି ରହିବ ନାହିଁ। କୋଲ୍ଡ କ୍ରିମ୍ ଆପଣଙ୍କୁ ହୋଲି ରଙ୍ଗରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ହୋଲି ଖେଳିବା ପୂର୍ବରୁ ନଡିଆ ତେଲ ଆଖି ଚାରି ପାଖରେ ମାଲିସ୍ କରିପାରିବେ। କୋଲ୍ଡ କ୍ରିମ୍ ପରି ନଡିଆ ତେଲ ମଧ୍ୟ ଆପଣଙ୍କ ଆଖିରେ ରଙ୍ଗ ପଡିବାକୁ ଦେବ ନାହିଁ।
ସଫା ପାଣିରେ ଆଖି ଧୋଇ ଦିଅନ୍ତୁ
ହୋଲି ଖେଳିବାବେଳେ ସବୁବେଳେ ଆଖି ପାଖରେ ଥିବା ରଙ୍ଗକୁ ସଫା କରନ୍ତୁ ଏବଂ ପାଣିରେ ଧୋଇ ଦିଅନ୍ତୁ। ଆଖିକୁ ସଫା ରଖିବା ପାଇଁ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ। ଗୋଲାପ ଜଳ ଆଖିରୁ ରଙ୍ଗ ଏବଂ ଜମା ହୋଇଥିବା ଧୂଳି ବାହାର କରିବାରେ ସାହାଯ୍ୟ କରିବ । ଗୋଲାପ ଜଳରେ ଆଣ୍ଟିସେପ୍ଟିକ୍ ଗୁଣ ଥାଏ ଯାହା ରାସାୟନିକ ପଦାର୍ଥ ଦ୍ବାରା ଆଖିରେ ହେଉଥିବା ପୋଡାଜଳାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଚଷମା ପିନ୍ଧନ୍ତୁ
ମନେରଖନ୍ତୁ, ହୋଲି ସମୟରେ ଯଦି କେହି ଆପଣଙ୍କ ଚେହେରାରେ ରଙ୍ଗ ଲଗାଉଛନ୍ତି, ତେବେ ଆଖି ବନ୍ଦ କରନ୍ତୁ। ଏହା ଦ୍ବାରା ଆଖିରେ ରଙ୍ଗ ପଡିବ ନାହିଁ। ଏହା ବ୍ୟତୀତ ବାହାରକୁ ଯିବା ପୂର୍ବରୁ ଚଷମା ପିନ୍ଧନ୍ତୁ। ଏହି ଉପାୟରେ ଆପଣଙ୍କ ଆଖି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ।
ଆଖି ଘଷନ୍ତୁ ନାହିଁ
ହୋଲି ଖେଳିବାବେଳେ ଯଦି ଆପଣଙ୍କ ଆଖିରେ ରଙ୍ଗ ପଡି ଯାଇଛି, ତେବେ ଆଖି ଘଷିବା ପରିବର୍ତ୍ତେ ଏକ ସୂତା କପଡ଼ାରେ ଧୀରେ ଧୀରେ ସଫା କରନ୍ତୁ। ଆଖିକୁ ଘଷନ୍ତୁ ନାହିଁ ।
ବେଲୁନ୍ ମାଡରୁ ବଞ୍ଚନ୍ତୁ
ହୋଲି ଖେଳିବା ସମୟରେ ଅନେକ ଥର ଲୋକମାନେ ବେଲୁନ୍ ମାଡ କରନ୍ତି। ଯାହା ଆଖିରେ ପଡିବାରେ ସମ୍ଭାବନା ଥାଏ। ତେଣୁ ଯଥା ସମ୍ଭବ ବେଲୁନ୍ ମାଡରୁ ବର୍ତ୍ତିବାକୁ ଚେଷ୍ଟା କରନ୍ତୁ। ବେଲୁନ୍ ମାଡ ହେବା ସମୟରେ ସମ୍ନାକୁ ଚାହାଁନ୍ତୁ ନାହିଁ। କାରଣ ଏହା ଦ୍ବାରା ମୋତିଆ ବିନ୍ଦୁ ହେବାର ସମ୍ଭାବନା ଅଧିକ ଥାଏ।