Year Ender 2023 : ଏହି ଅଭିନେତ୍ରୀମାନଙ୍କ ପାଇଁ ସୁବର୍ଣ୍ଣର ବର୍ଷ ଥିଲା, ଦମଦାର ଆକ୍ଟିଂ ବକ୍ସ ଅଫିସରେ ଭୂକମ୍ପ ଆଣିଥିଲା….

ବର୍ଷ ୨୦୨୩ ବଲିଉଡ ପାଇଁ ଏକ ମିଶ୍ରିତ ବର୍ଷ ଥିଲା। ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ପରି ବଡ ବଡ ଷ୍ଟାର ବକ୍ସ ଅଫିସରେ ଫେଲ ମାରିବା ପରେ କିଛି ଅଭିନେତ୍ରୀ ବାଜିମାତ୍ ମାରିଥିଲେ। ସେମାନଙ୍କ ପାଇଁ ଏହି ବର୍ଷଟି ବହୁତ ଭଲ ସାବ୍ୟସ୍ତ ହୋଇଥିଲା। ଦମଦାର ଅଭିନୟ ବଳରେ ଲୋକଙ୍କ ହୃଦୟ ଜିତିଥିଲା। ଏମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ବର୍ଷ ୨୦୨୩ରେ ବଲିଉଡକୁ ନିଜ ଇସାରାରେ ନଚାଇଥିଲେ।

Year Ender 2023: इन एक्ट्रेसेज ने गाड़े सफलता के झंड़े, दमदार एक्टिंग से हिला दिया बॉक्स ऑफिस - best actresses of year 2023-mobile

ଦୀପିକା ପାଦୁକୋନ : ବର୍ଷ ଆରମ୍ଭରେ ଦୀପିକା ପାଦୁକନ୍ ସୁପରହିଟ୍ ଫିଲ୍ମ ପଠାନ୍ ଦର୍ଶକଙ୍କୁ ଭେଟି ଦେଇଥିଲେ। ଯାହା ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଦୀପିକା ଶାହାରୁଖ ଖାନଙ୍କ ସହ ନଜର ଆସିଥିଲେ ମଧ୍ୟ ସେ ନିଜର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡିଥିଲେ। ତାଙ୍କର ଦୃଢ ଅଭିନୟ ଲୋକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ୫୪୩ କୋଟି ଟଙ୍କା ରୋଜଗାର କରିଥିଲା ​।

Year Ender 2023: दीपिका से कियारा तक, इन 12 टॉप एक्ट्रेसेज ने इस साल गाड़े सफलता के झंडे, हिला दिया बॉक्स ऑफिस - Year Ender 2023 most successful bollywood actresses in 2023

ଶ୍ରଦ୍ଧା କପୁର : ‘ତୁ ଝୁଟି ମେନ୍ ମାକର’ ଫିଲ୍ମ ଜରିଆରେ ଦୀର୍ଘ ସମୟ ବିରତି ପରେ ଶ୍ରଦ୍ଧା କପୁର କମବ୍ୟାକ୍ କରିଥିଲେ। ଏଥିରେ ସେ ରଣବୀର କପୁରଙ୍କ ସହ ଚମତ୍କାର ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ୧୪୯ ​​କୋଟି ବ୍ୟବସାୟ କରିଥିଲା।

The Kerala Story' famed Adah Sharma reveals people advised her to get a 'nose job' | Hindi Movie News - Bollywood - Times of India

ଅଦା ଶର୍ମା : ବର୍ଷ ବର୍ଷ ଧରି ଫିଲ୍ମରେ flowerpot ଭଳି ବ୍ୟବହୃତ ହେଉଥିବା ଅଦା ଚଳିତ ବର୍ଷ କିଛି ଅଲଗା କରି ଦେଖାଇଥିଲେ। ‘ଦ କେରଳା ଷ୍ଟୋରୀ’ ଭଳି ବାସ୍ତବ ଘଟଣା ଉପରେ ଆଧାରିତ ଫିଲ୍ମରେ ତାଙ୍କର ପ୍ରଭାବଶାଳୀ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ରର ଭାରକୁ ଅଦା ସଂପୂର୍ଣ୍ଣ ଭାବେ ନିଜ କାନ୍ଧରେ ବହନ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୪୨ କୋଟି ଟଙ୍କା ବ୍ୟବସାୟ କରିଥିଲା ​।

Alia Bhatt has chanelled her on-screen character 'Rani' in all her makeup looks lately—here's how to recreate it | Vogue India

ଆଲିଆ ଭଟ୍ଟ : ଗାଙ୍ଗୁବାଇ ଆଲିଆ ଏବର୍ଷ ରୋମାଣ୍ଟିକ୍-କମେଡି ଫିଲ୍ମ ‘ରକି ଆଣ୍ଡ ରାନୀ କି ପ୍ରେମ କାହାନୀ’ ରେ କମବ୍ୟାକ୍ କରିଥିଲେ। ଚଳିତ ବର୍ଷ ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଆଲିଆଙ୍କ କମବ୍ୟାକ୍ କୁ ନେଇ ଦର୍ଶକମାନେ ବେଶ୍ ପ୍ରଭାବିତ ହୋଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା ​। ଏହି ବର୍ଷ ଆଲିଆ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ ପାଇଁ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ।

Year Ender 2023: इन एक्ट्रेसेज ने गाड़े सफलता के झंड़े, दमदार एक्टिंग से हिला दिया बॉक्स ऑफिस - best actresses of year 2023-mobile

ଅନନ୍ୟା ପାଣ୍ଡେ : ଗତ ବର୍ଷ ଅନନ୍ୟାଙ୍କ ପାଇଁ ସେତେଟା ଭଲ ନଥିଲା। ଫିଲ୍ମ ‘ଲିଗର୍’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସେ ‘ଡ୍ରିମ୍ ଗାର୍ଲ’ ଫିଲ୍ମରେ ସେ କମବ୍ୟାକ୍ କରିଥିଲେ। ଏଥିରେ ସେ ଦମଦାର ଅଭିନୟ କରି ବଡ ପରଦାରେ ରାଜ୍ କରିଥିଲେ। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଶହେ କୋଟିରୁ ଅଧିକ ଟଙ୍କା କଲେକସନ୍ କରିଥିଲା।

କ୍ୟାଟ୍ରିନା କୈଫ୍ : ଏହି ବର୍ଷ ବକ୍ସ ଅଫିସରେ କ୍ୟାଟ୍ରିନା କୈଫ୍ ଙ୍କ ଜୋରଦଦାର ପବ୍ଲିସିଟି ହୋଇଥିଲା। ଟାଇଗର-୩ରେ ଏହି ଅଭିନେତ୍ରୀ ଜଣଙ୍କ ଦମଦାର କମବ୍ୟାକ୍ କରିଥିଲେ। ଅଭିନେତ୍ରୀଙ୍କ ଜୋରଦାର ଆକ୍ସନ୍ ସିନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।​ ଏମିତିରେ ବି ତାଙ୍କର ଡ୍ୟାନ୍ସ ଫ୍ୟାନ୍ସଙ୍କୁ ଦିୱାନ କରେ। ଏହି ଫିଲ୍ମ ବକ୍ସ ଅଫିସରେ ୨୮୪ କୋଟି ଟଙ୍କା ରୋଜଗାର କରିଥିଲା।

Ameesha Patel praises Sunny Deol's timely help during illness on Gadar 2 set; calls him “Super classy gentleman” 2 : Bollywood News - Bollywood Hungama

ଗଦର ୨ : ଏହି ଫିଲ୍ମ ଜରିଆରେ ଦୀର୍ଘ ୨୨ ବର୍ଷ ପ​‌ରେ ​‌ଅମିଷା ପଟେଲ ପୁଣି ଥରେ ସନ୍ନି ଦେୱାଲଙ୍କ ସହ ପରଦାକୁ କମବ୍ୟାକ୍ କରିଥିଲେ। ଗଦର ୨ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମଟି ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିବା ବେଳେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଏହା ଅମିଷାଙ୍କର ପ୍ରଥମ ହିଟ୍ ଫିଲ୍ମ ବୋଲି କୁହାଯାଉଛି। ଯଦିଓ ଅମିଶା ନଜ କ୍ୟାରିୟର ଆରମ୍ଭରେ ଦୁଇଟି ବଡ଼ ହିଟ୍ ଫିଲ୍ମ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଫିଲ୍ମ ଫ୍ଲପ୍ ହେବାରେ ଲାଗିଥିଲା।

PunjabKesari

ରଶ୍ମିକା ମନ୍ଦନା : ଦକ୍ଷିଣା ସୁନ୍ଦରୀ ରଶ୍ମିକା ବର୍ଷର ଶେଷ ଆଡକୁ ବଲିଉଡରେ ଧକମା ମଚାଇଥିଲେ। ଫିଲ୍ମ ‘ଆନିମଲ୍’ ଜରିଆରେ ବଲିଉଡରେ ଏଣ୍ଟ୍ରି କରି ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛନ୍ତି। ଏହି ଫିଲ୍ମ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି। ରଣବୀର ଏବଂ ବବିଙ୍କ ବ୍ୟତୀତ ରଶ୍ମିକାଙ୍କ ଚମକଦାର ଅଭିନୟ ଯୋଗୁଁ ଏହି ଚଳଚ୍ଚିତ୍ରଟି ହିଟ୍ ରେ ଚାଲିଛି। ଏପର୍ଯ୍ୟନ୍ତ ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୪୭୯ କୋଟି ଟଙ୍କା ଆୟ କରିଛି।

Yami Gautam Latest News, Photos, Videos and Analysis- Indiatoday

ୟାମି ଗୌତମ : ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ୟାମି ଫିଲ୍ମ OMG 2 ରେ ବଡ ପରଦାକୁ କମବ୍ୟାକ୍ କରିଥିଲେ। ଏହି ଚଳଚ୍ଚିତ୍ରଟି ୧୫୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ​।