ମାତା ଲକ୍ଷ୍ମୀ କାହିଁକି ସର୍ବଦା ପ୍ରଭୁଙ୍କ ଶ୍ରୀ ଚରଣରେ ବସିଥାନ୍ତି ? ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ….

ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କୁ ବ୍ରହ୍ମାଣ୍ଡର ରକ୍ଷକ ବୋଲି କୁହାଯାଇଛି। ଭଗବାନ ବିଷ୍ଣୁ କ୍ଷୀର ସାଗର ମଧ୍ୟରେ ଶେଷନାଗ ଶଯ୍ୟା ଉପରେ ଶୟନ ମୁଦ୍ରାରେ ବିରାଜମାନ କରିଥାନ୍ତି। ଶ୍ରୀ ହରିଙ୍କ ସହ ସର୍ବଦା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଦେଖିବାକୁ ମିଳେ। ମାତା ଲକ୍ଷ୍ମୀ ଶ୍ରୀ ହରିଙ୍କ ପାଦ ସେବା କରୁଥିବା ଫଟୋରେ ଦେଖାଯାଆନ୍ତି ଏବଂ ପୁରାଣରେ ମଧ୍ୟ ବର୍ଣ୍ଣିତ।

ମାତା ଲକ୍ଷ୍ମୀ ସର୍ବଦା ତାଙ୍କ ସ୍ୱାମୀ ଭଗବାନ ବିଷ୍ଣୁଙ୍କ ସେବାରେ ଥାଆନ୍ତି, ଯେଉଁଥିପାଇଁ ସେ ଭଗବାନ ବିଷ୍ଣୁଙ୍କ ପାଦ ପାଖରେ ବସିଥିବାର ଦେଖାଯାଏ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ, ଏହା ପ୍ରକୃତରେ ସତ କି? କାହିଁକି ମାତା ଲକ୍ଷ୍ମୀ ଏପରି ମୁଦ୍ରାରେ ଥାଆନ୍ତି?

ପୌରାଣିକ ତଥ୍ୟ ଅନୁଯାୟୀ, ମାତା ଲକ୍ଷ୍ମୀ କେବଳ ଶ୍ରୀ ହରିଙ୍କ ସେବା କରିବା ପାଇଁ ସ୍ୱାମୀଙ୍କ ପାଦ ପାଖରେ ବସନ୍ତି ନାହିଁ। ବାସ୍ତବରେ ଏହା ପଛରେ ରହିଛି ଏକ ଲୋକପ୍ରିୟ କାହାଣୀ । ଆସନ୍ତୁ ଏହି ବିଷୟରେ ଜାଣିବା ….

वैकुंठ में श्रीहरि के साथ उनकी पत्नी लक्ष्मी जी भी निवास करती हैं. , Image- Canva

ଏକ କିମ୍ବଦନ୍ତୀ ଅନୁଯାୟୀ, ମାତା ଲକ୍ଷ୍ମୀଙ୍କ ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ। ସେ ଦେଖିବାକୁ ଏକଦମ୍ ଅସୁନ୍ଦର । ତାଙ୍କ ଚେହେରା ବହୁତ ଖରାପ ଏବଂ ଦାନ୍ତ ମଧ୍ୟ ବହୁତ ବଡ ବଡ। ଯେତେବେଳେ ମାତା ଲକ୍ଷ୍ମୀ ସ୍ୱାମୀ ବିଷ୍ଣୁଙ୍କ ସହ କୌଣସି ସ୍ଥାନକୁ ଯାଆନ୍ତି, ସେତେବେଳେ ଆଲକ୍ଷ୍ମୀ ତାଙ୍କ ପଛପଛେ ଯାଇଥାନ୍ତି। ଏଥିରେ ମାତା ଲକ୍ଷ୍ମୀ ବହୁତ ରାଗିଯାଆନ୍ତି। ସେ ଚାହୁଁ ନଥିଲେ ଯେ ଆଲକ୍ଷ୍ମୀ ତାଙ୍କ ସହ କୌଣସି ସ୍ଥାନକୁ ଯାଆନ୍ତୁ। ଦିନେ ସେ ଆଲକ୍ଷ୍ମୀଙ୍କୁ ପଚାରିଲେ ସେ କାହିଁକି ଏମିତି କରୁଛନ୍ତି ?

ଅଲକ୍ଷ୍ମୀ ଉତ୍ତରରେ କହିଥିଲେ ଯେ, ‘ମୋର ସ୍ୱାମୀ ନାହିଁ ଏବଂ ମୋତେ କେହି ପୂଜା କରନ୍ତି ନାହିଁ। ତେଣୁ ତୁମେ ଯେଉଁଠାକୁ ଯାଅ, ମୁଁ ସେଠାରେ ତୁମ ସହିତ ରହିବି। ଏହା ଶୁଣି ମାତା ଲକ୍ଷ୍ମୀ ଆହୁରି କ୍ରୋଧିତ ହେଲେ। ସେ କହିଥିଲେ, ‘ମୃତ୍ୟୁର ଦେବତା ହେଉଛନ୍ତି ତୁମର ସ୍ୱାମୀ ଏବଂ ଯେଉଁଠାରେ ଅଶୁଭ, ଇର୍ଷା, ଲୋଭ, ଅଳସୁଆ, କ୍ରୋଧ ଏବଂ ଅପରିଷ୍କାରତା ରହିଥିବ ସେଠାରେ ତୁମର ବାସ ହେବ। କାଳେ ଭଗବାନ୍ ଶ୍ରୀ ହରିଙ୍କ ପାଦରେ ମଇଳା ଲାଗିବ ଏବଂ ସେହି ମାଧ୍ୟମରେ ଅଲକ୍ଷ୍ମୀ ଚାଲିଆସିବେ, ସେଥିପାଇଁ ମାତା ଲକ୍ଷ୍ମୀ ସର୍ବଦା ଭଗବାନ ବିଷ୍ଣୁଙ୍କ ପାଦସେବା କରନ୍ତି।

आखिर भगवान विष्णु के चरण क्यों दबाती हैं मां लक्ष्मी? दिवाली पर जानिए ये रोचक बात | Diwali 2023 why devi lakshmi press lord vishnu feet know the amazing fact | TV9 Bharatvarsh

ଏହା ପଛରେ ଅନ୍ୟ ଏକ କାରଣ ମଧ୍ୟ ରହିଛି। ପୌରାଣିକ କାରଣ ଅନୁଯାୟୀ, ଥରେ ନାରଦ ମୁନୀ ମାତା ଲକ୍ଷ୍ମୀଙ୍କୁ ପଚାରିଲେ ଯେ ଆପଣ ସର୍ବଦା ଶ୍ରୀ ହରିଙ୍କ ପାଦ ସେବା କାହିଁକି କରନ୍ତି? ତା’ପରେ ମାତା ଲକ୍ଷ୍ମୀ କହିଥିଲେ ଯେ ମଣିଷ ହେଉ କି ଦେବତା, ଗ୍ରହମାନଙ୍କ ପ୍ରଭାବରୁ କେହି ରକ୍ଷା ପାଇ ନାହାଁନ୍ତି। ମହିଳାମାନଙ୍କ ହାତରେ ଦେବଗୁରୁ ବାସ କରୁଥିବା ବେଳେ ପୁରୁଷମାନଙ୍କ ପାଦରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ବାସ କରନ୍ତି। ତେଣୁ ଯେତେବେଳେ ଜଣେ ମହିଳା ପୁରୁଷର ଚରଣ ସ୍ପର୍ଶ କରିଥାନ୍ତି, ସେତେବେଳେ ଦେବତା ଏବଂ ଦାନବଙ୍କ ମିଳନ ହୋଇଥାଏ। ଯାହା ଫଳରେ ଧନଲାଭର ଯୋଗ ବାହାରିଥାଏ।  ଏହି କାରଣରୁ ମାତା ଲକ୍ଷ୍ମୀ ଶ୍ରୀ ହରିଙ୍କ ପାଦସେବା କରିଥାନ୍ତି।