ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିବା ମାତ୍ରେ ଲୋକମାନେ ହସିବାକୁ ଲାଗନ୍ତି। ନିକଟରେ ସେଭଳି ଏକ ଭାଇରାଲ ଫଟୋ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେ କେହି ବି ନିଜ ହସ ସମ୍ଭାଳି ପାରିବନି।
ସାଧାରଣତଃ ରୋଷେଇ କରିବା ପୂର୍ବରୁ ମନକୁ ଆସେ ଆଜି କ’ଣ ରାନ୍ଧିବି। ମହିଳାମାନେ ଏବିଷୟରେ ପରିବାର ସଦସ୍ୟଙ୍କୁ ପଚାରିବା ଠିକ୍ ବୋଲି ମନେ କରନ୍ତି। ବିଶେଷ କରି ସ୍ବାମୀଙ୍କୁ ପଚାରନ୍ତି ଆଜି କ’ଣ ରାନ୍ଧିବି ? ଯଦି ସ୍ବାମୀ ସିଧାସିଧା ଉତ୍ତର ଦିଅନ୍ତି ଏହି ଡିସ୍ ବନାଅ, ତାହାଲେ ଠିକ୍ ଅଛି… ନହେଲେ ଯଦି ସ୍ବାମୀ ମୁହଁରୁ ବାହାରି ଯାଏ ହିଁ କିଛି ବି ବନେଇ ଦିଅ ବା ହିନ୍ଦିରେ କୁଛ ଭି ବନାଦୋ .. କହିଲେ ତାହାଲେ କଥା ସରିଲା। ଏହି ସମାନ ଉତ୍ତର ଜଣେ ସ୍ବାମୀଙ୍କ ଉପରେ ଭାରି ପଡିଛି।
ପ୍ରକୃତରେ କଥାଟି ହେଉଛି, ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପଚାରିଥିଲେ କ’ଣ ରାନ୍ଧିବି ଏବଂ ତାଙ୍କ ସ୍ବାମୀ ଉତ୍ତର ଦେଇଥିଲେ କୁଛ ଭି….। ଏହା ଶୁଣି ମହିଳା ଜଣଙ୍କ ଯାହା କଲେ, ଆପଣ ଜାଣିଲେ ନ ହସି ରହି ପାରିବେନି। ସତକୁ ସତ ମହିଳା ଜଣଙ୍କ କୁଛ ଭି ପ୍ରସ୍ତୁତ କରି ତାଙ୍କ ସ୍ବାମୀଙ୍କୁ ଧରେଇ ଦେଲେ। ପ୍ଲେଟରେ ଏହି କୁଛ ଭି ଦେଖି ସ୍ବାମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାହାକୁ ଖାଇବା ପୂର୍ବରୁ କିଛି ସମୟ ନିରକ୍ଷୀ ଦେଖିଥିଲେ। ବେସନରେ ବ୍ୟାଟର ପ୍ରସ୍ତୁତ କରି ପ୍ୟାନ ଉପରେ କୁଛି ଭି.. ଲେଖିଥିଲେ ଏବଂ ତାହାକୁ ଫ୍ରଏ କରି ଟମାଟୋ କଚ୍ଅପ୍ ସହିତ ପରସି ଥିଲେ। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଶେଷରେ ସ୍ବାମୀଙ୍କୁ କୁଛ ଭି… ହିଁ ଖାଇବାକୁ ପଡିଥିଲା। ଯାହାକୁ ଆଖିରେ ନଦେଖିରେ ବିଶ୍ବାସ ହେବନାହିଁ।



ସେପ୍ଟେମ୍ବର ୨୨ ରେ @ rakshay_26 ନାମକ ଇନଷ୍ଟାଗ୍ରାମ ପେଜ୍ ରେ ପୋଷ୍ଟ ହୋଇଥିଲା। ଏହାକୁ ପ୍ରାୟ ୨ କୋଟିରୁ ଅଧିକ ଲୋକ ଦେଖିଛନ୍ତି। କିଛି ୟୁଜର୍ସ ମଧ୍ୟ ଏହା ଉପରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି।