ଉତ୍ସବର ଋତୁ ଚାଲିଛି। ଗଣେଶ ଉତ୍ସାବ ଯୋଗୁଁ ଗାଁ ଠୁଁ ସହର ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ହୋଇ ଥିବା ବେଳେ ଅଳ୍ପ କିଛି ମୁହୂର୍ତ୍ତ ପରେ ରାଧାଷ୍ଟମୀ ପର୍ବ ଆସିଯିବ। ଜନ୍ମାଷ୍ଟାମୀର ୧୫ ଦିନ ପରେ ରାଧା ଅଷ୍ଟମୀ ପର୍ବ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ରାଧାରାଣୀ ଜନ୍ମ ଗ୍ରହଣ କରିଥିଲେ। ଏଥର ରାକ୍ଷୀ ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ଭଳି ରାଧା ଅଷ୍ଟମୀ ମଧ୍ୟ ଦୂଇ ଦିନ ପଡୁଛି। ଆଜି ଓ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ ଓ ୨୩ରେ ରାଧାଷ୍ଟମୀ ପର୍ବ ପାଳନ କରାଯିବ।
ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସର୍ବଦା ରାଧାରାଣୀଙ୍କ ସାଙ୍ଗରେ ହିଁ ନିଆଯାଏ ବା ଜପ କରାଯାଏ। ରାଧାରାଣୀଙ୍କ ବିନା ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପବିତ୍ର ଦିନରେ ରାଧା ରାଣୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକାଠି ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଶୁଭ ଦିନରେ କିଛି ବିଶେଷ ଉପାୟ କରିବା ଦ୍ବାରା ମନୋସ୍କାମନା ପୂରଣ ହେବା ସହ ଚାକିରି ଓ ପ୍ରେମ ସମ୍ପର୍କ ସୁଦୃଢ ହୋଇଥାଏ।
ରାଧା ଅଷ୍ଟମୀ ଶୁଭ ସମୟ-
ଅଷ୍ଟମୀ ତିଥି ଆରମ୍ଭ – ସେପ୍ଟେମ୍ବର ୨୨ ତାରିଖ ଦିନ ଦ୍ବିପ୍ରହର ୧:୩୫ଟା ସମୟ
ଅଷ୍ଟମୀ ତିଥି ସମାପ୍ତ – ସେପ୍ଟେମ୍ବର ୨୩ ତାରିଖ ଦିନ ୧୨:୧୭ଟା ସମୟ ପର୍ଯ୍ୟନ୍ତ
ମହତ୍ତ୍ୱ-
ଜନ୍ମାଷ୍ଟମୀଙ୍କ ପରି ରାଧା ଅଷ୍ଟମୀଙ୍କର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ ରାଧା ଆଷ୍ଟମୀ ଦିନ ଉପବାସ ରଖିବା ଦ୍ବାରା ସମସ୍ତ ପାପ ନଷ୍ଟ ହୋଇଯାଏ। ଏହି ଦିନ ବିବାହିତ ମହିଳାମାନେ ପିଲାମାନଙ୍କର ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତି ପାଇଁ ଉପବାସ ରଖନ୍ତି। ପୁରାଣ ଅନୁଯାୟୀ ରାଧାଷ୍ଟମୀ ଦିନ ରାଧାରାଣୀଙ୍କୁ ପ୍ରସନ୍ନ କଲେ ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇଥାନ୍ତି। କୁହାଯାଏ ଯେ ଉପବାସ ଦ୍ୱାରା ଦେବୀ ଲକ୍ଷ୍ମୀ ଘରକୁ ଆଗମନ କରନ୍ତି ଏବଂ ସମସ୍ତ ଇଚ୍ଛା ପୂରଣ ହୁଏ।
ରାଧା ଅଷ୍ଟମୀ ଦିନ ଏହି ୪ଟି ଉପାୟ କରନ୍ତୁ
ବ୍ୟବସାୟ ଏବଂ ଚାକିରିରେ ଲାଭ ପାଇଁ : ବ୍ୟବସାୟରେ ଅଭିବୃଦ୍ଧି ପାଇଁ କିମ୍ବା ଚାକିରିରେ ଦେଖାଦେଉଥିବା ବାଧା ଦୂର କରିବା ପାଇଁ ଏହି ଦିନ ରାଧାରାଣୀଙ୍କୁ ପୂଜା କରିବା ପରେ ଏକ ରୂପା ମୁଦ୍ରା ଆଣି ଓମ୍ ରାଧା କୃଷ୍ଣାୟ ନାମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ରୀତିନୀତି ଅନୁଯାୟୀ ପୂଜା ସମାପ୍ତ ହେବା ପରେ ଏହି ମୁଦ୍ରାକୁ ଏକ ନାଲି କପଡ଼ାରେ ବାନ୍ଧି ନିଜ ଟିଜୋରି ବା ଟଙ୍କା ଓ ସୁନାରୂପା ରଖୁଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହେବ।
ସମ୍ମାନ ପାଇଁ – ଶାସ୍ତ୍ର ଅନୁଯାୟୀ, ରାଧାଷ୍ଯମୀ ଆଠ ମୁଖର ଦୀପରେ ଅତର ପକାଇ ଜାଳିବା ଦ୍ବାରା ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ। ଏହା ସହ ସୁଖ ଏବଂ ସମୃଦ୍ଧତା ମଧ୍ୟ ଆସିଥାଏ। ଏହା ସହିତ ଦେବୀ ଲକ୍ଷ୍ମୀ ଆପଣ ଘରେ ବାସ କରନ୍ତୁ।
ପ୍ରେମ – ରାଧା ଅଷ୍ଟମୀ ଦିନ ପୂଜା କରିବାବେଳେ ରାଧାକୃଷ୍ଣ ମୂର୍ତ୍ତି ଆଗରେ କର୍ପୁର ରଖନ୍ତୁ ଏବଂ ପୂଜା ପରେ ଏହି କର୍ପୁରକୁ ଏକ ମାଟି ଦୀପରେ ରଖି ଶୋଇବା ଘରେ ଜାଳି ଦିଅନ୍ତୁ, ଯେଭଳି ଏହାର ଧୂଆଁ ସେହି ଘରେ ରହିବ। ଏହା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଫଳସ୍ୱରୂପ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ସୁଦଢ ରହିଥାଏ ଏବଂ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମନ ପସନ୍ଦ ଜୀବନ ସାଥୀ ପାଇଁ – ମନ ପସନ୍ଦ ଜୀବନସାଥୀ ପାଇଁ ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦୀ ଓ ଚନ୍ଦନର ତିଳକ ଲଗାନ୍ତୁ ଏବଂ ରାଧାରାଣୀଙ୍କୁ କୁମକୁମ୍ ଅର୍ପଣ କରନ୍ତୁ।
ଏହି ଦିନ ପୂଜା ସମୟରେ ଶ୍ରୀକୃଷ୍ଣଙ୍କୁ ହଳଦିଆ ଓ ରାଧାରାଣୀଙ୍କୁ ଗୋଲାପି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ ।