ଦୃଢ ଇଚ୍ଛା ଶକ୍ତି କେବେ ହାରିବାକୁ ଦିଏନି…ଜରି ଗୋଟାଳିରୁ କୋଟିପତି

କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ପାହାଡ ମଧ୍ୟ କଟା ଯାଇପାରେ। ଆମେ ଆଜି ପାହାଡ କାଟିବା କଥା କହୁନାହୁଁ, କାରଣ ଷ୍ଟୋନ ମ୍ୟାନ୍ ଷ୍ଟୋରି ପୁରୁଣା ହୋଇ ସାରିଲାଣି। ଆମେ କହୁଛୁ କେରଳ ର କିଛି ଭାଗ୍ୟବାନ ମହିଳାମାନଙ୍କ ବିଷୟରେ… ଯେଉଁମାନେ ଜରି ଗୋଳାଟିରୁ ରାତାରାତି କୋଟିପତି ରେ ପରିଣତି ହୋଇଛନ୍ତି। ଏହା କେବଳ ସମ୍ଭବ ହୋଇ ପାରିଛି ସେମାନଙ୍କ ଦୃଢ ଇଚ୍ଛା ଶକ୍ତି ଯୋଗୁଁ । ପାଖରେ ଟଙ୍କାଟିଏ ନଥିଲେ ମଧ୍ୟ କୋଟିପତି ହେବାର ଆଶା ମନରୁ କେବେ ଲିଭିନଥିଲା। ଜରି ଗୋଟାଉ ଥିଲେ ସତ, ହେଲେ କୋଟିପତି ହେବାର ସ୍ବପ୍ନ ମଧ୍ୟ ଦେଖୁଥିଲେ।

କେରଳ ପୌରପାଳିକା ଅଣ୍ଡରରେ ଜରି ଗୋଟାଳି ଭାବେ କାମ କରୁଥିବା ୧୧ ଜଣ ମହିଳା। ସେମାନଙ୍କ ପାରିଶ୍ରମିକ ବହୁତ କମ୍ । କିନ୍ତୁ ସ୍ବପ୍ନ ବହୁତ ବଡ। ଲକ୍ଷପତି ହେବା ଆଶାରେ ସେମାନେ ଲଟେରି ଟିକେଟ୍ କିଣନ୍ତି। ଜଣେ ମହିଳା ଏକାକୀ ଲଟେରି ଟିକେଟ୍ କଣିବାକୁ ସାମର୍ଥ୍ୟ ନଥିବାରୁ ୧୧ ଜଣ ମହିଳା କିଛି ଟଙ୍କା ଆଦାୟ କରି ଗୋଟିଏ ଟିକେଟ୍ କିଣନ୍ତି ଏବଂ ସେଥିରୁ ଯାହା ମିଳେ ବା ବିଜେତା ରାଶି ସମସ୍ତେ ନିଜ ନିଜ ମଧ୍ୟରେ ବାଣ୍ଟି ନିଅନ୍ତି । କିନ୍ତୁ ଏହି ଅଭ୍ୟାସ ସେମାନଙ୍କୁ ଦିନେ କୋଟିପତି କରିବ ତାହା ସେମାନଙ୍କୁ  ଜଣାନଥିଲା।

PunjabKesari

ସବୁ ଥର ଭଳି ଏଥର ମଧ୍ୟ ସେମାନେ କିଛି ଟଙ୍କା ଆଦାୟ କଲେ ଏବଂ ଏକ ଲଟେରି ଟିକେଟ୍ କିଣିଲେ। ଯାହାର ମୂଲ୍ୟ ଥିଲା ୨୫୦ ଟଙ୍କା। କୁହାଯାଏ ଭାଗ୍ୟ ଯେବେ ବଦଳିଯାଏ, ମଣିଷ ସେତେବେଳେ ଫକିର ରୁ ଅମିର ହୋଇଯାଏ। ତାହା ହିଁ ହେଲା, ଭାଗ୍ୟ ସେମାନଙ୍କୁ ସାହା ହେଲା ଏବଂ ୨୫୦ ଟଙ୍କାରେ କିଣା ଯାଇଥିବା ଲଟେରି ୧୦ କୋଟି ଟଙ୍କାର ପୁରଷ୍କାର ରାଶି ଜିତିଲା। ଏହି ୧୦ କୋଟି ଟଙ୍କାର ଦାବିଦାର ଥିଲେ ସେହି ୧୧ ଜଣ ମହିଳା ଜରି ଗୋଟାଳି। ଯେଉଁମାନେ ଲଟେରି ଟିକେଟ୍ ପାଇଁ ମାତ୍ର ୨୫ ଟଙ୍କାରୁ ମଧ୍ୟ କମ୍ ଦେଇଥିଲେ।

ଏହି ଘଟଣା ଜଣାପଡିଲା ପରେ ବିଭିନ୍ନ ମହଲରୁ ସେମାନଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟିଛି ଏବଂ ଖବରର ଶିରୋନାମାରେ ରହିଛନ୍ତି ୧୧ ଜଣ ମହିଳା। ତେବେ ଏହା ସେମାନଙ୍କର ପ୍ରଥମ ପଦକ୍ଷେପ ନଥିଲା। ପୂର୍ବରୁ ମଧ୍ୟ ସେମାନେ ଏଭଳି ଲଟେରି ଟିକେଟ୍ କିଣନ୍ତି। ଗତ ଥର ସେମାନେ ଏକ ଲଟେରି କିଣିଥିଲେ ଏବଂ ଯେଉଁଥିରେ ୭୫୦୦ ଟଙ୍କା ଜିତିଥିଲେ। ଏହି ରାଶିକୁ ମଧ୍ୟ ସେମାନେ ସମାନ ଭାବରେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ। କିନ୍ତୁ ଏଥର ସେ ହଜାରପତି ରୁ କୋଟିପତି ବନିଯିବେ ଏକଥା କିଏ ବା ଜାଣିଥିଲା।