ଭୁବନେଶ୍ବର : ଋତୁସ୍ରାବ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ରାଧା କୃଷ୍ଣ ବସ୍ତି ରେ ବିଚାର ଭାରତୀ ଟ୍ରଷ୍ଟ ର ” ଶ୍ରୀ ” ପ୍ରୋଜେକ୍ଟ ତରଫରୁ ହୋଇଯାଇଛି l ଏଠାରେ କିଶୋରୀ ଓ ମହିଳା ମାନ ଙ୍କୁ ମାସିକ ଋତୁସ୍ରାବ ସମୟ ରେ କୋଉ ଭଳି ସ୍ୱଚ୍ଛତା କୁ ଗୁରୁତ୍ୱ ଦେବେ ସେ ବିଷୟ ରେ ସଚେତନତା ସାଙ୍ଗରେ ନ୍ୟାପକିନ ବ୍ୟବହାର ଉପରେ ଗୁରୁତ୍ୱ କୁ ନେଇ ଆଲୋଚନା କରାଯାଇଥିଲା ଓ ଏହା ଏକ ବ୍ୟାଧି ନୁହେଁ ବୋଲି ମଧ୍ୟ ସଚେତନତା କରାଯାଇଥିଲା l ସାନିଟାରୀ ନ୍ୟାପକିନ ବଣ୍ଟା ଯାଇଥିଲା lଏଥିରେ “ଶ୍ରୀ” ପ୍ରୋଜେକ୍ଟ ର ମୁଖ୍ୟ ପ୍ରୀତିଛନ୍ଦା ଧଳ, ” ଶ୍ରୀ ” ପ୍ରୋଜେକ୍ଟ ର ଉପଦେଷ୍ଟା ସମାଜସେବୀ ନମ୍ରତା ଚଢ଼ା , ସମାଜସେବୀ ସଂଘମିତ୍ରା ପଣ୍ଡା, ” ଶ୍ରୀ ” ପ୍ରୋଜେକ୍ଟ ର ସଂଯୋଜିକା ବବିତା ସ୍ବାଇଁ ଓ ନଳିନୀ ପ୍ରଭା ସାହୁ.ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ l