ନୂଆଦିଲ୍ଲୀ : ସବୁଠି ଆଗରେ ଏବେ ଓଡିଆ। ଓଡିଆଙ୍କ ପ୍ରତିଭା ଏବେ ରାଜ୍ୟସ୍ତରୀୟ ବା ଜାତୀୟସ୍ତରରେ ସୀମିତ ନାହିଁ, ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲାନି। ସେହିଭଳି ଜଣେ ଓଡିଆଣୀଙ୍କ ଚତ୍ମକାରିତା ଏବେ ସାରା ବିଶ୍ବ ଦେଖୁଛି। ଟ୍ରାକ୍ ସୁଟ୍ ପିନ୍ଧି ମାରାଥନରେ ଦଉଡିବା ଲୋକଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ ଜଣେ ଓଡିଆଣୀ ଶାଢି ପିନ୍ଧି ବିଦେଶ ମାଟିରେ ଦୌଡିବା ଦେଶ ଓ ରାଜ୍ୟ ପାଇଁ ବିଶେଷ ଭାବେ ଗୌରବର ବିଷୟ।
ବ୍ରିଟେନରେ ସମ୍ବଲପୁରୀ ସାଢି ପିନ୍ଧି ପ୍ରାୟ ୪୨ କିମି ଦଉଡି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ୪୧ ବର୍ଷୀୟା ମଧୁସ୍ମିତା ଜେନା ଦାସ। ରିପୋର୍ଟ ଅନୁଯାୟୀ, ରବିବାର ଦିନ ମଞ୍ଚେଷ୍ଟରରେ ବ୍ରିଟେନର ଦ୍ୱିତୀୟ ବୃହତ୍ତମ ମାରାଥନ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ମଧୁସ୍ମିତା ୪ ଘଣ୍ଟା ୫୦ ମିନିଟରେ ୪୨ କିମି ଦୌଡିଛନ୍ତି।
ମଧୁସ୍ମିତାଙ୍କ ଏହି ଚତ୍ମକାରିତା ଏବେ ସାରା ବିଶ୍ବରେ ପ୍ରଂଶସୀୟ ହୋଇଛି। ସୋସିଆଲ ମିଡିଆରେ ବହୁଳ ଭାବରେ ଏହା ଭାଇରାଲ ହେବାରେ ଲାଗିଛି । ମଧୁସ୍ମିତାଙ୍କ ଏହି ଅସାଧାରଣ ପ୍ରତିଭାକୁ ସମସ୍ତେ ସ୍ୟାଲୁଟ୍ କରୁଛନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧୁସମିତାଙ୍କ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି।
ଭାରତର ସଂସ୍କୃତିକୁ ବିଶ୍ୱକୁ ଦେଖାଇଥିବାରୁ ‘ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ ସୋସାଇଟି ଇଣ୍ଟଲ ୟୁକେ’ ମଧୁସମିତାଙ୍କୁ ପ୍ରଶଂସା କରିଛନ୍ତି। ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମାରାଥନର ଭିଡିଓ ପୋଷ୍ଟ କରାଯାଇଛି।
Madhusmita Jena, an Indian living in Manchester, UK, comfortably runs Manchester marathon 2023 in a lovely Sambalpuri Saree
While proudly showcasing her Indian heritage, she also presents an inviting perspective on the quintessential #Indian attire@HCI_London @iglobal_news pic.twitter.com/Thp9gkhWRz— 🇬🇧FISIUK 🇮🇳(Friends of India Soc Intl UK) (@FISI_UK) April 17, 2023
ଏଥିରେ ମଧୁସମିତାଙ୍କୁ ଏକ ସମ୍ବଲପୁରୀ ସାଢୀରେ ଅତି ଖୁସୀରେ ଦଉଡିଥିବା ଦେଖିବାକୁ ମିଳିଛି। ତାଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ଉତ୍ସାହିତ କରିବା ପାଇଁ କରତାଳି ଦେଉଥିବାର ଦେଖାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ମଧ୍ୟ ମଧୁସମିତା ସମଗ୍ର ବିଶ୍ୱରେ ଅନେକ ମାରାଥନ୍ ଏବଂ ଅଲ୍ଟ୍ରା-ମାରାଥନ୍ ଦୌଡରେ ସାମିଲ ହୋଇଛନ୍ତି।
Madhusmita Jena, an Indian living in Manchester, UK, comfortably runs Manchester marathon 2023 in a lovely Sambalpuri Saree
While proudly showcasing her Indian heritage, she also presents an inviting perspective on the quintessential #Indian attire@HCI_London @iglobal_news pic.twitter.com/Thp9gkhWRz— 🇬🇧FISIUK 🇮🇳(Friends of India Soc Intl UK) (@FISI_UK) April 17, 2023
ସୂଚନାଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ ଯେ, ଜଣେ ଭାରତୀୟ ମହିଳା ସାଢିରେ ମାରାଥନ ଦଉଡି ଦେଶକୁ ଗର୍ବିତ କରିଛନ୍ତି। ଏହାପୂର୍ବରୁ ହାଇଦ୍ରାବାଦର ୪୪ ବର୍ଷୀୟ ଜୟନ୍ତୀ ସାମପତ ସାଢୀର ୪୨ କିଲୋମିଟର ଦୌଡ଼ିଥିଲେ।