ଦ୍ରୌପଦୀ ମୁର୍ମୁଙ୍କ ଯନ୍ତ୍ରଣାଦାୟକ ଜୀବନୀ …..

ଦେଶର ୧୫ ତମ ରାଷ୍ଟ୍ରପତି ହେବା ସହ ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ହାସଲ କରିଛନ୍ତି ଓଡିଶାର ୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ। ନାମ ପୂର୍ବରୁ ଯେତିକି ସମ୍ମାନଜନ ଶବ୍ଦ ଯୋଡି ହୋଇଛି, ତାଙ୍କ ବ୍ୟକ୍ତିଗତ ଜୀବନ ଥିଲା ସେତିକି ଯନ୍ତ୍ରଣାଦାୟକ ଏବଂ ସଂଘର୍ଷପୂର୍ଣ୍ଣ। ୧୯୮୦ରେ ସେ ଶ୍ୟାମାଚରଣ ମୁର୍ମୁଙ୍କୁ ବିବାହ କରିଥିଲେ, ତାଙ୍କରେ ୪ଟି ସନ୍ତାନ ଥିଲା। ଦୁର୍ଭାଗ୍ୟବଶତଃ ସେ ୩ଟି ସନ୍ତାନ ଏବଂ ସ୍ବାମୀଙ୍କୁ ହରାଇବା ପରେ ଏବେ ଏକ ମାତ୍ର କନ୍ୟା ତାଙ୍କ ସହ ରହିଛନ୍ତି। ଆସନ୍ତୁ ନଜର ପକାଇବା ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଉପରେ ……

କଲେଜରେ ଅଧ୍ୟୟନ କରୁଥିବା ସମୟରେ ଶ୍ୟମାଚରଣ ମୁର୍ମୁଙ୍କୁ ଭେଟିଥିଲେ। ଉଭୟ ଗୋଟିଏ କଲେଜରେ ପଢୁଥିଲେ। ପ୍ରଥମ ସାକ୍ଷାତ ପରେ ଦୁହେଁ କଥାବାର୍ତ୍ତା ଆରମ୍ଭ ହେଲା ଏବଂ ପରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହେଲା। ୧୯୮୦ ମସିହାରେ, ଶ୍ୟାମାଚରଣ ମୁର୍ମୁ ବିବାହ ପ୍ରସ୍ତାବ ନେଇ ଦ୍ରୌପଦୀଙ୍କ ଘରକୁ ଯାଇଥିଲେ। କିନ୍ତୁ ଦ୍ରୌପଦୀଙ୍କ ପିତା ବିରଞ୍ଚି ନାରାୟଣ ପ୍ରତ୍ୟାକ୍ଷାନା କରିଥିଲେ। ଶ୍ୟମାଚରଣ ମୁର୍ମୁ ନିଜ ଜିଦରେ ଅଟଳ ଥିଲେ। ସେ ନିଜ ସମ୍ପର୍କୀୟଙ୍କ ସହ ଦ୍ରୌପଦୀଙ୍କ ଗାଁରେ ଡେରା ପକାଇ ରହିଥିଲେ ବା ଅସ୍ଥାୟୀ ଭାବରେ ଘର କରି ରହିଥିଲେ।

ନିଜ ପ୍ରତି ଶ୍ୟମାଚରଣ ମୁର୍ମୁଙ୍କ ଏତେ ଭଲପାଇବା ଦେଖି ଦ୍ରୌପଦୀ ମଧ୍ୟ ସ୍ଥିର କଲେ ଯେ ସେ କେବଳ ତାଙ୍କୁ ବିବାହ କରିବେ। ଅନେକ ଦିନ ଧରି ଜିଦ୍ ଧରି ରହିବା ପରେ ଶେଷରେ ଦ୍ରୌପଦୀଙ୍କ ପରିବାର ସଦସ୍ୟ ମଧ୍ୟ ଏହି ବିବାହରେ ରାଜି ହୋଇଥିଲେ। ଏହା ପରେ ଷଣ୍ଢ, ଗାଈ  ଏବଂ କିଛି ପୋଷାକ ଦେବାନେବାରେ ବିବାହ ହୋଇଥିଲା। ବିବାହ ପରେ ଦ୍ରୌପଦୀ ମୁର୍ମୁ ଏବଂ ଶ୍ୟାମାଚରଣ ମୁର୍ମୁ ୪ଟି ସନ୍ତାନ ଦୁଇଟି ପୁଅ ଏବଂ ୨ଟି ଝିଅ ଥିଲେ। କିନ୍ତୁ ଆଜି କେବଳ ଗୋଟିଏ ଝିଅ ଜୀବିତ ଅଛନ୍ତି | ତାଙ୍କର ପ୍ରଥମ ଝିଅ ୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ୨୫ ବର୍ଷର ପୁଅ ଲକ୍ଷ୍ମଣ ମୁର୍ମୁଙ୍କର ୨୦୦୯ ରେ ଦେହାନ୍ତ ହୋଇଥିଲା। ଘରେ ଲକ୍ଷ୍ମଣ ମୁର୍ମୁଙ୍କ ଶରୀର ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ପୁଅର ଶୋକସାଗରରୁ ବାହାରି ନଥିବାରେ ବେଳେ ତାଙ୍କର ଅନ୍ୟ ଏକ ପୁଅର ମୃତ୍ୟୁ ହୋଇଥିଲା।

୨୦୧୩ ମସିହାରେ  ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିତୀୟ ପୁଅ ମଧ୍ୟ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ସେମାନଙ୍କର କେବଳ ଗୋଟିଏ ଝିଅ ଇତିଶ୍ରୀ ମୁର୍ମୁ ରହିଛନ୍ତି। ସେ ଏକ ବ୍ୟାଙ୍କରେ କାର୍ଯ୍ୟରତ। ମାତ୍ର ଏକ ବର୍ଷ ବ୍ୟବଧାନରେ ସ୍ୱାମୀ ଶ୍ୟାମାଚରଣ ମୁର୍ମୁ ୨୦୧୪ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ। ହୃଦଘାତ ଯୋଗୁଁ ଶ୍ୟାମାଚରଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡିଥିଲା।। ଦୁଇ ପୁଅ ଏବଂ ସ୍ୱାମୀଙ୍କ ହରାଇ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ସମୟ ସହିତ, ସେ ନିଜର ଯତ୍ନ ଏବଂ ଯୋଗ ଆଡକୁ ଧ୍ୟାନ ଦେଲେ। କୁହାଯାଏ ଯେ ଦ୍ରୌପଦୀ ତାଙ୍କର ଏକ  ଘରକୁ ବିଦ୍ୟାଳୟରେ ପରିଣତ କରିଥିଲେ ଯେଉଁଠାରେ ପିଲାମାନେ ଆଜି ଅଧ୍ୟୟନ କରନ୍ତି। ପ୍ରାୟତଃ  ତାଙ୍କ ପୁଅ ଏବଂ ସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀକୁ ସେଠାକୁ ଯାଆନ୍ତି | ଏକ କାର୍ଯ୍ୟକ୍ରମରେ ଦ୍ରୌପଦୀ ମୁର୍ମୁ ଆଖି ଦାନ କରିବାକୁ ମଧ୍ୟ ଘୋଷଣା କରିଥିଲେ।