କେବେ ତୁମେ ଜାୟା ପୁଣି କେବେ ସାଜ ଜନନୀ,
ରାକ୍ଷୀ ବାନ୍ଧି ଗଢ ସମ୍ପର୍କ ହୋଇ ତୁମେ ଭଗିନୀ ।
ପରକୁ ଆପଣା କରିପାର ତୁମେ ସାଜି ପୁଣି ଘରଣୀ,
ନାରୀ ଏକ ରୂପ ତା ଅନେକ ସର୍ବଂସହା ସେ ଚିରବନ୍ଦିନୀ ।
ନ ଅଇରି ଯାହାର ସେ ହେଉଛି ନାରୀ । ଅର୍ଥାତ୍ ନାରୀର କେହି ଶତ୍ରୁ ନାହାନ୍ତି । ସମାଜର ଆଦ୍ୟ ଅନ୍ତ ହିଁ ନାରୀ । ଜୀବନ୍ତ ଦେବୀ ଭାବରେ ସେ ସୃଷ୍ଟି କରିପାରେ, ସଂହାର ବି କରିପାରେ । ସେ ସୃଷ୍ଟିର ନିୟାମକ ଏବଂ ପରିଚାୟକ । ନାରୀ ବିନା ଜୀବନ ଅସମ୍ଭବ ଏବଂ ଜୀବସଚାା ବିନା ସମାଜର ପରିକଳ୍ପନା ବେଶ୍ ଅବାସ୍ତବ । ଅନେକ ଅବତାରରେ ସଫଳ ଭାବରେ ଅବତୀର୍ଣ୍ଣ ହୋଇପାରୁଥିବା ପରମେଶ୍ୱରଙ୍କର ଅଦ୍ୱିତୀୟ ସୃଷ୍ଟି ହେଉଛି ନାରୀ । ଯୁଗେ ଯୁଗେ ନାରୀ ଚିର ବନ୍ଦନୀୟା । ନାରୀର ପ୍ରଗତିରେ ହିଁ ଦେଶର ବିକାଶ ସମ୍ଭବପର । ପ୍ରତିବାଦର ସ୍ୱରକୁ କଦାପି ଶାଣିତ ନକରି ସବୁ ଯନ୍ତ୍ରଣାକୁ ମଥାପାତି ହସି ହସି ସହିଯାଉଥିବା ସର୍ବଂସହା ସେ । ନାରୀ ପୂଜା ପାଉଥିବା ସ୍ଥାନ ମନ୍ଦିର ସଦୃଶ ଅଟେ । ତେଣୁ ନାରୀ ବିନା ସମାଜ ତଥା ଦେଶ ଗଠନ ଅତ୍ୟନ୍ତ ଅସହଜ ଏବଂ ଅସମ୍ଭବ ।
ପରିବର୍ଚାିତ ଆଧୁନିକ ଯୁଗରେ ଅନେକ କ୍ଷେତ୍ରରେ ନାରୀ ଆଜି ସ୍ୱାବଲମ୍ବୀ । ଆଜିର ଯାନ୍ତ୍ରିକ ଯୁଗରେ, ନାରୀ ପାରମ୍ପରିକ ସାମାଜିକ ପ୍ରତିବନ୍ଧକକୁ ଏଡାଇ ପୁରୁଷ ପ୍ରାଧାନ୍ୟ ବିଶ୍ୱ ସହିତ ନିଜକୁ ସମକକ୍ଷ କରିବା ନିମନ୍ତେ ସଦା ଚେଷ୍ଟିତ । ସମୟ ବଦଳିବା ସହିତ ମାନସିକତାରେ ମଧ୍ୟ ପରିବର୍ଚାନ ଆସିବା ଜରୁରୀ । କେବଳ ଯେ ଦାମୀ ଗାଡି ଚଢିଲେ, ବ୍ରାଣ୍ଡେଡ୍ ପୋଷାକ ପରିଧାନ କଲେ କିମ୍ବା ପ୍ରଚୁର ଅର୍ଥ ଉପାର୍ଜନ କଲେ ବିକାଶ ଅବ୍ୟଶମ୍ଭାବୀ ତାହା ନୁହେଁ, ବରଂ ଏକ ସୁସ୍ଥ ଏବଂ ସୌହାଦ୍ର୍ଦ୍ୟପୂର୍ଣ୍ଣ ସମାଜ ଗଠନ ପାଇଁ ଆମକୁ ନିଜର ସଂକୀର୍ଣ୍ଣ ମାନସିକତାରେ ପରିବର୍ଚାନ କରିବାର ପ୍ରକୃଷ୍ଟ ସମୟ ବର୍ଚାମାନ ଉପନୀତ । ସାମାଜିକ କୁସଂସ୍କାରକୁ ପ୍ରତିହତ କରି ନାରୀକୁ ସମାଜର ଆଗଧାଡିରେ ଚିତ୍ରଣ କରି ଏକ ସଶକ୍ତ ଏବଂ ସମାନ ବିଶ୍ୱ ସୃଷ୍ଟି କରିବା ଆମ ସମସ୍ତଙ୍କର ପ୍ରମୁଖ କର୍ଚାବ୍ୟ ହେବା ଉଚିତ୍ । ପରିବର୍ଚାନର ପ୍ରବହମାନ ସ୍ରୋତରେ ଆଜି ମଧ୍ୟ ନାରୀ ଅବହେଳିତ ଏବଂ ନିଷ୍ପେଷିତ, ଯାହା ଦେଶର ବିକାଶ ନିମନ୍ତେ ଏକ ଅଶୁଭ ସଙ୍କେତ । ଯଦି ନାରୀ ଜନନୀ, ଭଗିନୀ ତଥା ଅର୍ଦ୍ଧାଙ୍ଗିନୀ ଭାବରେ ଏକାକୀ ଘରର ଭାର ମୁଣ୍ଡାଇବାକୁ ସମର୍ଥ, ତେବେ ଦେଶ ଗଠନରେ ସେ କାହିଁକି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ନାହିଁ? ସମ୍ପ୍ରତି ଏହା ଏକ ପ୍ରଶ୍ନ ନୁହେଁ, ବରଂ ଆନ୍ଦୋଳନ ହେବାର ଯଥାର୍ଥତା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।
ବିଂଶ ଶତାବ୍ଦୀର ଡିଜିଟାଲ ଦୁନିଆରେ ନାରୀ ଆଜି ଋଢିବାଦୀ ସାମାଜିକ ବନ୍ଧନକୁ କାଟି ପ୍ରଜ୍ଞାବାଦୀ ହୋଇପାରିଛି । ଏଥିପାଇଁ ସାମାଜିକ ସ୍ତରରୁ ଆରମ୍ଭ କରି ରାଜନୈତିକ ସ୍ତରରେ ବର୍ଚାମାନ ଅନେକ ପ୍ରଚେଷ୍ଟା କରାଯାଉଛି । ଅଖଣ୍ଡ ଭାରତବର୍ଷରେ ମଧ୍ୟ ନାରୀ ସଶକ୍ତିକରଣ ସ୍ପଷ୍ଟ ଅନୁମେୟ । ଇନ୍ଦିରାଗାନ୍ଧୀଙ୍କଠାରୁ ଆରମ୍ଭ କରି ବର୍ଚାମାନର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପର୍ଯ୍ୟନ୍ତ ଅନେକ ମହିୟସୀ ତଥା ପ୍ରତିଭାବାନ ମହିଳାଙ୍କ ଏନ୍ତୁଡିଶାଳ ହେଉଛି ଭାରତ । ଲିଙ୍ଗଗତ ପକ୍ଷପାତିତାକୁ ଭାଙ୍ଗି ଏକ ସମାନତା ଭରା ଦେଶ ଗଠନ କରିବା ନିମନ୍ତେ ବର୍ଚାମାନ ରାଜନୈତିକ ସ୍ତରରେ ଅନେକ ଯୋଜନା ପ୍ରଣୟନ କରାଯାଇ କାର୍ଯ୍ୟକାରୀ କରାଯାଉଛି । ଯାହା ଫଳରେ ନାରୀ ଆଜି ଘର କୋଣରେ ଅଲୋଡା ହୋଇ ରହିନାହିଁ, ବରଂ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିବା ସହିତ ଆତ୍ମନିର୍ଭର ହୋଇପାରିଛି । ବେଟି ବଚାଓ, ବେଟି ପଢାଓ ଯୋଜନାଠାରୁ ଆରମ୍ଭ କରି ସୁକନ୍ୟା ସମୃଦ୍ଧ ଯୋଜନା ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି ଆମ ସରକାର ନାରୀ ସଶକ୍ତିକରଣ ଦିଗରେ ଏକ ଅଗ୍ରଗାମୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଶ୍ୱ ଗୁରୁ ଭାବରେ ବୈଶ୍ୱିକ ଦରବାରରେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ବର୍ଚାମାନ ଭାରତ ନାରୀ ସଶକ୍ତିକରଣ ତଥା ମହିଳା ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭର କରିବା ସହିତ ସ୍ୱାଧୀନ ଭାବରେ ନିଜର ଜୀବନଯାପନ କରିବାକୁ ଏକ ପ୍ରଶସ୍ତ ମାର୍ଗ ପ୍ରଦାନ କରିବାର ପ୍ରୟାସ ଜାରି ରଖିଛି । ନାରୀମାନଙ୍କର ବିବାହଯୋଗ୍ୟ ବୟସରେ ବୃଦ୍ଧି ସହିତ କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ତୃଣମୂଳ ସ୍ତରରୁ ଅନେକ ପ୍ରୟାସ କରାଯାଉଛି । ତଥାପି ଏ ରାସ୍ତା ନୁହେଁ ସହଜ, ଚାଳିବାକୁ ଅଛି ଆମକୁ ଅନେକ ଦୂର । ଏହି ଲଢେଇ ଯେ କେବଳ ସରକାରଙ୍କର ତାହା ନୁହେଁ, ବରଂ ଆମ ସମସ୍ତଙ୍କୁ ପରିବାର ସ୍ତରରୁ ହିଁ ଏହି ସମସ୍ୟାର ମୂଳୋତ୍ପାଟନ କରି ନାରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଏକ ସମୃଦ୍ଧଶାଳୀ ଦେଶ ଗଠନର ଅୟମାରମ୍ଭ କରିବାର ଆବଶ୍ୟକତା ରହିଛି । ନାରୀ ଆଜି ଅନେକ କ୍ଷେତ୍ରରେ ଦକ୍ଷ । ତେଣୁ, ନାରୀମାନଙ୍କର ଦକ୍ଷତାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା ପାଇଁ ଆସନ୍ତୁ ସମସ୍ତେ ମିଶି ସଙ୍କଳ୍ପ ନେବା ।
ନାରୀ ସଶକ୍ତିକରଣ ପାଇଁ ସମର୍ପିତ ତିତିଲି ନାମକ ଏହି ପତ୍ରିକାର ପ୍ରଥମ ସଂସ୍କରଣର ପ୍ରକାଶନୀ ଅବସରରେ ସମ୍ପାଦିକା ଭାବରେ ମୁଁ ନାରୀମାନଙ୍କର ମହନୀୟତାକୁ ପ୍ରଶଂସା କରିବା ସହିତ ସେମାନଙ୍କର ଅବଦାନ ନିମନ୍ତେ ଚିରକୃତଜ୍ଞ । ପରିବାରର ପ୍ରତ୍ୟେକ ସଦସ୍ୟ ଶୁଭଶଙ୍ଖ ବଜାଇ ନାରୀ ସଶକ୍ତିକରଣ ପରି ମହାନ ତଥା ଯୁଗୋପଯୋଗୀ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଏହାହିଁ ବର୍ଚାମାନର ସଙ୍କଳ୍ପ ହେଉ । ପରିଶେଷରେ ଏତିକି କହିବି ଯେ ନାରୀ ବଢିଲେ ଜାତି ବଢିବ, ଆଉ ଜାତି ବଢିଲେ ଦେଶ ପ୍ରଗତିର ସ୍ୱାଦ ଚାଖିବ ଏବଂ ଦେଶର ପ୍ରଗତିରେ ସମଗ୍ର ଜନସମାଜର କଲ୍ୟାଣ ହେବ । ଆନ୍ତରିକ ଶୁଭେଚ୍ଛା ସହ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ଲେଖନୀକୁ ବିଶ୍ରାମ ଦେଉଛି!