ଗୃହପାଳିତ ପଶୁ। ଯେଉଁମାନେ ପଶୁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଗୃହପାଳିତ ପଶୁ ଏକ ସକରାତ୍ମକ ଭୂମିକା ଗ୍ରହଣ କରିଥାଏ। ଶାରୀରିକ ଦିନଚର୍ଯ୍ୟା, ପ୍ରେମ ଏବଂ ସୁଖର ମୁହୂର୍ତ୍ତ ଆସେ । ଗୃହପାଳିତ ପଶୁମାନେ ପରିବାରର ଅନ୍ୟ ସଦସ୍ୟଙ୍କ ପରି ହୋଇଥାନ୍ତି।
ପ୍ରାୟତଃ କୁହାଯାଏ ଯେ, କୁକୁରମାନେ ମଣିଷର ‘ସର୍ବୋତ୍ତମ ବନ୍ଧୁ’। କିନ୍ତୁ ସମସ୍ତ ପ୍ରକାରର ଗୃହପାଳିତ ପଶୁ, ବ୍ୟକ୍ତିର ପ୍ରକୃତି ଏବଂ ପସନ୍ଦ ଉପରେ ନିର୍ଭର କରି ଭଲ ସାଥୀ ହୋଇଥାନ୍ତି ଏବଂ ଜଣେ ବ୍ୟକ୍ତିର ଜୀବନକୁ ଅନେକ ଉପାୟରେ ଉନ୍ନତ କରଥାନ୍ତି।
କିଏ ଘରେ ବିଲେଇ ପାଳୁଛି ତ, ଅନ୍ୟ କେହି କୁକୁର, ଗାଈ, ପକ୍ଷୀ ପାଳୁଛି। କିଛି ଲୋକ ବାଘ ଏବଂ ଅଜଗର ଭଳି ପ୍ରାଣଘାତି ପାଶୁ ପାଳିଥିବା ଦୃଷ୍ଟାନ୍ତ ରହିଛି।
ଗୃହପାଳିତ ପଶୁମାନେ ଆମକୁ ଅନ୍ୟାନ୍ୟ ଉପାୟରେ ସାହାଯ୍ୟ କରନ୍ତି। ଯେପରିକି ପିଲାମାନଙ୍କର ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା, ଘରକୁ ସୁରକ୍ଷା ଯୋଗାଇବା ଏବଂ ପରିବାରର ଅକ୍ଷମ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ଏଭଳି ଅନେକ…
ସେମାନେ ପରିବାରର ସଦସ୍ୟ ଭଳି ହୁଅନ୍ତି । ଆବଶ୍ୟକୀୟ ସାଥୀ ହୋଇ ଏକାକୀରୁ ମୁକ୍ତି ଦିଅନ୍ତି। ଯେଉଁମାନେ ଯୌଥ ବା ବଡ ପରିବାରରେ ରହିବାକୁ ଚାହାଁନ୍ତି ନାହିଁ ବା ନିଜ ପରିବାର ବଢାଇବାକୁ ଚାହାଁନ୍ତି ନାହିଁ ସେମାନେ ପଶୁ ମାନଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଦ୍ବାରା ଚାପରୁ ମୁକ୍ତି ମିଳିଥାଏ।
ତେବେ ଘରକୁ ଗୃହପାଳିତ ପଶୁ ଆଣିବା ପୂର୍ବରୁ କିଛି ବିଷୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ସେମାନଙ୍କ ବିଷୟରେ ଅଳ୍ପ ବହୁତ ସୂଚନା ରଖିବା ଆବଶ୍ୟକ । ଯେପରିକି ସେମାନଙ୍କର ଖାଦ୍ୟ ଏବଂ ପାନୀୟ, ପରିଷ୍କାର ପରିଚ୍ଛନ୍ନତା, ପ୍ରାଥମିକ ଚିକିତ୍ସା ଇତ୍ୟାଦି ସମ୍ବନ୍ଧୀୟ ଜାଣିବା ଉଚିତ୍। କୌଣସି ବିଶେଷଜ୍ଞ, ଗୃହପାଳିତ ପଶୁ ବ୍ୟକ୍ତି ବିଷେଶ ଏବଂ ଇଣ୍ଟରନେଟ୍ ସାଇଟରୁ ଆପଣ ଏହି ସମସ୍ତ ସୂଚନା ପାଇପାରିବେ |
ମନେରଖନ୍ତୁ ୫୦-୬୦ ଦିନରୁ କମ୍ କୁକୁର ଛୁଆକୁ ଘରକୁ ଆଣନ୍ତୁ ନାହିଁ |
ଗୃହପାଳିତ ପଶୁଙ୍କ ଅଭ୍ୟାସକୁ କିପରି ବୁଝିବେ?
ସର୍ବପ୍ରଥମେ, ଆପଣଙ୍କ ଗୃହପାଳିତ ପଶୁର ପ୍ରକୃତି ବୁଝନ୍ତୁ। କେଉଁ ସମୟରେ ସେ କିପରି ଆଚରଣ କରୁଛି। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପରିବାର ସଦସ୍ୟ ତା’ ସହିତ ଅଧିକ ସମୟ ବିତାଇବେ। ସେ କେତେବେଳେ ଭୋକିଲା, ସେ କେବେ ବାହାରକୁ ଯିବ କିମ୍ବା କେବେ ଖେଳିବ ଏସବୁ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ।
ଗୃହପାଳିତ ପଶୁ ତୁମକୁ ଅଧିକ ଫିଟ୍ ରଖିବ
ପରୋକ୍ଷ୍ୟ ଭାବରେ ସେମାନେ ତମକୁ ଫିଟ୍ ରଖିବେ। ଯେଉଁମାନେ ଶାରୀରିକ ବ୍ୟାୟାମ କରନ୍ତି ନାହିଁ ବା ଚଲାବୁଲା କରନ୍ତି ନାହିଁ, ପୋଷା କୁକୁର ରଖିବା ଦ୍ବାରା ସେମାନେ ଉପକୃତ ହୋଇପାରିବେ। କୁକୁରୁ ପାର୍କରେ ବୁଲାଇବା, ତା ପଛରେ ଦୌଡିବା ଏବଂ ଖେଳିବା ଦ୍ବାରା ସ୍ବାସ୍ଥ୍ୟଗତ ଲାଭ ମିଳିବ।
ଶାରୀରିକ ଯତ୍ନ
ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ନିହାତି ଆବଶ୍ୟକ। ସେମାନଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ପଶୁ ଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ। ଆପେ ଠିକ୍ ହୋଇଯିବ ଭାବି ଚୁପ୍ ରୁହନ୍ତୁ ନାହିଁ। କିଛି ଖଣ୍ଡିଆ ହେଲେ ବେଟାଟିନ୍ ଲଗାଇ ବ୍ୟାଣ୍ଡେଜ୍ କରାନ୍ତୁ।
ନିଜ ଛୁଆ ଭଳି ସେମାନଙ୍କ ଉପରେ ନଜର ରଖନ୍ତୁ। ଠିକ୍ ସମୟରେ ଠିକ୍ ଭାବରେ ଖାଉଛନ୍ତି କି ନାହିଁ ଯାଞ୍ଚ କରନ୍ତୁ। ଅତ୍ୟଧିକ ଗରମ ହେଲେ କୁକୁରମାନେ ଖାଆନ୍ତି ନାହିଁ। ଗୋଟିଏ ଦିନ ନ ଖାଇବା କୁକୁରମାନଙ୍କ ପାଇଁ ଏହା ବଡ କଥା ନୁହେଁ, କିନ୍ତୁ ବିଲେଇମାନଙ୍କ ପାଇଁ ଏହା ସମସ୍ୟା ହୋଇପାରେ।
କୁକୁରମାନେ ନିଜକୁ ସୁସ୍ଥ ରଖିବା ପାଇଁ ବେଳେବେଳେ ଦିନକୁ ୧-୨ ବାନ୍ତି କରନ୍ତି, କିନ୍ତୁ ଯଦି ସେମାନେ ବାନ୍ତି କରିବା ପରେ ସାଂଘାତିକ ହୁଅନ୍ତି, ତେବେ ପ୍ରାଣୀ ଚିକିତ୍ସକଙ୍କ ସହିତ ଯୋଗାଯୋଗ କରନ୍ତୁ।
ଯଦି ବିଲେଇମାନେ ୨ ଦିନରୁ ଅଧିକ ସମୟ ଭୋକରେ ରହେ, ତେବେ ସେମାନଙ୍କର ସ୍ବଭାବରେ ପରିବର୍ତ୍ତନ ଆରମ୍ଭ ହୁଏ, ଯାହା କ୍ଷତିକାରକ ହୋଇପାରେ ।
ଏତତ୍ ବ୍ୟତୀତ ସେମାନଙ୍କୁ ଗାଧୋଇବା, ନଖ କାଟିବା, ରୁମ ସଫା ରଖିବା ଏସବୁ ମଧ୍ୟ କରିବା ଆବଶ୍ୟକ।