ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ଏବଂ ଆର୍ଥିକ ସମସ୍ୟା ଦେଖାଦେଇପାରେ ବୋଲି ବିଶ୍ୱାସ କରାଯାଏ।
ତୁଳସୀ ବୃକ୍ଷ ଛୁଇଁବା ମନା
ହିନ୍ଦୁ ଧର୍ମରେ ତୁଳସୀର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ, ଜଳ ଅର୍ପଣ କରିବା ଏବଂ ତଳସୀ ବୃକ୍ଷକୁ ପୂଜା କରିବା ଦ୍ୱାରା ସୁଖ, ସମୃଦ୍ଧତା ଏବଂ ଶାନ୍ତି ମଳିଥାଏ । କିନ୍ତୁ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛରେ ପାଣି ଦେବା ଏବଂ ଏହାକୁ ଛୁଇଁବା ଉଚିତ୍ ନୁହେଁ ।
ସୂର୍ଯ୍ୟାସ୍ତ ପରେ ଶୁଅନ୍ତୁ ନାହିଁ
ଯଦି ତୁମେ ସନ୍ଧ୍ୟାରେ ଶୋଉଛ, ତେବେ ଏହି ଅଭ୍ୟାସକୁ ଯଥାଶୀଘ୍ର ପରିବର୍ତ୍ତନ କରାନ୍ତୁ। ସୂର୍ଯ୍ୟାସ୍ତ ପରେ ଶୋଇବା ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି ବିବେଚନା କରାଯାଇଛି। କୁହାଯାଏ ଯେ, ଏହା ଦ୍ୱାରା ଅର୍ଥର ଅଭାବ ରହିଥାଏ ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
ଦହି ଦାନ କରନ୍ତୁ ନାହିଁ
ଯଦିଓ ଦାନ ଦେବା ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଏଥିରେ କିଛି ନୀତି ନିୟମ ରହିଛି। ସୂର୍ଯ୍ୟାସ୍ତ ପରେ ଦହି ଦାନ କରିବା ଉଚିତ୍ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଦି ଶୁକ୍ର ଗ୍ରହ ସହିତ ଜଡିତ ଏକ ଖାଦ୍ୟ ପଦାର୍ଥ । ଶୁକ୍ର ଗ୍ରହକୁ ପ୍ରେମ, ସୁଖ ଏବଂ ଧନ ଗ୍ରହ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ସନ୍ଧ୍ୟାରେ ଦହି ଦାନ କରିବା ଦ୍ୱାରା ଘରର ସୁଖ ଏବଂ ସମୃଦ୍ଧତା କମିଯାଏ ବୋଲି କୁହାଯାଏ।
ଘରକୁ ସଫା କରନ୍ତୁ ନାହିଁ
ଯଦି ତୁମେ ସନ୍ଧ୍ୟା ସମୟରେ ଘରକୁ ସଫା କରୁଛ ବା ଝାଡୁ ପୋଛା କରୁଛ, ତେବେ ତୁମର ଏହି ଅଭ୍ୟାସକୁ ଦୂର କର। ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ଏଭଳି ପରିସ୍ଥିତିରେ ଆପଣ ଆର୍ଥିକ ସମସ୍ୟାରେ ପଡିପାରନ୍ତି।
କେଶ ଏବଂ ନଖ କାଟନ୍ତୁ ନାହିଁ
ସୂର୍ଯ୍ୟାସ୍ତ ପରେ କେଶ ଏବଂ ନଖ କାଟିବା ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ବାରା ଜୀବନରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ, ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହା ସହ ଜୀବନ ସହିତ ଜଡିତ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ।