ଫ୍ୟାଶନ୍ ୨୦୨୨ : ନାଲି କିମ୍ବା ଗୋଲାପୀ ନୁହେଁ, କମଳା ରଙ୍ଗର ବ୍ରାଇଡାଲ୍ ଲେହେଙ୍ଗା

ନିଜ ବ୍ରାଇଡାଲ୍ ଲୁକ୍ କୁ ନେଇ ସମସ୍ତେ ସଜାଗ ଥାନ୍ତି। କିଛି ନିଆରା ଏବଂ ନୂଆ ଆଉଟ୍‌ ଫିଟ୍‌ ରେ ନିଜକୁ ଦେଖିବା ପାଇଁ ପସନ୍ଦ କରନ୍ତି। ବିଗତ ବର୍ଷରେ ନାଲି ଏବଂ ଗୋଲାପୀ ରଙ୍ଗର ବ୍ରାଇଡାଲ୍‌ ଲେହେଙ୍ଗାରେ ଅନୁଷ୍କା ଏବଂ ପ୍ରିୟଙ୍କା ଚୋପ୍ରା ଭଳି କିଛି ସେଲିବ୍ରେଟିଙ୍କୁ ଆମେ ଦେଖିଛୁ। ତେବେ ଫ୍ୟାଶନ୍ ୨୦୨୨ରେ ନାଲି ଓ ଗୋଲାପୀର ଚାହିଦା କମିଛି ଏବଂ କମଳା ରଙ୍ଗର ବ୍ରାଇଡାଲ୍ ଲେହେଙ୍ଗା ଆଜିକାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ବୋଲି ଡ୍ରେସ୍ ଡିଜାଇନର୍ମାନେ ମତ ରଖିଛନ୍ତି। କମଳା ରଙ୍ଗର ଲେହେଙ୍ଗା ବିବାହ ଏବଂ ଅନ୍ୟାନ୍ୟ ପାର୍ଟି ଫଙ୍କସନରେ ଅଧିକ ଆକର୍ଷଣୀୟ ଲାଗୁଛି। କେବଳ ବିବାହ ନୁହେଁ ମେହେନ୍ଦି, ସଂଗୀତ କିମ୍ବା ହଳଦି ସମାରୋହ ପାଇଁ ଏହି ରଙ୍ଗର ଲେହେଙ୍ଗାକୁ ଅଧିକ ପସନ୍ଦ କରାଯାଉଛି।

ଯଦି ଆଗାମୀ ଦିନରେ ଆପଣଙ୍କର ବା ପରବାରର କୌଣସି ସଦସ୍ୟର ବିବାହ ରହିଛି, ତେବେ କମଳା ରଙ୍ଗର ଲେହେଙ୍ଗାକୁ ଆପଣ ନିଶ୍ଚୟ ଟ୍ରାଏ କରି ପାରିବେ।

ତେବେ ଆସନ୍ତୁ କିଛି କମଳା ରଙ୍ଗର ଲେହେଙ୍ଗା ଉପରେ ନର ପକାଇବା, ଯାହା ବିବାହ ଆଦି ପାର୍ଟି ପଙ୍କସନରେ ପିନ୍ଧିପାରିବା।

ହାଲକା ରଙ୍ଗର ଡୁପଟ୍ଟା ସହିତ କମଳା ରଙ୍ଗର ଲେହେଙ୍ଗା ବିବାହ ପାଇଁ ଉପଯୁକ୍ତ ପସନ୍ଦ।

ଏଥିସହିତ ଦର୍ପଣ ବା ମିରର କାମ ହୋଇଥିବା କମଳା ରଙ୍ଗର ଲେହେଙ୍ଗା ମଧ୍ୟ ଆପଣ ଟ୍ରାଏ କରିପାରିବେ।

ପ୍ରି ୱେଡିଂ ଫୋଟ ସୁଟ୍ ଆପଣ କମଳା ଲେହେଙ୍ଗା ମଧ୍ୟ ବାଛି ପାରିବେ।

ନୀଳ ମୟୂର କାମ ସହିତ ସୁନ୍ଦର କମଳା ଲେହେଙ୍ଗା ବ୍ରାଇଡାଲ୍ ଲୁକ୍ ନିଆରା ଲାଗିବ।

ପାରମ୍ପାରିକ ବଧୂ ବେଶ ପାଇଁ ଆପଣ ବନାରସୀ କମଳା ଲେହେଙ୍ଗା ପିନ୍ଧିପାରିବେ |

ଏହା ସହିତ ଅଗ୍ନି ଲାଲ୍ ଏବଂ କମଳା ସହିତ ପତ୍ର ରଙ୍ଗର ସବୁଜ ବାଛି ପାରିବେ।