କଳିଯୁଗର ସାବିତ୍ରୀ : ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ୬୦ ବର୍ଷ ବୟସରେ ଚାଲିଲେ ୬୦ କିମି

ଯେପରି ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ଜୀବନକୁ ଯମରାଜ ଠାରୁ ଫେରାଇ ଆଣିଥିଲେ, ସେହିପରି ମହାରାଷ୍ଟ୍ରର ଲତା ଖେର ମଧ୍ୟ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ୬୦ ବର୍ଷ ବୟସରେ ୬ କିମି ଚାଲିବା କଷ୍ଟକର ହୋଇପଡେ, ଲତା ଖେର ସାଢି ଓ ଚପଲରେ ୬୦ କିମି ର ମାରାଥନ୍ ଚାଲିବା ସହ ଜିତିଛନ୍ତି ମଧ୍ୟ।

ବାସ୍ତବରେ, ୨୦୧୪ ମସିହାରେ ମହାରାଷ୍ଟ୍ରର ଲତା ଖେରଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା। ଏମଆରଆଇ ସ୍କାନ କରିବାକୁ ୫ ହଜାର ଟଙ୍କା ଆବଶ୍ୟକ ଥିଲା। ତାଙ୍କ ସ୍ବାମୀ ସାରା ଜୀବନ କୃଷକ ଭାବରେ କାର୍ଯ୍ୟ କରୁଥିବାରୁ ଲତାଙ୍କ ପାଇଁ ୫ ହଜାର ଟଙ୍କା ଏକ ବଡ ରକମ ଥିଲା। ପାହାଡ ସଦୃଶ୍ୟ ଥିଲା। ଏତେ ଟଙ୍କା ଲତା ସେଯାଏଁ କେବେ ଦେଖିନଥିଲେ। ତେଣୁ ଏହାକୁ ଘରେ କାନ୍ଦବୋବାଳି ଚାଲିଥିଲା।

ଏହି ସମୟରେ ଲତା ଜାଣିବାକୁ ପାଇଥିଲେ ଯେ, ଗାଁ ନିକଟରେ ଏକ ମାରାଥନ ଆୟୋଜନ କରାଯାଉଛି। ସେଥିରେ ପ୍ରଥମ ହେଲେ ତାଙ୍କୁ ନଗଦ ୫ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। କିନ୍ତୁ କ୍ରୀଡା ଏବଂ ମାରାଥନ୍ ବିଷୟରେ ଲତାଙ୍କର କୌଣସି ଧାରଣା ନଥିଲା ଏବଂ ଏହା ସତ୍ତ୍ବେ ସେ ମାରାଥନ୍ ରେ ଚଲିବାକୁ ନିଷ୍ପତ୍ତି ନେଲେ। ଲତାଙ୍କ ପାଖରେ କୌଣସି ଖେଳ ପୋଷାକ ନ ଥିବାରୁ ସେ ସାଢୀ ଓ ଚପଲ ପିନ୍ଧି ମାରାଥନରେ ଭାଗ ନେଇଥିଲେ। ମାରଥନ୍‌ ମଝିରେ ତାଙ୍କ ଚପଲ ଛିଣ୍ଡି ଯାଇଥିଲା, ତଥାପି ସେ ଓହରି ନଥିଲେ। ମାରଥାନ୍‌ରେ ପ୍ରଥମ ସ୍ଥାନ ହାସଲ କରି ୫ ହଜରା ଟଙ୍କା  ପୁରସ୍କାର ରାଶିରେ ଜିତିଲେ ଏବଂ ସ୍ବାମୀଙ୍କ ଚିକିତ୍ସା କରାଇଥିଲେ।। ସ୍ବାମୀଙ୍କ ଜୀବନ ବଞ୍ଚାଇବା ସହ ନିଜ ଜୀବନ ମଧ୍ୟ ବଦଳାଇ ଦେଇଥିଲେ।  ଏହା ପର ଠାରୁ ଲତା ଆଉ ପଛକୁ ଫେରି ଚାହିଁ ନଥିଲେ। ନିକଟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ହେଉଥିବା ଅନେକ ମାରାଥନରେ ଲତା ଅଂଶଗ୍ରହଣ କରୁଥିବା ଜଣାଯାଇଛି।