ଚକଲେଟ୍ ଖାଇବା ଏବଂ ଖୁଆଇବା କାହାକୁ ବା ପସନ୍ଦ ନଥାଏ।ଆମ ଭିତରେ ଅନେକ ନିଜ ପସନ୍ଦ ର କାମ ନକରି ଅନ୍ୟ ପେସା ଆପଣେଇ ଥାଉ।କିନ୍ତୁ ଏମିତି ଏକ ମହିଳା ଉଦ୍ୟୋଗି ମୌସୁମୀ ସଂଜୟ ପଟ୍ଟନାୟକ ଯିଏ ନିଜ ପସନ୍ଦ କୁ ଆପଣେଇ ନିଜ ଇଛା ମୁତାବକ ଏକ ପେସା ଗ୍ରହଣ କରିଛନ୍ତି।

ନିଜ ହାତ ତିଆରି ଚକୋଲେଟ୍ ଯାହାକି ବିନା ରସାୟନିକ ବ୍ୟବହାର ରେ ପ୍ରସ୍ତୁତ ହୋଇଥାଏ, ଏବଂ ମିଠା ଦହି ପାଇଁ ବେଶ୍ ପରିଚିତ ମୌସୁମୀ କୁହନ୍ତି ସେ ଚକୋଲେଟ୍ ତିଆରି କରିବା ଉଟି ରୁ ଶିଖିଥିଲେ। ସଉକ ଥିବାରୁ ଶିଖିବା ଆରମ୍ଭ କରି ତାକୁ ଏବେ ପେସା କରିଛନ୍ତି । ହୋମ୍ ମେଡ୍ ଚକୋଲେଟ୍ ର ଚାହିଦା କୁ ଆଖି ଆଗରେ ରଖି ସେ ଆରମ୍ଭ କରିଥିଲେ ଚାକୋ ଗ୍ୟାଲେରିଆ। ଶୈଳଶ୍ରୀ ବିହାର ରେ ଏହାର ଆଉଟଲେଟ୍ ଟି ରହିଛି ଯେଉଁଥିରେ ହାତ ତିଆରି ଚକୋଲେଟ୍ ଏବଂ ମିଠା ଦହି ପ୍ରସ୍ତୁତ କରି ସେ ଲୋକ ମାନଙ୍କ ଚାହିଦା ମେଣ୍ଟାଇ ପାରୁଛନ୍ତିି।୧୦ ଟଙ୍କା ରୁ ୪୦ ଟଙ୍କା ରଖିଛନ୍ତି ଚକୋଲେଟ ର ଦାମ୍ ।କୋକୋ ମଞ୍ଜିରୁ ତିଆରି ଏହି ଚକୋଲେଟ ର ସ୍ୱାଦ ବଜାରରେ ମିଳୁଥିବା ଚକୋଲେଟ ଠାରୁ ବହୁତ୍ ଅଲଗା ବୋଲି ଲୋକ ଏହାକୁ ବେଶୀ ପସନ୍ଦ କରୁଛନ୍ତି ବୋଲି ମୌସୁମୀ କୁହନ୍ତି।
ଚଳିତ ମାସ ଏମ .ଏସ .ଏମ .ଇ ଟ୍ରେଡ ଫେୟାର ରେ ଚକୋଲେଟ ଏବଂ ମିଠା ଦହି ପାଇଁଁ ଚକୋ ଗ୍ୟାଲେରିଆ ରେ ବେଶ ଭିଡ଼ ଜମିଛି। ସୁନ୍ଦର ପ୍ୟାକେଜିଙ୍ଗ ଏବଂ ସୁସ୍ୱାଦୁ ମିଠା ଦହି ପାଇଁ ଲୋକ ବହୁତ୍ ପସନ୍ଦ କରୁଛନ୍ତି ଏହାକୁ। ବାହାଘର ବ୍ରତଘର ଏବଂ ବିଭିନ୍ନ କର୍ପୋରେଟ ହାଉସ୍ ରୁ ଗିଫ୍ଟ ପାଇଁ ଅଡର ରଖା ଯାଉଛି। ହୋମ୍ ମେଡ୍ ଚକୋଲେଟ୍ କୁ ରାଜ୍ୟ ତଥା ରାଜ୍ୟ ବାହାର କୁ ପଠାଇ ପାରୁଛନ୍ତି ମୌସୁମୀ । ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ମହିଳା ଉଦ୍ୟୋଗୀ ମାନ ଙ୍କ ପାଖରେ ଏକ ଉଦାହରଣ ସାଜିଛନ୍ତି ସେ।
