କିଛି ଭଲ ଅଭ୍ଯାସ…

ନିଜକୁ ସୁସ୍ଥ ରଖିବା ପାଇଁ ଆମେ ସୁଷମ ଖାଦ୍ଯ ଖାଇବା ସହିତ କିଛି ଭଲ ଅଭ୍ଯାସ କରିଲେ ଶରୀର ର ଅନେକ ସମସ୍ଯା ଦୂର ହୋଇଥାଏ । ସେହିପରି କିଛି ଭଲ ଅଭ୍ଯାସ ବିଷୟରେ ସଚେତନ ହେବା:
ସକାଳୁ ଉଠି ବ୍ୟାୟାମ ଓ ଯୋଗ ଅଭ୍ଯାସ କରିବ ସହିତ କିଛି ସମୟ ହସିବାକୁ ଚେଷ୍ଟା କରିବେ। କିଛି ଲୋକ ଙ୍କ ସହିତ ମିଶି ଲାଫଟର୍ କ୍ଲବ୍ କୁ ଯିବା। ଆଜିକାଲି ବହୁତ ପାର୍କ ରେ ଲଫଟର୍ କ୍ଲବ୍ ହୋଇଗଲାଣି ଏହା ଆପଣ ଙ୍କୁ ଦିନ ସାରା ଖୁସି ରଖିବା ରେ ସହାୟ ହେବ।


ସୂର୍ଯ୍ୟ କିରଣରେ ପ୍ରଚୁର ପରିମାଣ ରେ ଭିଟାମିନ୍ ଡି ରହିଛି ତେଣୁ ସକାଳୁ ସକାଳୁ ସୂର୍ଯ୍ୟ କିରଣରେ ବସି ଯୋଗ ଅଭ୍ଯାସ କରନ୍ତୁ। ଏହା ଆପଣ ଙ୍କ ଶରୀର ପାଇଁ ଖୁବ ଦରକାରୀ।
ଦାନ୍ତ ଘଷିବା ସମୟରେ ମୁହଁ ଓ ପାଟି ଭଲ ଭାବରେ ଧୁଅନ୍ତୁ। ଖାଇବା ପରେ ପାଟି କୁ ଭଲ କରି କୁଳି କରନ୍ତୁ,ଏହା ଦ୍ବାରା ଦାନ୍ତ ଜନିତ ରୋଗ ରୁ ମୁକ୍ତି ପାଇ ପାରିବେ। ଦିନକୁ ଦୁଇଥର ଦାନ୍ତ ଘଷନ୍ତୁ ଶୋଇବା ପୁର୍ବରୁ ଦାନ୍ତ ଘଷିବା ଏକ ଭଲ ଅଭ୍ଯାସ।

ଦିନ କୁ ଆଠ ରୁ ଦାସ ଗ୍ଳାସ ପାଣି ପିଆନ୍ତୁ ଏହା ମେଟାବୋଲିସିମ୍ କୁ ତୀବ୍ର କରେ ଓ ଖାଦ୍ଯ ହଜମ ରେ ସାହାଯ୍ୟ କରାଇଥାଏ। ଅନେକ ଲୋକ ଖାଦ୍ଯ ଖାଇବା ସମୟରେ ପାଣି ପିଅନ୍ତି ସେହି ଅଭ୍ଯାସ ତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ। ଖାଦ୍ଯ ଖାଇବା ପୂର୍ବରୁ ପାଣି ପିଆନ୍ତୁ ଓ ଖାଇବା ର ଦୁଇ ଘଣ୍ଟା ପରେ ପାଣି ପିଆନ୍ତୁ।
ସବୁବେଳେ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ ଏହା ପରିବର୍ତ୍ତେ ପାହାଚ ଚଢ଼ି ଜୀବା ଆସିବା କରିଲେ ଆପଣ ଙ୍କର ବ୍ୟାୟମ ଅପେ ଆପେ ହୋଇଥାଏ।
ଖାଦ୍ଯ ଖାଇବା ସମୟରେ ଖାଦ୍ଯ କୁ ଭଭାବରେ ଚୋବାଇ ଖାଇବା ଦ୍ବାରା ଆଜୀର୍ଣ୍ଣ ସମସ୍ଯା ହୋଇନଥାଏ। ଖାଦ୍ଯ ସହଜରେ ହଜମ ହୋଇଥାଏ।