
-ପ୍ରୀତି ଧଳ
ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଯଦି ଏ ସୁନ୍ଦର ସୃଷ୍ଟି କଥା କହିବା ତାହେଲେ ନାରୀ ହେଉଛି ଭଗବାନ ଙ୍କ ର ସବୁଠାରୁ ସୁନ୍ଦର ସୃଷ୍ଟି .. ଏଇ ପାଞ୍ଚ ପଦ କଥା ମତେ ସେଇଦିନ ପ୍ରମିଳା କହିଥିଲା । ବୟସ ୪୭ ହାତ ଗୋଡ଼ ଦୁଇଟି ଅକର୍ମଣ୍ୟ । କିନ୍ତୁ ସବୁ ବେଳେ ତା ଆଖି ଦୁଇ ଟି ରେ ଜୀବନ ରେ ଅନ୍ୟ ପାଇଁ ଆଉ କିଛି କରିପାରିପାରିବାର ସ୍ବପ୍ନ କୁ ମୁଁ ବହୁତ ପାଖରୁ ଦେଖିଛିକ୍ଷ ଛୋଟ ପାନ ଦୋକାନଟିଏ କରି ନିଜ କୁ ଆତ୍ମନିର୍ଭରଶୀଳ କରିପାରିଛି ପ୍ରମିଳା ।
୩୦ ବର୍ଷ ତଳେ ବାହା ହେଇଥିଲା ସେ ଅନ୍ୟ ଝିଅ ମାନ ଙ୍କ ଭଳି ସୁନ୍ଦର ସ୍ବପ୍ନ ମଧ୍ୟ ନିଜ ପାଇଁ ଦେଖିଥିଲା । କିନ୍ତୁ କିଛି ଦିନ ପରେ ତାର ସ୍ବପ୍ନ ଭାଙ୍ଗି ଯାଇଥିଲା । ତାର ସ୍ୱାମୀ ତାକୁ ଘରୁ ବାହାର କରିଦେଇଥିଲା ଆଉ ନିଜ ବାପ ଘର ଲୋକ ମଧ୍ୟ ତାକୁ ହତାଦର କରିଥିଲେ । ଯାହା କୁ ସେ ହଜମ କରି ଘର ଛାଡି ଚାଲିଆସିଥିଲା ବହୁ ଦୂର କୁ । ତା ପରେ ବହୁତ କଷ୍ଟ କରି ନିଜକୁ ଠିଆ କରିଥିଲା ଆଉ ଥରେ । ପୁରୁଣା କଥା କୁ ସମ୍ପୂର୍ଣ୍ଣ ରୂପେ ଭୁଲି ନୂଆ ରୂପରେ ଜୀବନ କୁ ଆରମ୍ଭ କରିଥିଲା, କିଛି ବର୍ଷ ଯାଏ କେହି ତା କଥା ସେ ବଞ୍ଚିଚି କି ମରିଚି ସେ କଥା ଜାଣିବାକୁ ବି ଚେଷ୍ଟା କରିନଥିଲେ ଜନ୍ମ କରିଥିବା ପରିବାର ବି ତା ସହିତ ସମ୍ପର୍କ ଛୀର୍ଣ୍ଣ କରିଥିଲେ । ପ୍ରମିଳା କିନ୍ତୁ ଭାଙ୍ଗିନଥିଲା ନିଜ ପାଇଁ ବଞ୍ଚିବା ସହିତ ଅନ୍ୟ ଅସହାୟ ଙ୍କ ପାଇଁ ବଞ୍ଚିବା ଆରମ୍ଭ କରିଦେଇଥିଲା । ଶୁଣିଥିଲି ଯେତେ ବେଳେ ତା କଥା ମୁଁ ବି କାନ୍ଦି ପକେଇଥିଲି । ସତ ରେ ତା ଜୀବନ ବ୍ୟଥା ରୁ ସେ ଶିଖିଥିଲା ସେ ହେଉଛି ସବୁ ଠାରୁ ଭଗବାନ ଙ୍କ ର ସୁନ୍ଦର ସୃଷ୍ଟି । ନାରୀ ସମାଜ ର ଗୋଟିଏ ଅଙ୍ଗ, ତାକୁ ଯଦି କାଟି ଫୋପାଡ଼ି ଦେବା ତା ହେଲେ ତା ହେଲେ ସମାଜ ଅକାମି ହେଇଯିବ । ଆଜି ଗୋଟିଏ ସୁନ୍ଦର ପରିବେଶ ଖୋଜୁଛି ନାରୀ, ସୁନ୍ଦର ପରିବେଶ କହିଲେ କୌଣସି ପ୍ରକାର ପ୍ରସାଧନ ଲେପାହେଇନଥିବ ତା ଉପରେ, କେବଳ ଗୋଟିଏ ହିଂସାମୁକ୍ତ ପରିବେଶ ଥିବ ନାରୀ ପାଇଁ, ତାହେଲେ ସେଇ ଜାଗା ରେ ନାରୀ ଟିଏ ଆଶ୍ବସ୍ତି ରେ ନିଶ୍ୱାସ ନେଇପାରୁଥିବ । ଆଉ ଏଥି ପାଇଁ ଆମ ସମସ୍ତେ ପ୍ରୟାସ କରିବା ଦରକାର । ଯଦି ଆମେ ଘଉଜଈ ର ତଥ୍ୟ କୁ ଦେଖିବା ତା ହେଲେ ମହିଳା ବିରୋଧ ରେ ହିଂସା ମାମଲା ରେ ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଓଡିଶା ର ସ୍ଥାନ ୩ । ରାଜ୍ୟର ମହିଳା ଆଶ୍ରୟ କେନ୍ଦ୍ର ଗୁଡିକରେ ପାଶବିକ ଅତ୍ୟାଚାର କ୍ଷେତ୍ର ରେ ଓଡିଶା ୪ ସ୍ଥାନ ରେ ଅଛି ଯୌନ ଉତ୍ପୀଡ଼ିନ କ୍ଷେତ୍ର ରେ ଆମ ରାଜ୍ୟ ସମଗ୍ର ଦେଶ ରେ ୨ସ୍ଥାନ ରେ ଅଛି । ସହକର୍ମୀ ଦ୍ୱାରା ମହିଳା ମାନ ଙ୍କ ଅତ୍ୟାଚାର ଯଥା ଅଶାଳୀନ ବ୍ୟବହାର, ମୋବାଇଲ କ୍ୟାମେରା ରେ ଅଶ୍ଲିଳ ଫୋଟୋ ୨୦୧୮ ରେ ୩୨୧ ଟି ମାମଲା ରୁଜୁ ହେଇଛି । ଏତେ ସବୁ ଭିତରେ ନାରୀ ଟିଏ ହାଲକା ନିଶ୍ୱାସ ନେବା ପାଇଁ ପରିବେଶ ଜମା ପାଇପାରୁନାହିଁ ।
କଣ କରିବା ଆମେ ସବୁ କ୍ଷେତ୍ର ରେ ସହଭାଗିତା ସାଙ୍ଗରେ ଆଉ କିଛି ପ୍ରୟାସ ବି ଦରକାର ପଡୁଛି, ସବୁ ବେଳେ ଆମେ ସଶକ୍ତିକରଣ
ର କଥା କହୁଛେ, କିନ୍ତୁ ନାରୀ ତ ଆରମ୍ଭ ରୁ ସଶକ୍ତ. ଆମେ କିଛି ଭିଟାମିନ ଟନିକ କି କ୍ୟାପସୁଲ ଦେଇ ଦେଲେ ସେ ସଶକ୍ତ ହେଇଯିବ ଭାବିବା ସମ୍ପୂର୍ଣ୍ଣ ଭୁଲ. ନାରୀ ସଶକ୍ତ ହେବା ସାଙ୍ଗରେ ଏବେ ଆମ ସମାଜ କୁ ସଶକ୍ତ ହେବାର ସମୟ ଆସିଛି ଯାହା. ପାଇଁ କି ଆମ ସମସ୍ତ ଙ୍କ ର ପ୍ରୟାସ ରହିବା ଦରକାର. କିଛି ଲୋକ ଙ୍କ ମନୋଭାବ ରେ ପରିବର୍ତନ ନିହାତି ଏକ ସୁସ୍ଥ ସମାଜ ଦେଇପାରିବ ମହିଳାଙ୍କୁ । ବହୁତ ହେଇଗଲା ନାରୀ ସଶକ୍ତି କରଣର କଥା ନାରୀ ନୁହେଁ ଏବେ ଆବଶ୍ୟକ ହେଇପଡ଼ିଚି ସମାଜ ସଶକ୍ତ ହେବା ର ।