କଥା ଦୁଇପଦ…କୀର୍ତ୍ତିମୂଖ ସଂପର୍କରେ

ଅତସି ବସୁ ଜେନା

ନୂଆକରି ପ୍ରତିଷ୍ଠା ହୋଇଥିବା ଗୋଟିଏ ଘରେ ଆମର ବନ୍ଧୁ ଜଣେ ଭଡାରେ ରହିବାକୁ ଆସିଥାନ୍ତି ।

ଘରର ଦୁଆର ଉପରେ ଲାଗିଥିବା ମୁଖାଟି ବନ୍ଧୁଙ୍କ ମନକୁ ପାଉନଥାଏ । ଅଗତ୍ୟା ସେ କହିଲେ ଏ ଭୟଙ୍କର ମୁଖାଟି ମୁଖ୍ୟ ଦ୍ୱାର ଉପରେ କି ପ୍ରୟୋଜନ? ଘରମାଲିକ ଏଠି ଗଣେଷ କିମ୍ୱା କୌଣସି ଅନ୍ୟ ଦେବାଦେବୀ ରଖିପାରିଥାନ୍ତେ ।

ମୁଖାଟିକୁ ଦେଖି ଜାଣିପାରିଲି, ଏହା କୀର୍ତ୍ତିମୂଖ । ଭାରତୀୟ ଶିଳ୍ପଶାସ୍ତ୍ରରେ ଏହାର ଅନେକ ମାନ୍ୟତା । କେବଳ ଭାରତ କାହିଁକି ଚୀନର ବାସ୍ତୁକଳାରେ ଯାହାକୁ ତାଓ-ତିଓ ଲୋଭ ଭକ୍ଷଣକାରି ରାକ୍ଷସ) ଭାବେ ଦେଖିବାକୁ ମିଳେ । ଗ୍ରୀକ୍‍ସ୍ଥାପତ୍ୟରେ ଓ ରବୋରସ(ଓରା ଅର୍ଥ ଲାଞ୍ଜ ବୋରସ ଅର୍ଥ ଖାଇବା) ଡ୍ରାଗନ ପରି ଏକ ପ୍ରାଣୀ ନିଜ ଲାଞ୍ଜ ଖାଉଥିବା ଦେଖାଯାଏ । ସେହିପରି ଇଜିପ୍‍ଟ ସ୍ଥାପତ୍ୟରେ ସର୍ପଟିଏ ନିଜ ଲାଞ୍ଜ କାମୁଡି ଏକ ବୃତ୍ତାକାର ଧାରଣକରିଥିବା ଦେଖାଯାଏ । ଯାହାର ଅର୍ଥ the first day should make the last ଏହାସଂସାରର ଗତି । ଭାରତୀୟମାନେ ଯୋଗଶାସ୍ତ୍ରରେ କୁଣ୍ଡଳୀନିକୁ ଏପରି ସର୍ପ ଦ୍ୱାରା ଚିତ୍ରିତ କରନ୍ତି । ସେହିପରି ଏକ ପ୍ରତୀକାତ୍ମକ ଚିହ୍ନଏହି କ୍ରୀର୍ତ୍ତୀମୁଖ । ସ୍କନ୍ଧପୁରାଣ ଅନୁସାରେ-ଶିବଙ୍କ ଆଦେଶ ପାଳନ କରିବାକୁଯାଇ ଏକ ରାକ୍ଷସ ନିଜକୁ ପାଦଆଡୁ ଖାଇଲାଗିଲା । ଶେଷରେମୁଖ ଓ ଦୁଇ ହସ୍ତବାକି ଥିବା ସମୟରେ ଶିବହିଁ ତାକୁ ସ୍ଥଗିତ ରହିବାକୁ କହିଥିଲେ । ଭୟକୁ ଗ୍ରାସିଥିବା କିର୍ତ୍ତୀଙ୍କ ଜାଜୁଲ୍ୟମାନ ମୁଖମଣ୍ଡଳଟି କିର୍ତ୍ତୀମୂଖ ନାମରେ ମନ୍ଦିର ଦ୍ୱାର ବନ୍ଧ ଉପରେ ପ୍ରତିଷ୍ଠିତ ହୁଏ । ଯେଉଁ ବସ୍ତୁରେଏହା ପ୍ରତିଷ୍ଠିତ ହୂଏ ତାହା ସର୍ବଦା ଭୟମୁକ୍ତ ରହେ ବୋଲି ବିଶ୍ୱାସ କରାଯାଏ ।