ମନ ଖୋଲି ଖେଳନ୍ତୁ ହୋଲି ; ଘରୋଇ ଉପାୟରେ ଅତି ସହଜରେ ଛାଡିବ ରଙ୍ଗ

ରଙ୍ଗ ବିନା ହୋଲି ଫିକା। କିନ୍ତୁ ଯଦି ସେହି ରଙ୍ଗ ଶରୀର ଲାଗି ରୁହେ, ତେବେ ସେଗୁଡ଼ିକରୁ ମୁକ୍ତି ପାଇବା ବହୁତ କଷ୍ଟକର । ରଙ୍ଗୀନ ଚେହେରା ନେଇ ହୋଲି ପର ଦିନ ଘରୁ ବାହାରିବା ମୁସ୍କିଲ ହୋଇଯିବ। ରଙ୍ଗୀନ ନୁହେଁ ତ ପୁରା କଳା ଓ ନୀଳ ଚେହେରା ହୋଇଯିବ। ୩ରୁ ୪ ଦିନ ବା ପୁରା ଏକ ସପ୍ତାହେ ଧରି ଏହା ତ୍ବଚାରୁ ଛାଡେନି। ଏଭଳି ଚେହେରାରେ କୌଣସି କର୍ମକ୍ଷେତ୍ରକୁ ଯିବାକୁ ଭଲ ଲାଗିନେ। ତେବେ ଏଥିରୁ କେମିତି ମୁକ୍ତି ପାଇବା?

ଆଜି ଆମେ ଆପଣଙ୍କୁ ବତାଇବୁ ଯେ, ଘରୋଇ ଉପାୟରେ ହୋଲି ରଙ୍ଗକୁ କିପରି ଅତି  ସହଜରେ ଶରୀରରୁ ଛଡାଇ ପାରିବେ…..

PunjabKesari

କାକୁଡି – ରଙ୍ଗ ଛଡାଇବାରେ କାକୁଡିର ସାହାଯ୍ୟ ନେଇପାରିବେ। କାକୁଡିର ରସ ବାହାର କରନ୍ତୁ, ଏଥିରେ ଟିକେ ଗୋଲାପ ପାଣି ଏବଂ ଏକ ଚାମଚ ଭିନେଗାର ମିଶାଇ ଏଥିରେ ମୁହଁ ଧୋଇ ଦିଅନ୍ତୁ। ଚେହେରାରୁ ରଙ୍ଗ ମଧ୍ୟ ଦୂର ହୋଇଯିବ ଏବଂ ତ୍ବଚା ଚମକିବ।

PunjabKesari

ମୂଳା – ରଙ୍ଗ ଛଡାବା ମାମଲାରେ ମୂଳା ସହ କେହି ସମାନ ହେବେନି। ମୂଳା ରସକୁ ବାହାର କରନ୍ତୁ । ଏଥିରେ କ୍ଷୀର ଏବଂ ବେସନ କିମ୍ବା ମଇଦା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାଇଲେ ଚେହେରା ସଫା ହୋଇଯାଏ | କେବଳ ଚେହେରାରେ ନୁହେଁ ଶରୀରର କୌଣସି ଅଙ୍ଗରେ ରଙ୍ଗ ଲାଗିଥିଲେ, ଏହି ପେଷ୍ଟ ବ୍ୟବହାର କରିପାରିବେ।

एक्सपर्ट से जानिए बेसन और नींबू को चेहरे पर कैसे लगाएं अच्छा होता है या बुरा…! - Pahadi TV

ଲେମ୍ବୁ ଏବଂ ବେସନ -ଲେମ୍ବୁ ଏବଂ ବେସନ ବ୍ୟବହାର କରି ଚେହେରାର ରଙ୍ଗକୁ ସହଜରେ ଛଡାଇ ପାରିବ। ରଙ୍ଗରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ଏବଂ କ୍ଷୀରରେ ବେସନ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ତ୍ବଚାରେ ଲଗାନ୍ତୁ । ପେଷ୍ଟକୁ ପନ୍ଦରରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ଚେହେରାରେ ରଖି ଛଡେଇ ଦିଅନ୍ତୁ ଏବଂ ତା’ପରେ ମୁହଁ ଏବଂ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

PunjabKesari

ଜଡା ତେଲ – ଚର୍ମରେ ଥିବା ଗାଢ ରଙ୍ଗରୁ ମୁକ୍ତି ପାଇବା ପାଇଁ ଦୁଇ ଚାମଚ ଜିଙ୍କ ଅକ୍ସାଇଡ୍ ଏବଂ ଦୁଇ ଚାମଚ ଜଡା ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ | ଏବେ ଏହା ପରେ ମୁହଁକୁ ହାଲକା ହାତରେ ଘସି ଧୋଇ ଦିଅନ୍ତୁ । ୨୦ରୁ ୨୫ ମିନିଟ୍ ପରେ, ମୁହଁକୁ ସାବୁନରେ ଧୋଇ ଦିଅନ୍ତୁ | ଆପଣଙ୍କ ଚର୍ମରେ ଥିବା ରଙ୍ଗ ଲିଭିଯିବ। ମନେରଖନ୍ତୁ ଯେ ମୁହଁରେ ପେଷ୍ଟ ଲଗାଇବାବେଳେ ଅଧିକ ଘଷନ୍ତୁ ନାହିଁ|

बेसन में मिलकार लगाएं ये 6 चीजें, चेहरा जाएगा निखर - benefits-of-gram-flour - Nari Punjab Kesari

ଅଟା – ରଙ୍ଗରୁ ମୁକ୍ତି ପାଇବା ପାଇଁ ଅଟାରେ ବାଦାମ ମିଶାଇ ଲଗାନ୍ତୁ। ଚର୍ମରେ ତେଲ ଲଗାଇ ରଙ୍ଗ ସଫା କରାଯାଇପାରିବ | ଟିକିଏ ମୁଲତାନି ମିଟି ଏବଂ ଟିକେ ବାଦାମ ତେଲ ମଧ୍ୟ ମିଶାଇ ପ୍ରାୟ ଅଧ ଘଣ୍ଟା ପରେ ମୁହଁରେ ଲଗାଇ ଧୋଇ ଦିଅନ୍ତୁ।

PunjabKesari

କମଳା ଚୋପା- ଯଦି ମୁହଁରେ ପିମ୍ପଲ୍ ଥାଏ ଏବଂ ଗାଢ ରଙ୍ଗ ଲାଗିଥାଏ, ତେବେ କ୍ଷୀରରେ କମଳା ଚୋପା, ମସୁର ଡାଲି ଏବଂ ବାଦାମ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ଏହି ପ୍ରସ୍ତୁତ ପେଷ୍ଟକୁ ପୁରା ଚର୍ମରେ ଘଷନ୍ତୁ ଏବଂ ଧୋଇ ଦିଅନ୍ତୁ । ତ୍ବଚା ସଫା ରହିବ ସହ ଏହା ମଧ୍ୟ ଚମକିବ ।