କରୋନା ଯୋଦ୍ଧାଙ୍କୁ ସମ୍ମାନ,ସମ୍ବର୍ଦ୍ଧନା କଣ ହାସ୍ୟାସ୍ପଦ !!! ମହାମାରୀ “କରୋନା ଭୁତାଣୁ “ସହ ପ୍ରତ୍ୟକ୍ଷ ସଂଗ୍ରାମ ରେ ଯେଉଁମାନେ ସାମିଲ ହୋଇ ସାରା ସମାଜକୁ କରୋନା କବଳରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି ସେଇମାନଙ୍କୁ “କରୋନା ଯୋଦ୍ଧା” ଭାବରେ ଅଭିହିତ କରା ଯାଇଛି । ସେମାନଙ୍କ ଆପ୍ରାଣ ଉଦ୍ୟମ, ଆନ୍ତରିକ ନିଷ୍ଠା ଓ ସଂକଳ୍ପ କରୋନା ସଂକ୍ରମଣ କୁ ପ୍ରତିହତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି କ୍ଷ ସେମାନେ ହେଉଛନ୍ତି… ଡାକ୍ତର, ନର୍ସ ଓ ଡାକ୍ତର ଖାନା କର୍ମଚାରୀ, ପୋଲିସ ବାହିନୀ, ସଫେଇ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଓ କର୍ମକର୍ତ୍ତା ଗଣ । ଉପରୋକ୍ତ ପ୍ରଥମ ତିନି ଶ୍ରେଣୀ ଲୋକ ମାନଙ୍କସେବା ସହ ସିଧା ସଳଖ ସଂଶ୍ଳିଷ୍ଠ କ୍ଷତେଣୁ ସେମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ବୋଲି କୁହାଯାଉଛି ମାତ୍ର କରୋନା ର ସ୍ଥିତି, ପ୍ରଭାବ, ସଂକ୍ରମଣ ସଚେତନତା ଆଦି ସମସ୍ତ କାର୍ୟ୍ୟକ୍ରମ ର ଅଗ୍ରସରତା ବିଷୟରେ ସଠିକ ତଥ୍ୟ ଉପସ୍ଥାପନ କରୁଥିବା ସାମ୍ବାଦିକ ଓ ଗଣ ମାଧ୍ୟମର ବନ୍ଧୁ ମାନଙ୍କର ଭୂମିକା ମଧ୍ୟ ଗୁରୁତ୍ପୂର୍ଣ୍ଣ । ପ୍ରତି ମୁହୂର୍ତ୍ତରେ କରୋନା ର ବାସ୍ତବ ଚିତ୍ର ପ୍ରଦାନ ପାଇଁ ସମ୍ଭାବ୍ୟ କରୋନା ର ବିପଦକୁ ଭୃକ୍ଷେପ ନ କରି ବିପଦ ସଂକୁଳ ଅବସ୍ଥା ରେ ସମ୍ବାଦ ସଂଗ୍ରହ, ଫୋଟୋ ଉତ୍ତୋଳନ ନିଶ୍ଚିତ ଭାବେ ଦୁଃସାହାସିକ ଓ ପ୍ରଂଶସନୀୟ କାର୍ୟ୍ୟ । ତେଣୁ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ବିଭିନ୍ନ ମହଲ ରେ ସମ୍ମାନ ଓ ପ୍ରଶଂସା କରା ଯାଉଛି ।
“କରୋନା ଯୋଦ୍ଧା”ଙ୍କ ସମ୍ମାନରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶବାସୀ ଙ୍କୁ ଏକ ସାଙ୍ଗେ “ତାଳି ବଜାଇ “,ସାମୁହିକ “ଦୀପ ପ୍ରଜ୍ଜ୍ୱଳନ କରି ସମ୍ମାନ ଜଣାଇବାକୁ, ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଥିଲେ କ୍ଷ ସେହିପରି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏକ ସଙ୍ଗେ “ବନ୍ଦେ ଉତ୍କଳ ଜନନୀ ” ଗାନ କରି କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ଓଡିଶା ର ଏକତା ଓ ସଦଭାବନା ବୃଦ୍ଧି ପାଇଁ ଓଡିଶା ବାସୀ ଙ୍କୁ ଉଦବୋଧନ ଦେଇଥିଲେ. ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ଏସବୁ କାର୍ୟ୍ୟ କ୍ରମ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ମାତ୍ର…… !!!!ବାହ୍ୟ ପ୍ରଚାର ଓ କାର୍ୟ୍ୟ ମଧ୍ୟରେ, ଲୋକଙ୍କ ମାନସିକତା ରେ ସମାନତା ପରିଲକ୍ଷିତ ନ ହେଲେ ତାହା ସମ୍ମାନ ପରିବର୍ତ୍ତେ ସେମାନଙ୍କ ପାଇଁ ଉପହାସ ମାତ୍ର !!!ଏଭଳି ଅନେକ ନିନ୍ଦନୀୟ ଘଟଣା ଲୋକ ଲୋଚନକୁ ଆସିଛି,ଜନସାଧାରଣ ଙ୍କର ପୁଲିସ ଭାଇ ମାନଙ୍କୁ କ୍ଷଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ପଥର ଫିଙ୍ଗିବା, ଡାକ୍ତର ଙ୍କୁ ଅସଦାଚରଣ, ଦୁଃବ୍ୟବହାର ଇତ୍ୟାଦି… ଏସବୁ କାର୍ୟ୍ୟ କଳାପ ସାଧାରଣତଃ ସମାଜର ଅଜ୍ଞ, ଅସାମାଜିକ ଲୋକ ଙ୍କ ଦ୍ୱାରା ସଂଗଠିତ ହୋଇଥାଏ କ୍ଷ ଏହା ଛଡା ସବୁଠାରୁ ଦୁଃଖଦ ଘଟଣା ଯାହା ମୋତେ ଅତ୍ୟନ୍ତ ବ୍ୟଥିତ କରିଛି…. ତାହା ହେଉଛି, “ଭାରତ ର ପ୍ରମୁଖ ଇଂରାଜୀ ଓ ଓଡ଼ିଆ ଗଣ ମାଧ୍ୟମ, ବୈଦୁତିକ ଗଣ ମାଧ୍ୟମ, ଡିଜିଟାଲ ଗଣ ମାଧ୍ୟମର ଅନେକ ଛୋଟ ବଡ଼ କର୍ମକର୍ତ୍ତା ଙ୍କର ଛଟେଇ ।” ଆଗରୁ କୌଣସି ସୂଚନା ନ ଦେଇ ଫୋନ ଦ୍ୱାରା ସେମାନଙ୍କୁ “ସ୍ବେଛାକୃତ ଇସ୍ତଫା” ଦେବାକୁ ବାଧ୍ୟ କରିବା, କେତେ ଅବିବେକୀ ଓ ଅମାନୁଷିକ କାର୍ୟ୍ୟ…. ନିଶ୍ଚିତ ଭାବେ ସମସ୍ତେ ହୃଦୟଙ୍ଗମ କରିବା ଉଚିତ । ସଂସ୍ଥା ମାନଙ୍କର ଲାଭ ଖୋର ମନୋବୃତ୍ତି, ଅମଣିଷ ପଣିଆଦୀର୍ଘ ୨୦/୩୦ବର୍ଷ ଧରି ନିରନ୍ତର କାର୍ୟ୍ୟ କରି ଥିବା କର୍ମଚାରୀ ଙ୍କର ଛଟେଇ ଓ ବହିଷ୍କାର କରିବାକୁ ଦ୍ଵିଧା କି ସଂକୋଚ କରୁନାହିଁ । ଚାକିରି କରିବାର ନିର୍ଦ୍ଧାରିତ ବୟସ ଗଡିଯିବା ପରେ, ସେମାନଙ୍କ ମଧ୍ୟ ଓ ପରିଣତ ବୟସ ରେ, ସାରା ପୃଥିବୀ ରେ ଯେତେବେଳେ ରୋଜଗାର ସୁଯୋଗ ସଂକୁଚିତ ଠିକ ସେତିକିବେଳେ ସେମାନଙ୍କୁ ବହିଷ୍କାର, ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବା ସଦୃଶ । ଯୁବକ୍ଷବସ୍ଥା ରେ ସମସ୍ତ ଶକ୍ତି ଓ ନିଷ୍ଠା ଦେଇ କରି ଥିବା କାର୍ୟ୍ୟ ର ପୁରସ୍କାର କଣ ଛଟେଇ??? ଏହା ଅତ୍ୟନ୍ତ ସମ୍ବେଦନ ଶୀଳ ଘଟଣା । ସରକାର “କରୋନା ଯୋଦ୍ଧା “ମାନଙ୍କୁ ସମ୍ମାନିତ କରି ବାହାବା ନେବା ବେଳେ ଚିନ୍ତା କରିଛନ୍ତି କି ଏହି ଯୋଦ୍ଧା ମାନଙ୍କର ବାସ୍ତବ ସ୍ଥିତି କଣ??? ସେମାନଙ୍କ ଅବସ୍ଥା ର ସ୍ପଷ୍ଟ ଚିତ୍ର ସରକାର ଙ୍କ ପାଖରେ ଅଛି କି? ଯଦି ଅଛି ତେବେ ସରକାର କି ପଦକ୍ଷେପ ନେଇଛନ୍ତି? ସର୍ବ ସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରି ଏ ତଥ୍ୟ ପ୍ରଦାନ କରୁଛି । ସମ୍ମାନ, ପ୍ରଶଂସା ନ ଦିଅନ୍ତୁ ପଛେସେମାନଙ୍କ ବଞ୍ଚିବାର ରାହା ସେମାନଙ୍କୁ ବୃତ୍ତି ରୁ ବହିଷ୍କାର କରାନଯାଉ କ୍ଷ କରୋନା ଯୋଦ୍ଧା ମାନଙ୍କୁ ପ୍ରକୃତ ସମ୍ମାନ ହେଉଛି ତାଙ୍କ “ବୃତ୍ତି ର ସୁରକ୍ଷା “ଓ “ମାନଵୀୟ ମୂଲ୍ୟବୋଧ “ସମ୍ବନ୍ଧରେ ସମାଜ କୁ ଦିଗ ଦର୍ଶନ ଦେଉଥିବା ଗଣ ମାଧ୍ୟମ ସଂସ୍ଥା ଠାରୁ ଏପରି ଅମାନଵୀୟ କାର୍ୟ୍ୟ ଆଶା କରା ଯାଏନା । ଚାପ ଶୂନ୍ୟ ସୁସ୍ଥ ମନ ହିଁ କର୍ମ ନୈପୁଣ୍ୟତା କୁ ବଢ଼ାଇ ଥାଏ କ୍ଷ ତେଣୁ ଏ ଦିଗରେ ଦୃଷ୍ଟି ଦେଲେ କରୋନା ଯୋଦ୍ଧା ଙ୍କ ପ୍ରତି ପ୍ରକୃତ ସମ୍ମାନ ହୋଇପାରିବ ।
