କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ। ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ ପାଳନ କରାଯାଏ ଏହି ଦିନ। ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ପ୍ରସଙ୍ଗ ରହିଛି “ୟୁନାଇଟେଡ୍ ବାଇ ୟୁନିକ୍’ ଅର୍ଥାତ୍ ମିଳିତ ଭାବେ କର୍କଟକୁ ପରାସ୍ତ କରିହେବ।
ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗଠାରୁ ଦୂରେଇ ରହିବା ସହ ଏହାକୁ ପରାସ୍ତ କରିବା ନେଇ ସଚେତନତା ସୃଷ୍ଟି କରିବା ଏବଂ ଏହାର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା। ବିଶ୍ୱରେ କର୍କଟ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ୨୦୨୦ରେ ଏହି ମୃତ୍ୟୁ ହାର ପ୍ରାୟ ୧ କୋଟି ଛୁଇଁଥିଲା। ସେହିପରି ଭାରତରେ ମଧ୍ୟ ୨୦୨୨ରେ କର୍କଟ ରୋଗଜନିତ ମୃତ୍ୟୁ ହାର ୧୯ ରୁ ୨୦ ଲକ୍ଷ ଥିଲା।
ତମାଖୁ ସେବନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ବ୍ୟାୟାମ ଅଭାବ ଏବଂ ବାୟୁ ପ୍ରଦୂଷଣ ହିଁ କର୍କଟ ରୋଗର ମୁଖ୍ୟ କାରଣ ଅଟେ। କର୍କଟ ସ୍କ୍ରିନିଂ, ପ୍ରତିରୋଧ ଏବଂ ଚିକିତ୍ସା ଦ୍ୱାରା ହିଁ ଭାରତ ଏବଂ ବିଶ୍ୱସ୍ତରରେ ଏହି ରୋଗର ହାରକୁ ହ୍ରାସ କରିହେବ। ବିଶେଷକରି ସ୍ୱଳ୍ପ ଏବଂ ମଧ୍ୟମ ଆୟ ରହୁଥିବ ଦେଶ ଗୁଡ଼ିକରେ ନିରକ୍ଷରତା ହିଁ କର୍କଟର ମୁଖ୍ୟ କାରଣ ହୋଇଥିବା ବେଳେ ଉପଯୁକ୍ତ ଶିକ୍ଷା ଓ ସଚେତନତା ଦ୍ୱାରା ହିଁ ଏହାର ନିରାକରଣ ହୋଇପାରିବ। ବିଶ୍ୱ ବ୍ୟାପୀ କର୍କଟ ରୋଗ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥିବାବେଳେ ପ୍ରତିବର୍ଷ ପ୍ରାୟ ୨୦ ନିୟୁତ ରୋଗ ହୁଏ।
