Winter special : ଶୀତଦିନେ ଆପଣଙ୍କୁ ସୁସ୍ଥ ରୁଖିବ ଏହି ସୁପ୍ , ଜାଣନ୍ତୁ ରେସିପି

ଶୀତ ଦିନେ ରେଷ୍ଟୁରାଣ୍‌ଟ ଗଲେ ପ୍ରଥମେ ସୁପ୍ ଅର୍ଡର କରାଯାଏ। ଏଥିପାଇଁ ମେନୁ ଲିଷ୍ଟରେ ମଧ୍ୟ ବିଭିନ୍ନ ପ୍ରକାର ସୁପ୍ ତାଲିକା ଥାଏ। ସବୁବେଳେ ରେଷ୍ଟୁରାଣ୍‌ଟରୁ ଅର୍ଡର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ ମଧ୍ୟ ଗରମ ଗରମ ସୁପ୍ ପ୍ରସ୍ତୁତ କରି ପିଇପାରିବେ। ଘରେ କେବଳ ଟମାଟୋ ନୁହେଁ, ପାଳଙ୍ଗ ଶାଗରେ ମଧ୍ୟ ସୁପ୍ ପ୍ରସ୍ତୁତ କରିପାରିବେ।

ପାଳଙ୍ଗ ଶାଗ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏଥିରେ ଥିବା ଆଇରନ୍, କ୍ୟାଲସିୟମ୍, ସୋଡିୟମ୍, କ୍ଲୋରାଇନ୍, ଫସଫରସ୍, ମିନେରାଲ୍ସ, ପ୍ରୋଟିନ୍, ଭିଟାମିନ୍ ଏ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ହୃଦୟକୁ ସୁସ୍ଥ କରିଥାଏ। ତରକାରୀ ଓ ଭଜା ଛଡା ଏହାକୁ ଆପଣ ସୁପ୍ ଆକାରରେ ମଧ୍ୟ ଖାଇପାରିବେ । ଆସନ୍ତୁ ଜାଣିବା ଏହି ରେସିପିର ସରଳ ଉପାୟ …

पालक का सूप बनाने की विधि Palak Soup Recipe in Hindi

ପାଳଙ୍ଗ ସୁପ୍ ତିଆରି ପାଇଁ ସାମଗ୍ରୀ

ପାଳଙ୍ଗ – ୪ କପ୍

ମଇଦା – ୨ ଚାମଚ

ବଟର – ୨ ଚାମଚ

ପାଣି – ୨ କପ୍

ଗୋଲମରିଚ ଗୁଣ୍ଡ – ଏକ ଚାମଚ

କଟା ପିଆଜ – ୧ଟା

କ୍ଷୀର – ଏକ କପ୍

ସତେଜ କ୍ରିମ୍ – ଏକ ଚାମଚ

ଲୁଣ – ଅଧା ଚାମଚ

क्रीमी पालक सूप (creamy palak soup recipe in Hindi) रेसिपी बनाने की विधि in Hindi by Neelam Gahtori - Cookpad

ସୁପ୍ ପ୍ରସ୍ତୁତ ପ୍ରଣାଳୀ

– ସର୍ବପ୍ରଥମେ ପାଳଙ୍ଗ ପତ୍ର ଧୋଇ ମୋଟା ଡେମ୍ଫଗୁଡାକୁ ବାହାର କରନ୍ତୁ। ପାଳଙ୍ଗ ଭଲ ଭାବରେ ସିଝିବା ପର୍ଯ୍ୟନ୍ତ ପ୍ରାୟ ୮ରୁ ୧୦ ମିନିଟ୍ ପାଣିରେ ଫୁଟାନ୍ତୁ।

– ଯେତେବେଳେ ଏହା ଥଣ୍ଡା ହୋଇଯାଏ, ଏହାକୁ ଏକ ବ୍ଲେଣ୍ଡରରେ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ। ଚାହିଁଲେ ସେଥିରେ ରସୁଣ ୨ କୋଲା ମଧ୍ୟ ପକାଇ ପାରିବେ। ଏବେ ଏକ ପ୍ୟାନ ନେଇ ସେଥିରେ ବଟର ପକାଇ ଗରମ କରନ୍ତୁ।

– କଟା ପିଆଜ ପକାନ୍ତୁ ଏବଂ ମଧ୍ୟମ ଆଞ୍ଚରେ ୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ, ଯେପରି ପିଆଜ ବାଦାମୀ ରଙ୍ଗ ହୋଇଯିବ।

– ପରେ ଏଥିରେ ​‌ମଇଦା ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ। ବର୍ତ୍ତମାନ ଏଥିରେ ପାଳଙ୍ଗ ପ୍ୟୁରି, କ୍ଷୀର ଏବଂ ଗୋଲମରିଚ ଗୁଣ୍ଡ ମିଶାନ୍ତୁ ।

– ପ୍ରାୟ ୩ ମିନିଟ୍ ଫୁଟିବା ପରେ ସେଥିରେ ତାଜା କ୍ରିମ୍ ପକାଇ ଗରମ ଗରମ ପରଷି ଦିଅନ୍ତୁ।