କେବଳ ଠାକୁର ପୂଜା ଓ ଘର ସଜା ନୁହେଁ, ଏହି ମାରତ୍ମକ ରୋଗ ଭଲ କରିବ ଗେଣ୍ଡୁ ଫୁଲ

ଶୀତ ଋତୁର ଶୀତୁଆ ପବନରେ ଚର୍ମ ଶୁଷ୍କ ହୋଇଯାଏ। ଚର୍ମ କୁଣ୍ଡେଇ ହେବା ସହ ସେଥିରେ କୁଞ୍ଚନ ପଡିଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧ ଏବଂ କ୍ରିମ୍ ବ୍ୟବହାର କରନ୍ତି, ତଥାପି କୌଣସି ପ୍ରକାର ସୁଫଳ ମିଳେ ନାହିଁ। ଏପରି ପରିସ୍ଥିତିରେ ଆପଣ ଗେଣ୍ଡୁ ଫୁଲର ବ୍ୟବହାର କରିପାରିବେ।

PunjabKesari

ଗେଣ୍ଡୁ ଫୁଲ ନାଁ ଶୁଣି ଆପଣ ଚମକି ପଡିଥିବେ ନିଶ୍ଚୟ। ଆପଣ ଭାବୁଥିବେ ଗେଣ୍ଡୁ ଫୁଲ ଠାକୁର ପୂଜା ଓ ଘର ସଜା ଆଦି କାର୍ଯ୍ୟରେ ବ୍ୟବହାର କରାଯାଏ। ଲକ୍ଷ୍ମୀ ମା’ଙ୍କ ର ଅତି ପ୍ରିୟ ଏହି ଗେଣ୍ଡୁ ଫୁଲ। ମାର୍ଗଶୀର ମାସ ଗୁରୁବାରରେ ଏହି ଫୁଲର ଅନେକ ଚାହିଦା ଥାଏ। ସମସ୍ତଙ୍କ ଘର ବାଡିରେ ଏହି ଫୁଲ ଦେଖାଯାଏ। ସେଥିରେ ପୁଣି ଚର୍ମ ରୋଗ ଭଲ ହେବ କିପରି ? ନିଶ୍ଚିତ ଭାବରେ ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ।

ଅନେକ ଲୋକଙ୍କୁ ଜଣାନଥିବ ଯେ, ଗେଣ୍ଡୁ ଫୁଲରେ ଔଷଧୀୟ ଗୁଣ ରହିଛି। ଯାହାକୁ ବ୍ୟବହାର କରି ସ୍କିନ୍ ଆଲାର୍ଜିରୁ ମୁକ୍ତି ପାଇପାରିବା। ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା…

PunjabKesari

ରିଙ୍ଗୱର୍ମରୁ ମୁକ୍ତି ଦେବ

ରିଙ୍ଗୱର୍ମ ହେଉଛି ଏକ ଫଙ୍ଗଲ୍ ଇମ୍ଫେକସନ୍ । ଏହା ଏପରି ଏକ ସଂକ୍ରମଣ ଯାହା ମୁଣ୍ଡ, ପାଦ, ବେକ, ହାତ ଏବଂ ଶରୀରର ଆଭ୍ୟନ୍ତରୀଣ ଅଂଶରେ ହୋଇଥାଏ। ରିଙ୍ଗୱର୍ମର ସଙ୍କେତ ହେଉଛି ଲାଲ୍ ଗୋଲାକାର ଚିହ୍ନ। ଏହି ଚିହ୍ନ ସ୍କିନ୍ ରେ ଥରେ ହେବା ମାତ୍ରେ ଏହା ବଢି ବଢିଚାଲେ। ଗେଣ୍ଡୁ ଫୁଲରେ ଥିବା ଆଣ୍ଟି-ଆଲର୍ଜି ଏବଂ ଆଣ୍ଟି-ଫଙ୍ଗଲ୍ ତତ୍ତ୍ବ ରିଙ୍ଗୱର୍ମ ଏବଂ କୁଞ୍ଚନ ଭଳି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ଦେଇଥାଏ। ଏବେ ଆସନ୍ତୁ ଜାଣିବା ବ୍ୟବହାରର ପ୍ରଣାଳୀ…

ଏଥିପାଇଁ ସର୍ବପ୍ରଥମେ ଗେଣ୍ଡୁ ଫୁଲର ପାଖୁଡାକୁ ଅଲଗା କରି ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ପାଣି ନିଅନ୍ତୁ ଏବଂ ସେଥିରେ ଅଲଗା କରି ରଖିଥିବା ଗେଣ୍ଡୁ ଫୁଲ ପାଖୁଡା ରଖନ୍ତୁ। ଏହି ପାତ୍ରକୁ ଏବେ ଗ୍ୟାସରେ ରଖି ଫୁଟାନ୍ତୁ। କିଛି ସମୟ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ, ପରେ ଏହାକୁ ବନ୍ଦ କରି ଦିଅନ୍ତୁ। ଗ୍ୟାସ୍ ବନ୍ଦ କରି କିଛି ସମୟ ଥଣ୍ଡା ହେବାକୁ ଛାଡିଦିଅ। ପାଣି ଥଣ୍ଡା ହୋଇଯିବା ପରେ ଶରୀରରେ ଥିବା କୁଞ୍ଚନ ସ୍ଥାନରେ ଲଗାନ୍ତୁ। ଏହା ପରେ ଚର୍ମକୁ ଭଲ ଭାବରେ ସଫା କରି ଧୋଇ ଦିଅନ୍ତୁ।

PunjabKesari

ପୁଣି ଥରେ ଅନ୍ୟ ଏକ ଗେଣ୍ଡୁ ଫୁଲ ନେଇ ସେଥିରୁ ପାଖୁଡାକୁ ଅଲଗା କରି ଧୋଇ ଦିଅନ୍ତୁ। ଏହା ପରେ ଏହାକୁ ଏକ ମିକ୍ସରେ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ଅଳ୍ପ କିଛି ପରିମାଣର ଜଳ ମଧ୍ୟ ମିଶାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ଶରୀରର କୁଞ୍ଚନ ଚର୍ମରେ ଲଗାନ୍ତୁ  ଏବଂ ଏହାକୁ କିଛି ସମୟ ଶୁଖିବାକୁ ଛାଡିଦିଅନ୍ତୁ। ଏହା ପରେ ଥଣ୍ଡା ପାଣି ସାହାଯ୍ୟରେ ସେହି ଚର୍ମକୁ ସଫା କରନ୍ତୁ। ଏହି ଘରୋଇ ଉପଚାର କରି ମାତ୍ର 7 ଦିନ ମଧ୍ୟରେ ରିଙ୍ଗୱର୍ମ, କୁଞ୍ଚନ ଏବଂ କୁଣ୍ଡେଇ ହେବାରୁ ମୁକ୍ତି ପାଇ ପାରିବେ।