ଶୀତଦିନେ କାକର ଭୂଇଁରେ ଚାଲିଲେ ମିଳେ ଏସବୁ ଲାଭ, ହାର୍ଟ ରୁହେ ସୁସ୍ଥ ଏବଂ ଓଜନ ହୁଏ କମ୍

ଚାଲିବା ଏକ ବହୁତ ଭଲ ବ୍ୟାୟାମ ଓ ଅଭ୍ୟାସ। ଯେଉଁମାନଙ୍କର ଚାଲିବା ଅଭ୍ୟାସ ଥାଏ, ସେମାନେ ଖରା, ବର୍ଷା, ଶୀତ କାକର କିଛି ମାନନ୍ତି ନାହିଁ। ପ୍ରତିଦିନ ସକାଳେ ଉଠି ଚାଲିବାକୁ ବାହାରି ଯାଆନ୍ତି। ଏହା ଯେ କେବଳ ମନକୁ ଶାନ୍ତି ଦିଏ ତାହା ନୁହେଁ, ଏହା ଶରୀର ପାଇଁ ଅନେକ ମଧ୍ୟ ହୋଇଥାଏ।

ଶୀତୁଆ ସକାଳେ ଚାଲିବାର କଥା ନିଆରା। ଶିତୁଆ ସକାଳର କଅଁଳ ଖରା ସତେ ଯେମିତି ଶରୀରୁକୁ ସତେଜ୍ କରିଦିଏ। କାକରର ବୁନ୍ଦା ବୁନ୍ଦା ପାଣି ଉପରେ ପାଦ ଯେତେ ଆଗକୁ ବଢି ଚାଲେ, ଶରୀର ସେତେ ଫିଟ୍ ରୁହେ। ଏହା ଆମେ କହୁନାହୁଁ, ବିଶେଷଜ୍ଞମାନେ କୁହନ୍ତି। ଶୀତଦିନେ ଚାଲିବା ଦ୍ବାରା ହାର୍ଟ ସୁସ୍ଥ ରହିବା ସହ ଓଜନ ମଧ୍ୟ କମିଥାଏ। କେବଳ ସେତିକି ନୁହେଁ ରକ୍ତଚାପ ଓ କ୍ୟାଲୋରୀ ନିୟନ୍ତ୍ରିତ ରହିଥାଏ। ଭଲ ନିଦ ହୁଏ, ହାଡ ମଜବୁତ ରୁହେ, ମାନସିକ ସ୍ଥିତି ମଧ୍ୟ ଭଲ ରୁହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ମସ୍ତିଷ୍କରେ ମଧ୍ୟ ଉନ୍ନତି ହୁଏ। ତେବେ ଶୀତୁଆ ଚାଲିବାର ଆହୁରି ଏଭଳି ଅନେକ ଲାଭ ରହିଛି ଯାହା ଜାଣିବା ପରେ ଆପଣ ଆଉ କମ୍ବଳ ଢାଙ୍କି ଶୋଇ ପାରିବେ ନାହିଁ।

PunjabKesari

ରକ୍ତଚାପ ନିୟନ୍ତ୍ରଣରେ ରୁହେ

ଶୀତ ଋତୁରେ ଚାଲିବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ବେଶୀ ହୁଏ ନାହିଁ କିମ୍ବା ହ୍ରାସ ହୁଏ ନାହିଁ। ଏହା ହାର୍ଟ ପର୍ଯ୍ୟନ୍ତ ରକ୍ତ ପ୍ରବାହକୁ ବୃଦ୍ଧି କରାଇଥାଏ। ଧମନୀର କାର୍ଯ୍ୟକୁ ମଧ୍ୟ ସକ୍ରିୟ କରିଥାଏ, ଯାହା ହୃଦରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ।

ମସ୍ତିଷ୍କ ସକ୍ରିୟ ରୁହେ

ଶୀତଦିନେ ନିୟମିତ ଚାଲିବା ମସ୍ତିଷ୍କ ସକ୍ରିୟ ହୋଇଥାଏ। ବୁଦ୍ଧି ପ୍ରଖର ହୋଇଥାଏ ଏବଂ ମାନସିକ ସ୍ତରରେ ମଧ୍ୟ ଉନ୍ନତି ପରିଲିଖିତ ହୋଇଥାଏ। ମସ୍ତିଷ୍କଗତ ସମସ୍ୟା ମଧ୍ୟ କମିଯାଏ। ସ୍ମରଣ ଶକ୍ତିରେ ଉନ୍ନତି ଆସିବା ସହ ଚିନ୍ତାଧାରାରେ ପରିବର୍ତ୍ତନ ଆସେ।

PunjabKesari

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ

ଶୀତଦିନେ ପ୍ରତିଦିନ ଚାଲିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯାହା ଦ୍ବାରା ଥଣ୍ଡା, ଫ୍ଲୁ ଏବଂ ଅନ୍ୟାନ୍ୟ ରୋଗରୁ ରକ୍ଷା କରିଥାଏ। ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆସିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।

ହାଡ଼ ମଜବୁତ ହୁଏ

ଚାଲିବା ହେଉଛି ଏକ ଭାର ବା ଓଜନ ବହନ କରୁଥିବା ବ୍ୟାୟାମ ଯାହା ହାଡକୁ ମଜବୁତ କରେ ଏବଂ ଅଷ୍ଟିଓପୋରୋସିସ୍ ରୋକିବାରେ ସାହାଯ୍ୟ କରେ। ଶୀତଦିନେ ଚାଲିବା ହାଡର ଘନତ୍ବ ବୃଦ୍ଧି ହେବା ସହ ମସ୍ତିଷ୍କ ସୁସ୍ଥ ରହିଥାଏ।

PunjabKesari

ଭଲ ନିଦ ହୁଏ

ଶୀତଦିନେ ଚାଲିବା ଶୋଇବା ସମୟକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ଉତ୍ତମ ନିଦ୍ରାରେ ମଧ୍ୟ ଉନ୍ନତି ଆଣିଥାଏ। ଏହା ନିଦ୍ରାକୁ ନିୟନ୍ତ୍ରଣ କରୁଥିବା ଏକ ହରମୋନ୍ ସେରୋଟୋନିନ୍ ରିଲିଜ୍ କୁ ପ୍ରୋତ୍ସାହିତ କରେ।

ଓଜନ ମଧ୍ୟ ହ୍ରାସ ପାଇବ

ଚାଲିବା ଏକ ପ୍ରଭାବଶାଳୀ ବ୍ୟାୟାମ, ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ | ଶୀତଦିନେ ସବୁବେଳେ ବସି ରହିବା ହେତୁ ଓଜନ ବୃଦ୍ଧି ହୋଇଥାଏ, ଏପରି ପରିସ୍ଥିତିରେ ଚାଲିବା ଦ୍ବାରା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଏବଂ ମେଟାବୋଲିଜିମ୍ କୁ ବଢାଇଥାଏ। ଯାହା ଦ୍ବାରା ସୁସ୍ଥ ଶରୀରର ଗଠନ ହୋଇଥାଏ।

PunjabKesari

ଆଣ୍ଠୁଗଣ୍ଠି ଯନ୍ତ୍ରଣା ହ୍ରାସ ପାଇବ

ଥଣ୍ଡା ପାଗରେ ପ୍ରାୟତଃ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ଯନ୍ତ୍ରଣା ଦେଖା ଦେଇପାରେ। ଏପରି ପରିସ୍ଥିତିରେ ଶୀତଦିନେ ଚାଲିବା ଦ୍ୱାରା ଆଣ୍ଠୁଗଣ୍ଠିକୁ ଏକ ପ୍ରକାର ଜେଲି ବା ତେଲ ମିଳେ। ଯାହା ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ଧୀରେଧୀରେ କମିଯାଏ।

ଶରୀରକୁ ଭିଟାମିନ୍ ଡି ମିଳେ

କେତେକ ଲୋକ ନିଜର ଅଳସୁଆ ପଣିଆ ଯୋଗୁଁ ଶୀତଦିନେ ସୂର୍ଯ୍ୟକିରଣ ନେବାକୁ ଅସମର୍ଥ ହୁଅନ୍ତି। ଯେଉଁଥିପାଇଁ ସେମାନଙ୍କ ଠାରେ ଭିଟାମିନ୍ D ର ସ୍ତର କମିଯାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଋତୁରେ ସୂର୍ଯ୍ୟକିରଣରେ କିଛି ସମୟ ବାହାରେ ଚଲା ବୁଲା ତେବେ ଆପଣଙ୍କୁ କେବେ ବି ଭିଟାମିନ୍-ଡି ର ଅଭାବ ହେବ ନାହିଁ। ଏହା ହାଡକୁ ମଜବୁତ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ। ​