winter food : ଶୀତରୁ ରକ୍ଷା କରିବ ଏହି ସବୁ ଦେଶୀ ଖାଦ୍ୟ

ଶୀତ ଋତୁ ଆରମ୍ଭ ହୋଇସାରିଛି। ଡିସେମ୍ବର ପ୍ରଥମ ସପ୍ତାହରୁ ଅସମ୍ଭାଳ ଶୀତ। ସାରା ରାଜ୍ୟ ଏବେ ଠାରୁ ଥରିବା ଆରମ୍ଭ କରିଛି। ଅନେକ ସହରରେ ଆଜିକାଲି ଏଭଳି ଥଣ୍ଡା ଅନୁଭୂତ ହେଉଛି ଯେ, ସ୍ବେଟର ଓ ଜ୍ୟାକେଟ୍ ବିନା ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ଏଭଳି ପରିସ୍ଥିତିରେ କେବଳ ଶୀତବସ୍ତ୍ର ହିଁ ଶୀତରୁ ରକ୍ଷା କାରିବା ତାହା ଭାବିବା ଭୁଲ୍। ଖାଦ୍ୟ ପାନୀୟରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିବ। ଯେଭଳି ଗ୍ରଷ୍ମ ଋତୁରେ ଖରା ପ୍ରକୋପରୁ ଶରୀରକୁ ଶୀଥିଳ ରଖିବା ପାଇଁ ପଇଡ଼, ଆଖୁ ରସ, ତରଭୁଜ ଆଦି ଖାଇଥାଉ, ଠିକ୍ ସେଭଳି ଶରୀରକୁ ଉଷ୍ମ ରଖିବା ପାଇଁ କିଛି ଦେଶୀ ଖାଦ୍ୟ ଡାଏଟ୍ ରେ ସାମିଲ କରିବାକୁ ପଡିବ।

ଅନେକ ଲୋକ ଖାଦ୍ୟରେ ପରିବର୍ତ୍ତନ ଆଣି ସାରିଛନ୍ତି। କିନ୍ତୁ ଶୀତରେ ଶରୀରକୁ ଗରମ ରଖିବା ପାଇଁ ଅଧିକରୁ ଅଧିକ ଚା ’ ପିଇବା ଯଥେଷ୍ଟ ନୁହେଁ। ତେଣୁ ଶୀତଦିନେ ନିଜକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ । ଯାହା ଶରୀରକୁ ସୁସ୍ଥ ଓ ଉଷ୍ମ ରଖିବା ସହ ଶୀତ ଦିନିଆ ରୋଗରୁ ରକ୍ଷା କରେ।

ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ଏଭଳି ଖାଦ୍ୟ ଖାଇବା ଉଚିତ ଯାହା, ଯାହା ଆପଣଙ୍କୁ ଥଣ୍ଡା ଏବଂ କାଶ ଭଳି ସଂକ୍ରାମକ ରୋଗରୁ ଦୂରେଇ ରଖିବ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଦେଶୀ ଖାଦ୍ୟ ବିଷୟରେ ଜଣାଇବୁ ଯାହା କେବଳ ପାଟିକୁ ସୁଆଦ ଲାଗିବ ତାହା ନୁହେଁ, ଶରୀରକୁ ମଧ୍ୟ ଷ୍ଟାମିନା ଦେବ।

PunjabKesari

ଗୁଡ଼ : ଶୀତ ରାତିରେ ଶୋଇବା ପୂର୍ବରୁ ଗୁଡ ଖାଆନ୍ତୁ । ଗୁଡରେ ପ୍ରଚୁର ମାତ୍ରାରେ ଲୌହ ଥାଏ ଯାହା ରକ୍ତହୀନତା ପରି ବିପଜ୍ଜନକ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଗୁଡ଼ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସକ୍ରିୟ ହୋଇଥାଏ । ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ଶୀତ ପ୍ରକୋପରୁ ରକ୍ଷା କରିଥାଏ।

ଅଦା : ଆଜିକାଲି ଚା’ରେ ଅଦା ନିଶ୍ଚିତ ଭାବରେ ବ୍ୟବହାର କରାଯାଉଛି। ଏହା ବ୍ୟତୀତ, ଯଦି ଆପଣ ଥଣ୍ଡା ହୁଏ, ତେବେ ମହୁରେ ଅଦା ରସ ସହିତ ମିଶାଇ ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଏଥିରୁ ଆପଣ ନିଶ୍ଚିତ ଭାବରେ କଳ୍ପନା କରିପାରୁଥଇବେ ଯେ ଶୀତଦିନେ ଅଦା ଖାଇବା ଶରୀର ପାଇଁ କେତେ ଲାଭଦାୟକ। ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳିଥାଏ ଯାହା ଶୀତଦିନେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଆର୍ଥ୍ରାଇଟିସ୍ ସମସ୍ୟା ପାଇଁ ମଧ୍ୟ ଏହା ରାମବାଣ।

PunjabKesari

ଘିଅ : ଘିଅରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। କିନ୍ତୁ ମୋଟା ହେବା ଭୟରେ କିଛି ଲୋକ ଘିଅ ଖାଇବା ଠାରୁ ଦୂରେଇ ରୁହନ୍ତି। କିନ୍ତୁ ସେଭଳି ନୁହେଁ, ଘିଅ ଖାଇବା ଦ୍ବାରା ମୋଟାପା ବୃଦ୍ଧି ହୁଏ ନାହିଁ। ସନ୍ତୁଳିତ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ଶୀତଦିନେ ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ। ଓମେଗା-୩ ଫ୍ୟାଟି ଏସିଡ୍ ଏହା ଭରପୂର। ଏହା ବ୍ୟତୀତ ଭିଟାମିନ୍-ଏ, ଭିଟାମିନ୍-ଡି ଏବଂ ଭିଟାମିନ୍-ଇ ମଧ୍ୟ ଘିଅରୁ ମିଳିଥାଏ। ଶୀତଦିନେ ଏହାକୁ ଖାଇବା ଦ୍ୱାରା ହାଡ ମଜବୁତ ହେବା ସହ ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ଏହା ବ୍ୟତୀତ ଶରୀରର ଦୁର୍ବଳତାକୁ ମଧ୍ୟ ଦୂର କରେ ।

ମହୁ : ଶୀତଦିନିଆ ଖାଦ୍ୟରେ ମହୁ ସବୁଠାରୁ ଉତ୍ତମ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ମହୁକୁ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟର ଉତ୍ସ ଭାବରେ ବିବେଚନା କରାଯାଏ, ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଶୀତଦିନେ ଏହାକୁ ଖାଇବା ଦ୍ବାରା କେଶ ଏବଂ ଚର୍ମ ସୁସ୍ଥ ରହିଥାଏ।

ଚିନାବାଦାମ : ଶୀତ ଦିନେ ରାସ୍ତାଘାଟରେ ଚିନାବାଦାମ ବିକ୍ରି ହୋଉଥିବା ନିଶ୍ଚୟ ଦେଖିଥି​‌ବେ। ଭଜା ଚିନାବାଦାମ ସହ ଲୁଣ ଲଗାଇ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏହା କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ, ଏହା ମଧ୍ୟ ଶରୀରକୁ ଉଷ୍ମ ରଖିଥାଏ। ତେଣୁ ଶୀତ ଦିନେ ଚିନାବାଦାମ ଖାଇବା ଶରୀର ପାଇଁ ଅତ୍ୟନ୍ତ ଉପକାରୀ।

PunjabKesari

ଡାଲଚିନି : ସବୁ ରୋଷେଇ ଘରେ ଡାଲଚିନି ଥାଏ। ଶୀତଦିନେ ଥଣ୍ଡା କିମ୍ବା କାଶ ହେଲେ ଡାଲଚିନିର କାଢା ପ୍ରସ୍ତୁତ କରାଯାଇ ପିଇବାକୁ ଦିଆଯାଏ। ଆଜିକାଲି ମସଲା ଚା’ରେ ଡାଲଚିନି ବ୍ୟବହାର କରାଯାଉଛି। ଶୀତରୁ ରକ୍ଷା ପାଇବା ପାଇଁ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିକାର ବୋଲି ବିବେଚନା କରାଯାଏ। ଡାଲଚିନି ଶରୀରର ମେଟାବୋଲିଜିମ୍ ସ୍ତରକୁ ବୃଦ୍ଧି କରିବା ସହ ଶରୀରକୁ ଉତ୍ତାପ ଯୋଗାଇଥାଏ। ତେଣୁ ଶୀତଦିନେ ଥଣ୍ଡା କାଶରୁ ମୁକ୍ତି ମିଳିବା ପାଇଁ ଆପଣ ଡାଲଚିନିକୁ  ଘରୋଇ ଉପଚାର ଭାବରେ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଡାଲଚିନିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ |