ଯଦି ଶୀତଦିନେ ବିବାହ ହୁଏ, ତେବେ ପୋଷାକକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଏ। ପାର୍ଟିୱାୟାର ଡ୍ରେସ୍ ଉପରେ ସ୍ବେଟର ବା ଜ୍ୟାକେଟ ପିନ୍ଧିଲେ, ସେତେଟା ଭଲ ଲାଗେନାହିଁ। ତେଣୁ ଝିଅମାନେ ବୁଝି ପାରନ୍ତି ନାହିଁ ଯେ କେଉଁ ପୋଷାକ ବାଛିବା ଉଚିତ୍, ଯେଉଁଥିରେ ଷ୍ଟାଇଲିସ୍ ଏବଂ ସୁନ୍ଦର ଦେଖାଯିବା ସହ ଶୀତର ପ୍ରକୋପରୁ ମଧ୍ୟ ରକ୍ଷା ପାଇପାରିବେ। ତେବେ ଏପରି ପରିସ୍ଥିତିରେ, ଭେଲଭେଟ ଆପଣଙ୍କ ପାଇଁ ଏକ ଉପଯୁକ୍ତ ବିକଳ୍ପ ହୋଇପାରେ। ଭେଲଭେଟରେ ଯେକେହି ବି ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଯିବା ସହ ଥଣ୍ଡା ମଧ୍ୟ କମ୍ ଲାଗିଥାଏ। ତେଣୁ ଶୀତଦିନିଆ ବିବାହରେ ଷ୍ଟାଇଲିସ୍ ଦେଖାଯିବା ପାଇଁ ଆପଣ ଏହିପରି ପୋଷାକ ପିନ୍ଧିପାରିବେ।
ଲେହେଙ୍ଗା
ଏହି ଋତୁରେ ଭେଲଭେଟ ଲେହେଙ୍ଗା ଏକ ସର୍ବୋତ୍ତମ ବିକଳ୍ପ। ବିବାହ ରିସେପ୍ସନ୍, ବରଯାତ୍ରୀ କିମ୍ବା ନିଜ ବିବାହ ପାଇଁ ଏହା ପସନ୍ଦ ସର୍ବୋତ୍ତମ ସାବ୍ୟସ୍ତ ହେବ। କିଆରାଙ୍କ ପରି ନୀଳ ଲେହେଙ୍ଗା ସହିତ ଖୋଲା କେଶ ଏବଂ ହାଲୁକା ବା କମ୍ ମେକଅପ୍ ରେ ସଂପୂର୍ଣ୍ଣ କରିପାରିବେ।
ସାଢୀ
ଶୀତ ଦିନେ ସାଢୀ ମଧ୍ୟ ଉପଯୁକ୍ତ ପସନ୍ଦ। ବିଶେଷକରି ଶୀତଦିନିଆ ବିବାହରେ ଆପଣ ଭେଲଭେଟ ସାଢୀ ଟ୍ରାଏ କରିପାରିବେ। କାଜୋଲଙ୍କ ପରି ନୀଳ ଏବଂ ଲାଲ ରଙ୍ଗ ସାଢୀ ସହ ହାଲୁକା ମେକଅପ୍ ଏବଂ ଖୋଲା କେଶରେ ଆଉଟ୍ ଫିଟ୍ ଆକର୍ଷଣୀୟ ଲାଗିବ।
ପାଶ୍ଚାତ୍ୟ ପୋଷାକ ବା ୱେଷ୍ଟର୍ଣ୍ଣ ଡ୍ରେସ୍
ଭେଲଭେଟ ଡ୍ରେସ୍ ରେ ଆପଣ ପାଶ୍ଚାତ୍ୟ ଲୁକ୍ ମଧ୍ୟ ଦେଇପାରିବେ। ସବୁଜ ରଙ୍ଗର ୱେଷ୍ଟର୍ଣ୍ଣ ଡ୍ରେସ୍ ଏବଂ କର୍ଲି ହେୟାର ଲୁକ୍ ଶୀତଦିନିଆ ବିବାହରେ ଆପଣ ଆହୁରି ଗର୍ଜିୟସ୍ ଲାଗିବେ।
ସୁଟ୍
ଯଦି ତୁମେ ଶୀତଦିନିଆ ବିବାହରେ ଆରାମଦାୟକ ଲୁକ୍ ଚାହୁଁଛ, ତେବେ ଭେଲଭେଟ୍ ସୁଟ୍ ଏକ ଉପଯୁକ୍ତ ପସନ୍ଦ ହୋଇପାରେ। ସରଳ ଏବଂ ଗ୍ରାଣ୍ଡ୍ ଲୁକ୍ ପାଇଁ ଆପଣ ଭେଲଭେଟ୍ ସୁଟ୍ ଟ୍ରାଏ କରିପାରିବେ। ସରଳ ମେକଅପ୍ ଏବଂ ତୁମର ପ୍ରିୟ ହେୟାର ଷ୍ଟାଇଲ୍ ସହିତ ମେକ୍ଅପ୍ ସଂପୂର୍ଣ୍ଣ କରିପାରିବେ।
ଷ୍ଟାଇଲିସ୍ ଲେହେଙ୍ଗା ଚୋଲି
ଶୀତଦିନିଆ ବିବାହରେ ଆପଣ ମୀରା ରାଜପୁତଙ୍କ ପରି ଲମ୍ବା ଚୋଲି ସହିତ ଲେହେଙ୍ଗା ପିନ୍ଧିପାରିବେ। ଏହା ସହିତ ଆପଣ ହାଇପୋନି ହେୟୟାର ଷ୍ଟାଇଲ ଏବଂ କମ୍ ମେକଅପ୍ ରେ ଆହୁରି ସୁନ୍ଦର ଦେଖାଯିବେ।
ଗାଉନ୍
ବ୍ୟାଚଲର ପାର୍ଟି କିମ୍ବା ରିସେପ୍ସନ୍ ପାର୍ଟିର ଭେଲଭେଟ ଗାଉନ୍ ପିନ୍ଧିପାରିବେ। ଖୋଲା କେଶ ଏବଂ ଗାଢ ମେକଅପ୍ ସହିତ ପାର୍ଟିରେ ଆହୁରି ଗର୍ଜିୟସ୍ ଲାଗିବେ।
ଶାରାରା ସୁଟ୍
ଶୀତଦିନିଆ ବିବାହ ପାଇଁ ଆପଣ ଭେଲଭେଟ୍ ର ଶାରାରା ସୁଟ୍ ମଧ୍ୟ ବାଛିପାରିବେ | ଏହି ରାଜକୀୟ ଲୁକ୍ରେ ପାର୍ଟିରେ ଆପଣ ନିଆରା ଲାଗିବେ।
ଭେଲଭେଟ ଡ୍ରେସ୍
ଶୀତଦିନିଆ ବିବାହ ପାଇଁ ଆପଣ ଭେଲଭେଟ ଡ୍ରେସ୍ ଟ୍ରାଏ କରିପାରିବେ। ଏକ ସରଳ ଏବଂ ଗମ୍ଭୀର ଲୁକ୍ ଦେବ।
ଭେଲଭେଟର ଏହି ପ୍ରକାର ଡ୍ରେସ୍ ଆପଣଙ୍କୁ ଚମତ୍କାର ଲୁକ୍ ଦେବ।