ଲମ୍ବା, ଘନ ଏବଂ ସୁନ୍ଦର କେଶ କେଉଁ ମହିଳାଙ୍କ ପସନ୍ଦ ନୁହେଁ? କିନ୍ତୁ କିଛି ମହିଳାଙ୍କର କେଶ ବଢେ ନାହିଁ, ତେଣୁ ସେମାନଙ୍କୁ ହେୟାର ଏକ୍ସଟେନ୍ସନ୍ ବା କେଶ ବିସ୍ତାର କରିବାକୁ ପଡେ। ଅବଶ୍ୟ, ହେୟାର ଏକ୍ସଟେନ୍ସନ୍ ବେଷ୍ଟ ଲୁକ୍ ଦେଇଥାଏ, କିନ୍ତୁ ଏହା ଦ୍ବାରା ମଧ୍ୟ କିଛି ସମସ୍ୟାର ସାମ୍ନା କରିବାକୁ ପଡେ। ହେୟାର ଏକ୍ସଟେନ୍ସନ୍ ର ଏକ ଭଲ ଗୁଣ ହେଲା, ଯେତେ ବି ରାସାୟନିକ ପଦାର୍ଥ ବ୍ୟବହାର କରିବ ସେହି କେଶ କେବେ ନଷ୍ଟ ହେବ ନାହିଁ, କିନ୍ତୁ ନିଜର ପ୍ରାକୃତିକ କେଶ ନଷ୍ଟ ହେବାର ସମ୍ଭାବନା ରହିଥାଏ। ଯଦି ଆପଣ ମଧ୍ୟ କେଶ ଏକ୍ସଟେନ୍ସନ୍ ପ୍ରୟୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ଏକ୍ସଟେଶନ୍ ହେୟାର କେଉଁଠାରୁ କିଣିବେ ଏବଂ ସେଥିରେ କେଉଁ ପ୍ରକାରର ପଦାର୍ଥ ବ୍ୟବହାର ହେବ ତାହା ବିଷୟରେ ଜ୍ଞାନ ରଖନ୍ତୁ।
-ଯଦି ଆପଣ ନିଜେ ଏକ୍ସଟେନ୍ସନ୍ ଉପରେ କ୍ଲିପ୍ ଲଗାଉଛନ୍ତି, ତେବେ ତାହା କିପରି ପ୍ରୟୋଗ କରାଯିବ ସେ ବିଷୟରେ ବିଶେଷଜ୍ଞଙ୍କ ଠାରୁ ପଚାରି ବୁଝନ୍ତୁ, ନଚେତ୍ ମୂଳ କେଶ ନଷ୍ଟ ହୋଇପାରେ।

– ଯଦି ସେଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହୃତ ହେଉଛି, ତେବେ ଆପଣଙ୍କ କେଶ ନଷ୍ଟ ହୋଇପାରେ। ସେ ପ୍ରତି ଧ୍ୟାନ ଦିଅନ୍ତୁ।
-କେଶରେ ଯେପରି କୌଣସି ଫଙ୍ଗଲ ଇଂମ୍ଫେକ୍ସନ୍ ବା ସଂକ୍ରମଣ ନ ହୁଏ, ସେ ପ୍ରତି ସଜାଗ ରୁହନ୍ତୁ ଏବଂ ସମୟ ବ୍ୟବଧାନରେ ଯାଞ୍ଚ କରାନ୍ତୁ ।

-ଯଦି ଅଠା ସାହାଯ୍ୟରେ ଏକ୍ସଟେନ୍ସନ୍ ପ୍ରୟୋଗ କରୁଛନ୍ତି, ତେବେ କେଶକୁ ଉତ୍ତାପରୁ ରକ୍ଷା କରନ୍ତୁ। ଅର୍ଥାତ୍ ହେୟାର ଡ୍ରାୟର୍ କିମ୍ବା ଷ୍ଟ୍ରେଟ୍ନର୍ ରୁ ଦୂରେଇ ରୁହନ୍ତୁ।
-ସାବଧାନତା ସହ ପାନିଆ ବ୍ୟବହାର କରନ୍ତୁ ଏବଂ କେଶରେ ତେଲ ଲଗାନ୍ତୁ ନାହିଁ। ନଚେତ୍ ଏକ୍ସଟେନ୍ସନ୍ ବାହାରି ଯାଇପାରେ।

-ଚୁଟି ବାନ୍ଧିକି ଶୋଇବା ଉଚିତ୍ ନୁହେଁ । ନଚେତ୍ ଏକ୍ସଟେନ୍ସନ୍ ନଷ୍ଟ ହୋଇଯିବେ। ଯଦି କଲର କରୁଛନ୍ତି ତେବେ ପ୍ରତି ୨୦ ଦିନରେ ଏହାକୁ ରିଫ୍ରେସ୍ କରିବା ଆବଶ୍ୟକ।