ମା ହେବା ନାରୀ ପାଇଁ ସବୁଠାରୁ ଆନନ୍ଦଦାୟକ ଅନୁଭବ। କିନ୍ତୁ ଏହି ସୁଖ ସହିତ କିଛି କଷ୍ଟ ମଧ୍ୟ ଥାଏ। ଗର୍ଭାବସ୍ଥାରେ ମହିଳାମାନଙ୍କୁ ଗୋଟିଏ ନୁହେଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଗୁଡ଼ିକ ମଧ୍ୟରେ ସବୁଠାରୁ ବଡ ସମସ୍ୟା ହେଉଛି ଗ୍ୟାସ । ବାସ୍ତବରେ, ଏହି ସମୟରେ ହଜମ ପ୍ରକ୍ରିୟା ସେତେ ସକ୍ରିୟ ନଥାଏ, ଯେଉଁ କାରଣରୁ ଅମ୍ଳ ଏବଂ ଛାତି ପୋଡାଜଳା ଅନୁଭବ ହୁଏ।

ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଗର୍ଭାବସ୍ଥାରେ ଶରୀରରେ ପ୍ରୋଜେଷ୍ଟେରନ୍ ହରମୋନର ସ୍ତର ବୃଦ୍ଧି ହୋଇଥାଏ, ତେଣୁ ଏହି ସମୟରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ହୋଇଥାଏ। ଏହି ସମୟରେ, ଗୋଟିଏ କଥା ମନେରଖନ୍ତୁ ଯେ ଡାକ୍ତରଙ୍କ ସହ ଯୋଗାଯୋଗ ନକରି କୌଣସି ଓୗଷଧ ସେବନ କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ବିନା କୌଣସି ସିରପ ଖାଆନ୍ତୁ ନାହିଁ, ଏହା ପେଟରେ ଯନ୍ତ୍ରଣା ଦେଇପାରେ। ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ଗ୍ୟାସର ସମସ୍ୟା ଅଧିକ, ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବତାଇବୁ, ଯାହା ଏହି ସମସ୍ୟାରୁ କିଛି ପରିମାଣରେ ମୁକ୍ତି ପାଇପାରିବେ ।

ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ
ଫାଇବରରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ଏବଂ ପେଟରେ ଗ୍ୟାସ୍ ଉତ୍ପନ୍ନ ହୁଏ ନାହିଁ । ଭାତ, ଗାଜର, ସବୁଜ ପତ୍ରଯୁକ୍ତ ପନିପରିବା, ଡାଲି ଜାତୀୟ ଖାଦ୍ୟ ଇତ୍ୟାଦି ସାମିଲ କରନ୍ତୁ । ଏଥିରେ ଭରପୂର ମାତ୍ରାରେ ଫାଇବର ଥାଏ, ଯାହା ଗର୍ଭଧାରଣ ସମୟରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

ପ୍ରଚୁର ପାଣି ପିଅନ୍ତୁ
ଗର୍ଭାବସ୍ଥାରେ ଶରୀରରେ ଜଳର ଅଭାବ ମଧ୍ୟ ଦେଖାଯାଏ, ଯେଉଁ କାରଣରୁ ପେଟ ଫୁଲିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଅଳ୍ପ ସମୟ ବ୍ୟବଧାନରେ ପାଣି ପିଅନ୍ତୁ । ଖାଦ୍ୟରେ ଫଳ ରସ ସାମିଲ କରନ୍ତୁ, ଯାହା ଦ୍ବାରା ଶରୀର ହାଇଡ୍ରେଟେଡ୍ ରହିବ ।

ଅତ୍ୟଧିକ ଭୋଜନ କରନ୍ତୁ ନାହିଁ
ଏକାଧିକ ଥର ଖାଇବା ପରିବର୍ତ୍ତେ, ଦିନସାରା ଅଳ୍ପ ଅଳ୍ପ କରି ଖାଆନ୍ତୁ, କାରଣ ଅଧିକ ମାତ୍ରାରେ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ଗ୍ୟାସ ସମସ୍ୟା ଦେଖାଦେଇପାରେ।

ଲେମ୍ବୁ
ଲେମ୍ବୁ ପାଣି ସାମିଲ କରନ୍ତୁ। ଲେମ୍ବୁ ପାଣି ପେଟରେ ହଜମକାରୀ ରସ ଏବଂ ପିତ୍ତର ଉତ୍ପାଦନକୁ ବୃଦ୍ଧି କରେ। ଯାହା ଦ୍ବାରା ପେଟରେ ଏସିଡ୍ ହ୍ରାସ କରିଥାଏ ଏବଂ ହଜମ କରିବାରେ ସାହାଯ୍ୟ କରିଥାଏ ।

ଏସବୁଠୁ ଦୂରରେ ରୁହ
ମୃଦୂ ପାନୀୟ, ବିୟର ଏବଂ ମଦ ପରି ପାନୀୟଗୁଡ଼ିକ ପେଟରେ କାର୍ବନ-ଡି-ଅକ୍ସାଇଡ୍ ଉତ୍ପାଦନ କରିଥାଏ, ଯାହା ଗ୍ୟାସ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏସବୁଠୁ ଦୂରରେ ରୁହନ୍ତି।

ଏଥିପ୍ରତି ଯତ୍ନବାନ ରୁହନ୍ତୁ
-ଅଫିସ୍ ଏବଂ ଘର କାମ କମ୍ କରିବାକୁ ଚେଷ୍ଟା କରନ୍ତୁ ।
-ପ୍ରତିଦିନ ଅଳ୍ପ ଚାଲିବା ଅଭ୍ୟାସ କରନ୍ତୁ। ଏହି ଯୋଗୁଁ ଖାଦ୍ୟ ସହଜରେ ହଜମ ହେବ ଏବଂ ଗ୍ୟାସ ସୃଷ୍ଟି ହେବ ନାହିଁ ।
-ନିଜକୁ ଖୁସି ରଖନ୍ତୁ ଯାହା ଦ୍ବାରା ଗ୍ୟାସ ପରି ଛୋଟ ଛୋଟ ସମସ୍ୟା ଆସିବ ନାହିଁ ।