ପାଉଁଜି ଦ୍ୱାରା ପାଦରେ ହେଉଥିବା କଳା ଦାଗ ଦୂର କରିବାର ଟିପ୍ସ

ପାଦରେ ପାଉଁଜି ପିନ୍ଧିବା ଆଜିକାଲି ଟ୍ରେଣ୍ଡରେ ରହିଛି। କେବଳ ମହିଳା ନୁହଁନ୍ତି, କଲେଜ ଛାତ୍ରୀମାନେ ମଧ୍ୟ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି। କିନ୍ତୁ ପାଉଁଜି ପିନ୍ଧିବା ଦ୍ୱାରା ପାଦରେ କଳା ଦାଗ ଦେଖାଯାଏ। ଯାହା ଦ୍ବାରା ପାଦର ସୌନ୍ଦର୍ଯ୍ୟକୁ ନଷ୍ଟ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଘରୋଇ ଉପଚାର ବତାଇବୁ ଯାହା ଦ୍ବାରା ଏସବୁ ସମସ୍ୟାକୁ ସହଜରେ ଏଡାଯାଇ ପାରିବ।

– ଚିନି ସ୍କ୍ରବ୍

ପାଦରେ ପଡ଼ିଥିବା କଳା ଦାଗ ହଟାଇବା ପାଇଁ ଆପଣ ଚିନି ସ୍କ୍ରବ୍ ପ୍ରୟୋଗ କରିପାରିବେ। ଏହା ଦ୍ବାରା  ଆପଣଙ୍କ ଚର୍ମ ସଫା, ଉଜ୍ଜ୍ୱଳ ଏବଂ ନରମ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୨ ଚାମଚ ଚିନି, ଛୋଟ ଚାମଚ ଅଲିଭ୍ ତେଲ ମିଶାନ୍ତୁ। ଏହାକୁ ପାଦରେ ୫ ମିନିଟ୍ ପର୍ଯ୍ୟନ୍ତ ବୃତ୍ତାକାର ଗତିରେ ମସାଜ୍ କରନ୍ତୁ। ୧୦ ମିନିଟ୍ ଛାଡି ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୨-୩ ଥର ସ୍କ୍ରବ୍ କରି ଆପଣଙ୍କ ଗୋଡରେ ଥିବା କଳା ଦାଗ ଦୂର ହେବାକୁ ଲାଗିବ।

– କାକୁଡି ପ୍ୟାକ୍

କାକୁଡିରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଏଜିଙ୍ଗ୍ ଗୁଣରେ ଭରପୂର ମାତ୍ରାରେ ରହିଥାଏ। କାକୁଡ଼ିର ଚୋପାକୁ ଧୋଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଏକ ଚାମଚ କାକୁଡି ପେଷ୍ଟ, ୨ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ହାଲୁକା ମାଲିସ୍ କରି ୧୫-୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ଶୁଖିବା ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏହି ପ୍ୟାକ୍ ପ୍ରୟୋଗ କରି ଆପଣ ପାର୍ଥକ୍ୟ ଦେଖିବେ |

– ଲେମ୍ବୁ ରସ ଏବଂ ଗୋଲାପ ଜଳ

ଲେମ୍ବୁରେ ଥିବା ବ୍ଲିଚିଂ ଗୁଣ ଚର୍ମର ରଙ୍ଗକୁ ସଫା କରିବାରେ ସାହାଯ୍ୟ କରେ। ଏହା ସହ ଚର୍ମରେ ଥିବା ଦାଗ ମଧ୍ୟ ଦୂର କରେ। ଏକ ଲେମ୍ବୁ ଖଣ୍ଡ ନେଇ ସେଥିରେ କିଛି ବୁନ୍ଦା ଗୋଲାପ ଜଳ ମିଶାନ୍ତୁ। ଏହାକୁ କଳା ଦାଗ ସ୍ଥାନରେ ୫-୭ ମିନିଟ୍ ପର୍ଯ୍ୟନ୍ତ ଘଷନ୍ତୁ। ଏହା ବ୍ୟତୀତ ଏକ ପାତ୍ରରେ ଉଭୟ ଲେମ୍ବୁ ରସ ଏବଂ ଗୋଲାପ ଜଳ ସମାନ ପରିମାଣ ମିଶାଇ ଏକ ତୁଳା ସାହାଯ୍ୟରେ ଦାଗ ସ୍ଥାନରେ ଲଗାନ୍ତୁ। ଏହାକୁ ୧୦ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏହା ପରେ ପାଦକୁ ପାଣିରେ ଧୋଇ ଦିଅନ୍ତୁ। ଏକ ସପ୍ତାହ ଏହାକୁ କରିବା ଦ୍ବାରା, ଆପଣ ପାର୍ଥକ୍ୟ ଦେଖିବେ।