ଇମୋଜି ବ୍ୟବହାର ଓ ଏହାର ପ୍ରକୃତ ଅର୍ଥ

ଆଜି ହେଉଛି ବିଶ୍ୱ ଇମୋଜି ଦିବସ। ଡିଜିଟାଲ ଦୁନିଆ ସଙ୍ଗେସଙ୍ଗେ ଆମ ଭାବ ଆଦାନପ୍ରଦାନର ମାଧ୍ୟମ ମଧ୍ୟ ବଦଳିଯାଇଛି। ଯଦି ଆମେ କିଛି ବର୍ଷ ପୂର୍ବକୁ ଫେରିଯିବା ତେବେ ଏଭଳି କିଛି ଦିବସ ପାଳନ କରାଯାଉଥିବା ଆମର ମନେ ହୁଏ ନାହିଁ। ଏହି ଦିବସ କ’ଣ, ଏହି ଶବ୍ଦର ବିଷେଶ ବ୍ୟବହାର ହେଉଥିବା ମନେ ପଡେନାହିଁ। କିନ୍ତୁ ଏବେ ଏହି ଶବ୍ଦ ଠାରୁ ଅଧିକ ଏହାର ଚିତ୍ରକୁ ବ୍ୟବହାର କରୁଛେ।
ଯେଉଁମାନଙ୍କ ହାତରେ ସ୍ମାର୍ଟ ଫୋନ୍ ଟିଏ ଅଛି ସେମାନେ ଏହାର ବ୍ୟବହାର ବେଶ୍ ଭଲ ଭାବରେ ଜାଣନ୍ତି। ନିଜର କିଛି କହିବା କଥାକୁ ବା ମନର ଭାବନାକୁ ପରିପ୍ରକାଶ କରିବାର ପ୍ରଣାଳୀକୁ ଆହୁରି ସହଜ କରିଦେଇଛି ଇମୋଜି। ବାସ୍ ଗୋଟିଏ ଇମୋଜି ପଠାଇ ଦେଲେ, ସାମ୍ନା ଲୋକ ବୁଝିଯାଉଛି ଆମେ କ’ଣ କହିବାକୁ ଚାହୁଁଛେ। ତେବେ ଏତେ ଲୋକପ୍ରିୟ ହେବା ସତ୍ତେ୍ୱ ବେଳେବେଳେ କିଛିଲୋକ ଏହାର ସଠିକ୍ ବ୍ୟବହାର କରିପାରନ୍ତି ନାହିଁ। କହିବାକୁ ଚାହଁନ୍ତି କିଛି କଥା ଏବଂ ପଠାଇ ଦିଅନ୍ତି ସଠିକ୍ ଭାଷା ପରିପ୍ରକାଶ କରୁନଥିବା ଇମୋଜି। ଯାହା ଦ୍ୱାରା ଭୁଲ ବୁଝାମଣା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଯଦି ଆମେ ଏହାରି ଉପରେ ଆଲୋଚନା କରୁଛେ ତେବେ ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ଇମୋଜିର ସଠିକ୍ ବ୍ୟବହାର ବିଷୟରେ…

ବାଇଗଣୀ ରଙ୍ଗର ହାତ ଉପରକୁ କରିଥିବା ଇମୋଜିକୁ ପ୍ରାୟତଃ ହାଏ, ହ୍ୟାଲୋ, ରେଡି ପାଇଁ ବ୍ୟବହାର କରାଯାଏ। କିନ୍ତୁ ଏହାର ପ୍ରକୃତ ଅର୍ଥ ହେଲା ସୂଚନା ପ୍ରଦାନ କରିବା
ହାତ ଯୋଡିବା ଇମୋଜିକୁ ପୂଜାପାଠ, ବିନମ୍ର ନିବେଦନ, ମୃତ୍ୟୁ ଖବର ଶୁଣିଲେ ନମନ କରିବାକୁ ସ୍ଥାନରେ ବ୍ୟବହାର କରାଯାଏ। କିନ୍ତୁ ଏହାର ପ୍ରକୃତ ବ୍ୟବହାର କ୍ଷମା ପ୍ରାର୍ଥନା ପାଇଁ କରାଯିବା ଉଚିତ୍।
ଆଖି ବନ୍ଦ ଇମୋଜିକୁ ନିଜ ଭାବନା ଅନୁସାରେ ବ୍ୟବହାର ଆମେ ବ୍ୟବହାର କରୁ, କିନ୍ତୁ ଏହାର ସଠିକ୍ ବ୍ୟବହାର କାହାର ମୃତ୍ୟୁ ସୂଚନାକୁ ଦର୍ଶାଏ ।
ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ଭାରତୀୟମାନେ ଫେସବୁକ୍ ଏବଂ ହ୍ୱାସ୍ଅପ୍ ରେ ହସିବା ଓ ଲୁହ ଝରାରଇ କାନ୍ଦିବା ଇମୋଜିର ସବୁଠାରୁ ଅଧିକ ବ୍ୟବହାର କରନ୍ତି। ଦ୍ୱିତୀୟ ନମ୍ବରରେ ଆସୁଛି ସ୍ମାଇଲ ବା ହସୁଥିବା ଚେହେରା ଏବଂ ତୃତୀୟ ନମ୍ବରରେ ହାତ ଯୋଡା ଯାଇଥିବା ଇମୋଜି ବ୍ୟବହାର କରାଯାଏ ।