ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ। ଯଦି ଶରୀର ସୁସ୍ଥ ତେବେ ମନ ମଧ୍ୟ ସୁସ୍ଥ । ଆଜି ଯଦି ଆପଣଙ୍କର ବ୍ୟାୟାମ କରିବାକୁ ସମୟ ନାହିଁ, ତେବେ ଆସନ୍ତାକାଲି ଅସୁସ୍ଥ ହେବାକୁ ପ୍ରସ୍ତୁତ ରହିବାକୁ ପଡିବ। ଭଲ ଖାଦ୍ୟ, ଚିନ୍ତାମୁକ୍ତ ଜୀବନ ଏବଂ ହାଲୁକା ବ୍ୟାୟାମ ଆପଣଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ରଖିଥାଏ।
ନୃତ୍ୟ ହେଉଛି ସର୍ବୋତ୍ତମ କଳା ଏବଂ ଚମତ୍କାର ବ୍ୟାୟାମ। ନୃତ୍ୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଜଡିତ । ଯେତେବେଳେ ମଣିଷର ମନ ଖୁସି ହୁଏ, ଆନନ୍ଦରେ ନାଚିବା ଆରମ୍ଭ କରେ। ଯେକୌଣସି ପ୍ରକାରର ନୃତ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଶରୀରର ପ୍ରତ୍ୟେକ ଅଙ୍ଗ ନୃତ୍ୟ ମାଧ୍ୟମରେ ବ୍ୟାୟାମ ହୁଏ । ଶରୀରର ସମସ୍ତ ମାଂସପେଶୀ ପୁରା ସକ୍ରିୟ ହୋଇଯାଏ । ଏହା ଦ୍ବାରା ଶୁଦ୍ଧ ଅମ୍ଳଜାନ ଏବଂ ରକ୍ତ ଶରୀରର ପ୍ରତ୍ୟେକ ଅଙ୍ଗ-କୋଷରେ ସଠିକ୍ ଭାବରେ ପ୍ରବାହିତ ହୁଏ। ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ନିର୍ଗତ ହୁଏ।
ସଠିକ୍ ଶ୍ୱାସକ୍ରିୟା ଦ୍ବାରା ସମସ୍ତ ରୋଗ ଭଲ ହୋଇଯାଏ । ଫଳରେ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି ହେବା ସହ ଶରୀର ଅଧିକ ମାତ୍ରାରେ ଶୁଦ୍ଧ ଅମ୍ଳଜାନ ଗ୍ରହଣ କରିଥାଏ । ନୃତ୍ୟ ଦ୍ବାରା ହାତ ଏବଂ ପାଦର ସମ୍ପୂର୍ଣ୍ଣ ବ୍ୟାୟାମ ହୋଇଥାଏ। ଏହା ଦ୍ବାରା ହଜମ ଭଲ ହୁଏ, ୟୁରିକ୍ ଏସିଡ୍, ମଧୁମେହ, କୋଲେଷ୍ଟ୍ରଲ୍ ସ୍ୱାଭାବିକ ରହିଥାଏ । ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଦାଗ, ବ୍ରଣ ଭଳି ସମସ୍ୟା ଦୂର ହୋଇଥାଏ।